Trump Tariff / ବିଦେଶୀ ଔଷଧ ଉପରେ ୧୦୦ ପ୍ରତିଶତ ଟିକସ ଲଗାଇଲେ ଟ୍ରମ୍ପ, ଭାରତ ଉପରେ କ'ଣ ରହିବ ପ୍ରଭାବ ?

Key Points
ବିଦେଶୀ ଔଷଧ ଉପରେ ଟ୍ରମ୍ପ ଟାରିଫ୍ କଷିଛନ୍ତି । ଆଉ ସିଧାସଳଖ ଲଗାଇଛନ୍ତି ଶତ ପ୍ରତିଶତ ଟିକସ । ଗୁରୁବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଫାର୍ମା ଉତ୍ପାଦ ଅର୍ଥାତ୍ ଔଷଧ ଉପରେ ୧୦୦ ପ୍ରତିଶତ ଟାରିପ୍ ଲଗାଇବାକୁ ଘୋଷଣା କରିଛନ୍ତି ।
ୱାଶିଂଟନ: ଆମେରିକା ଲଗାଇଲା ୧୦୦ ପ୍ରତିଶତ ଟାରିଫ୍ । ବିଦେଶୀ ଔଷଧ ଉପରେ ଟ୍ରମ୍ପ ଟାରିଫ୍ କଷିଛନ୍ତି । ଆଉ ସିଧାସଳଖ ଲଗାଇଛନ୍ତି ଶତ ପ୍ରତିଶତ ଟିକସ । ଗୁରୁବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଫାର୍ମା ଉତ୍ପାଦ ଅର୍ଥାତ୍ ଔଷଧ ଉପରେ ୧୦୦ ପ୍ରତିଶତ ଟାରିପ୍ ଲଗାଇବାକୁ ଘୋଷଣା କରିଛନ୍ତି ।
ଆଉ ଟ୍ରମ୍ପଙ୍କ ଏହି ନିଷ୍ପତ୍ତିର ସର୍ବାଧିକ ପ୍ରଭାବ ଭାରତୀୟ ଔଷଧ ପ୍ରସ୍ତୁତକାରୀ ସଂସ୍ଥା ଉପରେ ପଡ଼ିପାରେ । ସୂଚନା ଯୋଗ୍ୟ, ଭାରତୀୟ ଔଷଧ ପ୍ରସ୍ତୁତକାରୀଙ୍କ ଲାଗି ଆମେରିକା ହେଉଛି ଏକ ବଜାର ।
ଏଥିସହ ପଢ଼ନ୍ତୁ: ଆମେରିକାରୁ ଆସିବ ଖୁସି ଖବର, ଆଉ ୫୦% ନୁହେଁ ଏଣିକି ୧୦-୧୫% ହେବ ଟ୍ରମ୍ପ ଟାରିଫ୍ !
ଔଷଧ ଉପରେ ଶତ ପ୍ରତିଶତ ଟାରିଫ୍ ଲଗାଇବା ନେଇ ଟ୍ରମ୍ପ ତାଙ୍କ ସୋସିଆଲ୍ ମିଡିଆ ଟ୍ରୁଥ୍ରେ ଜଣାଇଛନ୍ତି । ଟ୍ରମ୍ପ ଲେଖିଛନ୍ତି, "କୌଣସି କମ୍ପାନୀ ଆମେରିକାରେ ସେମାନଙ୍କ ଉତ୍ପାଦନ ପ୍ଲାଣ୍ଟ ନ ଲଗାଇଲେ ୨୦୨୫ ଅକ୍ଟୋବର ୧ରୁ ଆମେ କୌଣସି ବ୍ରାଣ୍ଡେଣ୍ଡ ଅଥବା ପେଣ୍ଟେଟେଡ୍ ଔଷଧ ଉପରେ ୧୦୦ ପ୍ରତିଶତ ଟିକସ ଲଗାଇବୁ ।"
ଟ୍ରମ୍ପ ଲେଖିଛନ୍ତି, କମ୍ପାନୀକୁ ଆମେରିକାରେ ପ୍ଲାଣ୍ଟ ଲଗାଇବାକୁ ପଡ଼ିବ । ଯଦି କୌଣସି ଔଷଧ ନିର୍ମାଣକାରୀ କମ୍ପାନୀର ପ୍ଲାଣ୍ଟ ନିର୍ମାଣ ଆରମ୍ଭ ହୋଇ ସାରିଛି ତା ହେଲେ ସେହି କମ୍ପାନୀର ଔଷଧ ଉପରେ କୌଣସି ଟାରିଫ୍ ଦେବାକୁ ପଡ଼ିବ ନାହିଁ । ଏଥିସହ ଟ୍ରମ୍ପ ଅଧିକ ମାଲପରିବହନକାରୀ ଟ୍ରକ୍ ଆମଦାନୀ ଉପରେ ୨୫ ପ୍ରତିଶତ ଓ କିଚେନ କ୍ୟାବିନେଟ୍ ଉପରେ ୫୦ ପ୍ରତିଶତ ଟାରିଫ୍ ଘୋଷଣା କରିଛନ୍ତି ।
📱 Get Argus News App
✨
ଭାରତ ଉପରେ ପ୍ରଭାବ ?
