ଋଷ ଉପରେ ନୂଆ ପ୍ରତିବନ୍ଧକ ଲଗାଇଲେ ଆମେରିକା ଓ ଜାପାନ

Key Points
ଋଷ ଉପରେ ନୂଆ ପ୍ରତିବନ୍ଧକ
ଆମେରିକା ଓ ଜାପାନ ଲଗାଇଲେ
୨ ଭାରତୀୟ କମ୍ପାନୀ ବ୍ୟାନ୍
ଅଶୋଧିତ ତୈଳଦର ବଢ଼ିଲା
ଅର୍ଗସ ବ୍ୟୁରୋ: ୟୁକ୍ରେନ୍ ବିରୋଧୀ ଯୁଦ୍ଧ ପାଇଁ ଋଷ ଉପରେ ନୂଆ ପ୍ରତିବନ୍ଧକ ଲଗାଇଛନ୍ତି ଆମେରିକା ଓ ଜାପାନ । ରୟଟର୍ସ ଅନୁସାରେ, ଋଷର ୨୦୦ କମ୍ପାନୀ ଓ ୧୮୦ରୁ ଅଧିକ ଜାହାଜ ଉପରେ ଆମେରିକା ଓ ଜାପାନ ପ୍ରତିବନ୍ଧକ ଲାଗୁ କରିଛନ୍ତି । ଏଥିସହ ୨ ଭାରତୀୟ କମ୍ପାନୀକୁ ବ୍ୟାନ୍ କରିଥିବା ଜଣାପଡ଼ିଛି ।
ସେପଟେ ଜାପାନ ଋଷର ଅନେକ ନାଗରିକ ଓ କମ୍ପାନୀର ସମ୍ପତ୍ତିକୁ ବାଜ୍ୟାପ୍ତି କରିଛି । ଏଥିସହ ପୂର୍ବରୁ ଲାଗିଥିବା ପ୍ରତିବନ୍ଧକ ସତ୍ତ୍ଵେ ଋଷକୁ ସହାୟତା କରୁଥିବା ଅନେକ ସଂଗଠନ ଉପରେ ଜାପାନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଜଣାପଡ଼ିଛି ।
ତେବେ ଋଷ ଉପରେ ଆମେରିକା ଲଗାଇଥିବା ପ୍ରତିବନ୍ଧକ ଫଳରେ ଅଶୋଧିତ ତୈଳଦର ବଢ଼ିଛି । ଅଶୋଧିତ ତୈଳ ମୂଲ୍ୟ ୩ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇଛି । ଶୁକ୍ରବାର ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ବ୍ୟାରେଲ୍ ପିଛା ମୂଲ୍ୟ ୮୦ ଡଲାର ଅତିକ୍ରମ କରିଛି । ନୂଆ ପ୍ରତିବନ୍ଧକ ଫଳରେ ଋଷ ଠାରୁ ତୈଳ ଆମଦାନୀ କରିବାରେ ଭାରତ ଓ ଚୀନ ଅସୁବିଧାର ସମ୍ମୁଖୀନ ହୋଇ ପାରନ୍ତି ।
📱 Get Argus News App
✨ଆମେରିକା ବିଦେଶ ମନ୍ତ୍ରୀ ଏଣ୍ଟନି ବ୍ଲିଙ୍କନ୍ କହିଛନ୍ତି, ଋଷ ଉପରେ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନ ଶକ୍ତି ସମ୍ବଳରୁ ହେଉଥିବା ରାଜସ୍ଵ ଆୟକୁ ସୀମିତ କରି ଦେବ । ୟୁକ୍ରେନ୍ ବିରୋଧରେ ଜାରି ରହିଥିବା ଯୁଦ୍ଧରେ ଆର୍ଥିକ ଭାବେ ପ୍ରଭାବ ପକାଇବ ।
ଜାପାନ ସରକାରଙ୍କ ପକ୍ଷରୁ କୁହାଯାଇଛି, ୧୧ ବ୍ୟକ୍ତି, ୨୯ ସଂଗଠନ ଓ ଋଷର ୩ଟି ବ୍ୟାଙ୍କ ଉପରେ ପ୍ରତିବନ୍ଧକ ଲଗାଇଛୁ । ଏଥିସହ ଋଷକୁ ସହାୟତା କରୁଥିବାରୁ ଉତ୍ତର କୋରିଆ ଜର୍ଜିଆର ଏକ ବ୍ୟାଙ୍କ ବିରୋଧରେ ପଦକ୍ଷେପ ନେଇଛି ଜାପାନ ।
ତେବେ ଆମେରିକା ଲଗାଇଥିବା ସଦ୍ୟ ପ୍ରତିବନ୍ଧକର ଠିକ୍ ପୂର୍ବରୁ ଋଷ ରାଷ୍ଟ୍ରପତି ପୁଟିନଙ୍କ କାର୍ଯ୍ୟାଳୟ ମୁଖପାତ୍ର ଦିମିତ୍ରି କହିଛନ୍ତି, ଆଗାମୀ ଟ୍ରମ୍ପ ସରକାରଙ୍କ ଲାଗି ସବୁକିଛି ମୁସ୍କିଲ୍ କରିବା ପାଇଁ ବାଇଡେନ୍ ପ୍ରଶାସନ ଉଦ୍ୟମ କରୁଛି ।