Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

Donald Trump / ଆମେରିକାରେ 'No Entry' ବୋର୍ଡ ଲଗାଇଲେ ଟ୍ରମ୍ପ

Satyendu Sekhar Mishra
Browse all articles by Satyendu Sekhar Mishra
·6 months ago·2 min read
ଆମେରିକାରେ 'No Entry' ବୋର୍ଡ ଲଗାଇଲେ ଟ୍ରମ୍ପ
Donald Trump

Key Points

କନସୁଲାର ଅଧିକାରୀମାନଙ୍କୁ ଭିସା ଆବେଦନ ପ୍ରତ୍ୟାଖ୍ୟାନ କରିବାକୁ ୟୁଏସ ଷ୍ଟେଟ ଡିପାର୍ଟମେଣ୍ଟ କଡ଼ା ନିର୍ଦ୍ଦେଶ ଦେଇଛି ।

ବାଉଳା ହେଲେଣି ଟ୍ରମ୍ପ । ଶାନ୍ତି ନୋବେଲ ପାଇଁ ଦିନେ ଜିଦି କରୁଥିବା ନେତା, ଆଜି ରାଗରେ ରକ୍ତ ଚାଉଳ ଚୋବାଉଛନ୍ତି । ୟାକୁ ମାରିବି ତାକୁ ମାରିବି କହି ସାରା ବିଶ୍ୱରେ ଉତ୍ପାତ ଆରମ୍ଭ କରିଛନ୍ତି । ତେଣୁ ଏବେ ପୂରା ବିଶ୍ୱ ଟ୍ରମ୍ପଙ୍କ କାର୍ଯ୍ୟକଳାପ ପ୍ରତି ଅସନ୍ତୋଷ ପ୍ରକାଶ କରିଛି । ଅନ୍ୟପଟେ କିଛି ନେତା ସିଧା ସଳଖ ଭାବେ ଟ୍ରମ୍ପଙ୍କୁ ଧମକ ଦେଲେଣି । ଆଉ ଏହାରି ଭିତରେ ଟ୍ରମ୍ପ ଆଉ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି ।

ଆମେରିକାକୁ ନୋ ଏଣ୍ଟ୍ରି ବୋର୍ଡ ଲଗାଇଛନ୍ତି ଟ୍ରମ୍ପ । ଜାନୁଆରୀ ୨୧ ରୁ ଋଷ, ଇରାନ, ଆଫଗାନିସ୍ତାନ, ବ୍ରାଜିଲ ସମେତ ୭୫ଟି ଦେଶ ପାଇଁ ଭିସା ବନ୍ଦ କରିଛି ଆମେରିକା । ଆମେରିକାର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଭିସା ବିରତି ଆରମ୍ଭ ହେବାକୁ ଯାଉଛି । କନସୁଲାର ଅଧିକାରୀମାନଙ୍କୁ ଭିସା ଆବେଦନ ପ୍ରତ୍ୟାଖ୍ୟାନ କରିବାକୁ ୟୁଏସ ଷ୍ଟେଟ ଡିପାର୍ଟମେଣ୍ଟ କଡ଼ା ନିର୍ଦ୍ଦେଶ ଦେଇଛି ।