ଭାରତୀୟ ଔଷଧ ପ୍ରସ୍ତୁତକାରୀଙ୍କ ଠାରୁ ବିପୁଳ ମାତ୍ରାରେ ଔଷଧ ଆମଦାନୀ କରେ ଆମେରିକା । ଫାର୍ମାସ୍ୟୁଟିକାଲ୍ସ ଏକ୍ସପୋର୍ଟ ପ୍ରମୋସନ କାଉନସିଲ୍ ଅଫ୍ ଇଣ୍ଡିଆ ତଥ୍ୟ ଅନୁସାରେ, ୨୦୨୪ ଆର୍ଥିକ ବର୍ଷରେ ଭାରତ ମୋଟ ୨୭.୯ ବିଲିୟନ ଡଲାରର ଔଷଧ ରପ୍ତାନୀ କରିଥିଲା । ସେଥିରୁ କେବଳ ଆମେରିକା ୮.୭ ବିଲିୟନ ଡଲାର (୭, ୭୨, ୩୧ କୋଟି)ର ଔଷଧ ଏକାକୀ ଆମଦାନୀ କରିଛି ।
ଏଥିସହ ପଢ଼ନ୍ତୁ: ଭାରତ ଉପରେ ଅତିରିକ୍ତ ୨୫ ପ୍ରତିଶତ ଟାରିଫ୍ ଘୋଷଣା କରିଛନ୍ତି ଟ୍ରମ୍ପ
ସେହିଭଳି ୨୦୨୫ ଆର୍ଥିକ ବର୍ଷର ପ୍ରଥମାର୍ଦ୍ଧରେ ଭାରତ, ଆମେରିକାକୁ ୩.୭ ବିଲିୟନ ଡଲାର (୩୨, ୫୦୫ କୋଟି)ର ଔଷଧ ରପ୍ତାନୀ କରିଥିବା ଜଣାପଡ଼ିଛି । ଆମେରିକାକୁ ଭାରତ ୪୫ ପ୍ରତିଶତ ଜେନେରିକ ଔଷଧ ସହ ୧୫ ପ୍ରତିଶତ ବାଓସିମିଲାର ଡ୍ରଗ୍ସ ରପ୍ତାନୀ କରିଥାଏ । ଡକ୍ଟର ରେଡ୍ଡୀଜ୍, ଅରୋବିନ୍ଦ ଫାର୍ମା, ଜାୟଡସ୍ ଲାଇଫସାଇନ୍ସେସ୍, ସନ ଫାର୍ମ, ଗ୍ଲାଣ୍ଡ ଫାର୍ମା ଆଦି କମ୍ପାନୀ ସେମାନଙ୍କ ମୋଟ ରାଜସ୍ଵର ୩୦ ପ୍ରତିଶତ କେବଳ ଆମେରିକାକୁ ଔଷଧ ରପ୍ତାନୀ କରି ଆୟ କରିଥାଆନ୍ତି ।
Related Topics
Explore more stories