Videos
|
International

Oil Deal / ଶସ୍ତା ହୋଇଯିବ ପେଟ୍ରୋଲ୍ ! ଭେନେଜୁଏଲାର ୬୫ ଅରବ ବ୍ୟାରେଲ୍ ତୈଳ କବ୍‌ଜା କଲା ଆମେରିକା

Sushanta Sahoo
Browse all articles by Sushanta Sahoo
·2 weeks ago·2 min read
ଶସ୍ତା ହୋଇଯିବ ପେଟ୍ରୋଲ୍ ! ଭେନେଜୁଏଲାର ୬୫ ଅରବ ବ୍ୟାରେଲ୍ ତୈଳ କବ୍‌ଜା କଲା ଆମେରିକା
Trump’s Venezuela Oil Deal

Key Points

ଭେନେଜୁଏଲାର ୬୫ ଅରବ ବ୍ୟାରେଲରୁ ଅଧିକ ତୈଳ ଭଣ୍ଡାର ଉପରେ ଆମେରିକା ବହୁମତ ନିୟନ୍ତ୍ରଣ ହାସଲ କରିଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଗୋଟିଏ ଘୋଷଣା ସମଗ୍ର ଦୁନିଆର ଇନ୍ଧନ ବଜାରରେ ଅସ୍ଥିରତା ସୃଷ୍ଟି କରିଛି ।
ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଗୋଟିଏ ଘୋଷଣା ସମଗ୍ର ଦୁନିଆର ଇନ୍ଧନ ବଜାରରେ ଅସ୍ଥିରତା ସୃଷ୍ଟି କରିଛି । ଡୋନାଲ୍ଡ ଟ୍ରମ୍ପ ଦାବି କରିଛନ୍ତି ଯେ- ଆମେରିକା, ଭେନେଜୁଏଲା ସହ ବିଶ୍ଵ ଇତିହାସରେ ସବୁଠୁ ବଡ଼ ତୈଳ ବୁଝାମଣା (Wolrd's Biggest Oil Deal) କରିଛି ।

ଏହି ଚୁକ୍ତି ଅନୁସାରେ, ଭେନେଜୁଏଲାର ୬୫ ଅରବ ବ୍ୟାରେଲରୁ ଅଧିକ ତୈଳ ଭଣ୍ଡାର ଉପରେ ଆମେରିକା ବହୁମତ ନିୟନ୍ତ୍ରଣ ହାସଲ କରିଛି । ଟ୍ରମ୍ପଙ୍କ କହିବା କଥା ହେଲା- "ଏହା ଦ୍ଵାରା ଆମେରିକାର ତୈଳ ଭଣ୍ଡାର ଦୁଇ ଗୁଣାରୁ ଅଧିକ ହୋଇଯିବ ଏବଂ ସାଧାରଣ ଲୋକଙ୍କ ପାଇଁ ପେଟ୍ରୋଲ୍ ଦର ଦ୍ରୁତ ଗତିରେ ହ୍ରାସ୍ ପାଇବ ।"

ସୋସିଆଲ୍ ମିଡିଆ ପୋଷ୍ଟରେ ଟ୍ରମ୍ପଙ୍କ ଦାବି

ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅନୁସାରେ, ଏହି ଚୁକ୍ତି ବିଦେଶ ମନ୍ତ୍ରୀ ମାର୍କୋ ରୁବିୟୋ, ରକ୍ଷା ମନ୍ତ୍ରୀ ପିଟ ହେଗସେଥ ଓ ଭେନେଜୁଏଲାର ଅନ୍ତରୀଣ ରାଷ୍ଟ୍ରପତି ଡେଲ୍ସି ରୋଡ୍ରିଗେଜଙ୍କ ମଧ୍ୟରେ ଆଲୋଚନା ପରେ ହୋଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏଥିସହ ପଢ଼ନ୍ତୁ: ସକାଳୁ ସକାଳୁ ମହଙ୍ଗା ଝଟକା…. ବଢ଼ିଲା CNG ଦର, ଜାଣନ୍ତୁ ନୂଆ ମୂଲ୍ୟ 

ଟ୍ରମ୍ପ ଆହୁରି ମଧ୍ୟ ଦାବି କରିଛନ୍ତି ଯେ, ଏହି ଚୁକ୍ତି ପାଇଁ ଆମେରିକାର ଜନତା କିମ୍ବା ଟିକସଦାତାଙ୍କ ଏକ ପଇସା ବି ଖର୍ଚ୍ଚ କରାଯାଇ ନାହିଁ । ଏହାଦ୍ଵାରା ଆମେରିକାର ଘରୋଇ ତୈଳ ଯୋଗାଣ ବୃଦ୍ଧି ପାଇବ । ଫଳରେ ଦୀର୍ଘ ସମୟ ପର୍ଯ୍ୟନ୍ତ ତୈଳ ଦର କମ୍ ଓ ସ୍ଥିର ରହିବ ।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅନୁସାରେ, ଏହି ଚୁକ୍ତି କେବଳ ଆମେରିକା ପାଇଁ ନୁହେଁ ବରଂ ଆର୍ଥିକ ଅସ୍ଥିରତା ଦେଇ ଗତି କରୁଥିବା ଭେନେଜୁଏଲା ଲାଗି ସମୃଦ୍ଧିର ରାସ୍ତା ଖୋଲି ଦେବ ।

ମାଦୁରୋଙ୍କ ପରେ ଭେନେଜୁଏଲାର ବର୍ତ୍ତମାନ ସ୍ଥିତି

ତେବେ ଭେନେଜୁଏଲାରେ ରାଜନୈତିକ ଓ ଆର୍ଥିକ ସ୍ଥିତିରେ ଅସ୍ଥିରତା ହଠାତ୍ ଆସି ନାହିଁ । ପ୍ରାୟ ୯ ମାସ ତଳେ ଆମେରିକା ସୈନ୍ୟ ଅଭିଯାନ ଦ୍ଵାରା ଭେନେଜୁଏଲାର ତତ୍କାଳୀନ ରାଷ୍ଟ୍ରପତି ନିକୋଲସ ମାଦୁରୋଙ୍କୁ ଅପହରଣ କରି ନେଇଥିଲା । ମାଦୁରୋଙ୍କ ଉପରେ ଆମେରିକା ନିଶା ଦ୍ରବ୍ୟ ଚାଲାଣର ଅଭିଯୋଗ ଆଣିଛି ।

ମାଦୁରୋଙ୍କୁ ଆମେରିକା ଅପହରଣ କରି ନେବା ପରେ ଡେଲ୍ସି ରୋଡ୍ରିଗେଜ୍‌ଙ୍କ ନେତୃତ୍ଵରେ ଅନ୍ତରୀଣ ସରକାର ଗଠନ ହୋଇଥିଲା । ଯାହା ପରେ ଆମେରିକା ସହ ଭେନେଜୁଏଲାର ସମ୍ପର୍କରେ ସୁଧାର ଆସିଛି ଏବଂ ଆମେରିକାର ଘରୋଇ ତୈଳ କମ୍ପାନୀ ଲାଗି ଭେନେଜୁଏଲାର ଦ୍ଵାର ଉନ୍ମୁକ୍ତ ହୋଇଛି ।
US-Venezuela Oil Deal: 65 Billion Barrels Under US Control | Argus News | Argus News