ସମୀକ୍ଷା ସମୟରେ କନସୁଲାର ଅଧିକାରୀମାନେ 'ପବ୍ଲିକ୍ ଚାର୍ଜ' ନିୟମକୁ ଅଧିକ କଠୋର ଭାବରେ ଲାଗୁ କରିବେ । ଏହି ପଦକ୍ଷେପ, ସୋମାଲିଆ, ରୁଷିଆ, ଆଫଗାନିସ୍ତାନ, ବ୍ରାଜିଲ, ଇରାନ, ଇରାକ, ମିଶର, ନାଇଜେରିଆ, ଥାଇଲ୍ୟାଣ୍ଡ, ୟେମେନ ସମେତ ୭୫ ଦେଶ ପାଇଁ ପ୍ରଯୁଜ୍ୟ । ଏଯାଏ ଭିସା ରଦ୍ଦ ହେବାକୁ ଯାଉଥିବା ଦେଶର ସମ୍ପୂର୍ଣ୍ଣ ତାଲିକା ଜାରି ହୋଇନାହିଁ । ରାଷ୍ଟ୍ରପତି ଟ୍ରମ୍ପ ଇମିଗ୍ରେସନ ଆଇନର 'ସାର୍ବଜନୀନ ଚାର୍ଜ' ବ୍ୟବସ୍ଥାକୁ ଅଧିକ କଠୋର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସେପଟେ ହୁତୁହୁତୁ ଜଳୁଛି ଇରାନ । ଟ୍ରମ୍ପଙ୍କ ସାମ୍ରାଜ୍ୟବାଦ ନୀତିକୁ ନେଇ ବିଶ୍ଵରେ ଘମାସାନ । ମାଦୁରୋଙ୍କ ପରେ ୟୁଏସ ଟାର୍ଗେଟରେ ଇରାନ ସୁପ୍ରିମ ଲିଡର ଖାମେନେଇ । ଭେନେଜୁଏଲା ପରେ କ୍ୟୁବାରେ ବି ଶାସନ ପରିବର୍ତ୍ତନର ସ୍ପଷ୍ଟ ସଂକେତ । ଏବେ ଟ୍ରମ୍ପଙ୍କ ଟାର୍ଗେଟରେ ଗ୍ରୀନଲ୍ୟାଣ୍ଡ ଓ ତେହେରାନ ।

ରାଜରାସ୍ତାରେ ଉଗ୍ର ହେଉଛି ଉତ୍ୟକ୍ତ ଯୁବପିଢ଼ିଙ୍କ ଆକ୍ରୋଶ । ଏପଟେ ଇରାନୀ ଯୁବକଙ୍କୁ ପ୍ରଦର୍ଶନରେ ସାମିଲ ହେବାକୁ ଅପିଲ କରିଛନ୍ତି ନିର୍ବାସିତ କ୍ରାଉନ ପ୍ରିନ୍ସ ରଜା ପହଲବୀ । ଗତବର୍ଷ ଡିସେମ୍ବର ୨୮ରୁ ଆରମ୍ଭ ହଇଥିବା ହିଂସାତ୍ମକ ପ୍ରଦର୍ଶନରେ ବର୍ତ୍ତମାନ ସୁଦ୍ଧା ୨ ହଜାରରୁ ଅଧିକ ମୃତ୍ୟୁ ହୋଇଥିବା ବେଳେ ପରିସ୍ଥିତିକୁ ନେଇ ନୂଆ ଚକ୍ରବ୍ୟୁହ ରଚିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ।

ଭେନେଜୁଏଲା ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କ ପରି ଇରାନ ସୁପ୍ରିମଲିଡର ଆୟାତୋଲା ଅଲି ଖାମେନେଇଙ୍କୁ ଉଠାଇ ନେବାକୁ ଯୋଜନା ପ୍ରସ୍ତୁତ ହୋଇସାରିଥିବା ବିଶ୍ଵବ୍ୟାପୀ ଚର୍ଚ୍ଚା ଜୋର ଧରିଛି । ଟ୍ରମ୍ପଙ୍କ ବୟାନରୁ ମଧ୍ୟ ଏହାର ସଂକେତ ମିଳିସାରିଛି । ଟ୍ରମ୍ପ ଗୋଟିଏ ପଟେ ନାଗରିକ ଅଧିକାର ନେଇ ଇରାନୀ ଯୁବକଙ୍କୁ ଉତ୍ତେଜିତ କରିବା ସହ ନିଜ ଦୂତଙ୍କ ସହାୟତାରେ କ୍ରାଉନ ପ୍ରିନ୍ସଙ୍କ ସହ ବଢ଼ାଉଛନ୍ତି ସମ୍ପର୍କ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Donald Trump | US To Halt Issuing Immigrant Visas For 75 Nations, Including Pak, Bangladesh | Argus News