Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ୩୯ ସେକେଣ୍ଡରେ ଦୁଇ ଦୁଇଟି ଶକ୍ତିଶାଳୀ ଭୂମିକମ୍ପ; ଭେନେଜୁଏଲାରେ ୧୬୪ ମୃତ, ୯୭୧ ଆହତ

International

Earthquakes / ୩୯ ସେକେଣ୍ଡରେ ଦୁଇ ଦୁଇଟି ଶକ୍ତିଶାଳୀ ଭୂମିକମ୍ପ; ଭେନେଜୁଏଲାରେ ୧୬୪ ମୃତ, ୯୭୧ ଆହତ

Sushanta Sahoo
Browse all articles by Sushanta Sahoo
·1 hour ago·2 min read
୩୯ ସେକେଣ୍ଡରେ ଦୁଇ ଦୁଇଟି ଶକ୍ତିଶାଳୀ ଭୂମିକମ୍ପ; ଭେନେଜୁଏଲାରେ ୧୬୪ ମୃତ, ୯୭୧ ଆହତ
Twin Quakes Cause Massive Destruction

Key Points

ମାତ୍ର ୩୯ ସେକେଣ୍ଡରେ ଭେନେଜୁଏଲାରେ ଆସିଛି ଦୁଇ ଦୁଇଟି ଶକ୍ତିଶାଳୀ ଭୂମିକମ୍ପ । ୭.୨ ଓ ୭.୫ ତୀବ୍ରତାର ଭୂମିକମ୍ପ ଆସିବା ପରେ ଭେନେଜୁଏଲାରେ ପ୍ରକୃତିର ବିଧ୍ଵଂସ ଚିତ୍ର ଦେଖିବାକୁ ମିଳିଛି ।
ନୂଆଦିଲ୍ଲୀ: ଶତାବ୍ଦୀର ସବୁଠୁ ଶକ୍ତିଶାଳୀ ଭୂମିକମ୍ପ । ଥରି ଉଠିଲା ସମଗ୍ର ଦେଶ । ସମୟ ବୁଧବାର ସନ୍ଧ୍ୟା । ମାତ୍ର ୩୯ ସେକେଣ୍ଡରେ ଭେନେଜୁଏଲାରେ ଆସିଛି ଦୁଇ ଦୁଇଟି ଶକ୍ତିଶାଳୀ ଭୂମିକମ୍ପ । ୭.୨ ଓ ୭.୫ ତୀବ୍ରତାର ଭୂମିକମ୍ପ ଆସିବା ପରେ ଭେନେଜୁଏଲାରେ ପ୍ରକୃତିର ବିଧ୍ଵଂସ ଚିତ୍ର ଦେଖିବାକୁ ମିଳିଛି ।

ଶକ୍ତିଶାଳୀ ଭୂମିକମ୍ପ ଝଟ୍‌କାରେ ୧୬୪ ଜଣଙ୍କ ମୃତ୍ୟୁ ହୋଇଛି । ୯୭୧ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଏନେଇ ଗୁରୁବାର ସୂଚନା ଦେଇଛନ୍ତି ଭେନେଜୁଏଲା ରାଷ୍ଟ୍ରପତି ଡେଲସି ରୋଡ୍ରିଗେଜ୍ । ମୃତାହତ ସଂଖ୍ୟା ଆହୁରି ବଢ଼ିବା ଆଶଙ୍କା କରାଯାଉଛି ।

ଏଥିସହ ପଢ଼ନ୍ତୁ: ଭୟଙ୍କର ଭୂ-କମ୍ପ…. 7.5 ତୀବ୍ରତା ଝଟକାରେ ଥରିଲା ଭେନେଜୁଏଲା…ଦେଶରେ ଜରୁରୀକାଳୀନ ସ୍ଥିତି ଘୋଷଣା 

ବୁଧବାର ସନ୍ଧ୍ୟାରେ ଆସିଥିବା ବଡ଼ ଧରଣର ଭୂମିକମ୍ପ ଭେନେଜୁଏଲାର ଶତାବ୍ଦୀର ସବୁଠୁ ଶକ୍ତିଶାଳୀ । ଯାହାର ପ୍ରଭାବରେ ଭେନେଜୁଏଲା ରାଜଧାନୀ ଠାରୁ ୧୭୦୦ କିଲୋମିଟର ଦୂରରେ ତିବା ବ୍ରାଜିଲ୍‌ର ଆମାଜନରେ କୋଠାଗୁଡ଼ିକୁ ଖାଲି କରାଯାଇଛି ।

ଭୂମିକମ୍ପ ପରେ ଭେନେଜୁଏଲାରୁ ଆସିଥିବା ଦୃଶ୍ୟ ଛାତିକୁ ଥରାଇ ଦେଉଛି । ୬୦ ସେକେଣ୍ଡ ପର୍ଯ୍ୟନ୍ତ ଭୂଇଁ ଥରିଛି । ଦେଶରେ ଜାତୀୟ ଛୁଟି ରହିଥିବା ବେଳେ ଏହି ଭୂମିକମ୍ପ ହୋଇଛି । ଛୁଟି ଥିବାରୁ ଅଧିକାଂଶ ଲୋକେ ଘରେ ଥିଲେ । ଅଫିସ୍ ଓ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିଲା ।

ଆମେରିକାର ଜିଓଲୋଜିକାଲ୍ ସର୍ଭେ ଅନୁସାରେ, ଭୂମିକମ୍ପରେ ୧୦ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବାର ୪୪ ପ୍ରତିଶତ ଆଶଙ୍କା ରହିଛି । ଭେନେଜୁଏଲାରେ ଆସିଥିବା ଉଭୟ ଭୂମିକମ୍ପର କେନ୍ଦ୍ର ସ୍ଥଳ ରାଜଧାନୀ କରାକସ ଠାରୁ ପଶ୍ଚିମରେ ୨୯୦ କିଲୋମିଟର ଦୂରରେ ରହିଛି ।

ଦକ୍ଷିଣ ଆମେରିକାର ଏହି ଦେଶ ଉତ୍ତର ଉପକୂଳରେ ରହିଛି । ଭେନେଜୁଏଲାରେ ଅନେକ ଫଲ୍ଟ ଲାଇନ୍ ରହିଛି । ଦକ୍ଷିଣ ଆମେରିକା ଓ କାରିବିୟନ୍ ପ୍ଲେଟ୍ସ ମଧ୍ୟରେ ରହିଛି ଭେନେଜୁଏଲ୍ । ଯେଉଁଥିପାଇଁ ଲାଟିନ୍ ଆମେରିକାର ଅନ୍ୟ ଅଞ୍ଚଳ ତୁଳନାରେ ଏଠାରେ ଅଧିକ ତୀବ୍ରତାର ଭୂମିକମ୍ପ ଆସିଥାଏ ।

ଏବେ ଆସିଥିବା ଭୂମିକମ୍ପ ପରେ ବିଦ୍ୟୁତ୍ ସରବରାହ ସହ ଟେଲିଫୋନ ସେବା ବାଧାପ୍ରାପ୍ତ ହୋଇଛି । ଅନ୍ତର୍ଜାତୀୟ ଏୟାରପୋର୍ଟ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ସବୱେ ସର୍ଭିସ୍ ତୈଳ ଉତ୍ପାଦନ ବନ୍ଦ କରି ଦିଆଯାଇଛି । ଶିକ୍ଷାନୁଷ୍ଠାନ ଗୁଡ଼ିକୁ ସେଲଟର୍ ହୋମ୍ କରାଯାଇଛି ।

ଏଥିସହ ପଢ଼ନ୍ତୁ: ଭେନେଜୁଏଲା ଭୟଙ୍କର ଭୂମିକମ୍ପ ଘଟଣା: ମୋଦି କହିଲେ ସହାୟତା ପାଇଁ ଭାରତ ପ୍ରସ୍ତୁତ 

ଘୋଷଣା ହେଲା ଜରୁରୀକାଳୀନ ପରିସ୍ଥିତି

ଭେନେଜୁଏଲାରେ ବିଗତ ୧୨୬ ବର୍ଷ ମଧ୍ୟରେ ଏହା ହେଉଛି ସବୁଠୁ ଶକ୍ତିଶାଳୀ ଭୂମିକମ୍ପ । ଏହା ପୂର୍ବରୁ ୧୯୦୦ ମସିହାରେ ୭.୭ ତୀବ୍ରତାର ଭୂମିକମ୍ପ ଆସିଥିଲା । ଏବେ ଦୁଇ ଦୁଇଟି ଭୂମିକମ୍ପ ପରେ ଭେନେଜୁଏଲାରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି ରାଷ୍ଟ୍ରପତି ଡେଲସି ରୋଡ୍ରିଗେଜ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored