Venezuela President / କୋର୍ଟରେ ମାଦୁରୋ, ହାତ ଯୋଡ଼ି କହିଲେ ଏସବୁ ଥିଲା ପ୍ଲାନ...
·6 months ago·2 min read

Key Points
କୋର୍ଟରେ ହାଜର ହେଲେ ଭେନେଜୁଏଲା ରାଷ୍ଟ୍ରପତି
ହାତଯୋଡ଼ି କହିଲେ ମୋ ସହ ଅନ୍ୟାୟ ହୋଇଛି
ହାତଯୋଡ଼ି କହିଲେ ମୋ ସହ ଅନ୍ୟାୟ ହୋଇଛି
କୋର୍ଟରେ ହାଜର ହେଲେ ଭେନେଜୁଏଲା ରାଷ୍ଟ୍ରପତି । ହାତ ଯୋଡ଼ି କହିଲେ ମୁଁ ନିର୍ଦ୍ଦୋଷ। ମୋ ସହ ହୋଇଛି ଅନ୍ୟାୟ। ଭେନେଜୁଏଲାର ଅପଦସ୍ଥ ରାଷ୍ଟ୍ରପତି ନିକୋଲାସ ମାଦୁରୋ ଓ ତାଙ୍କ ପତ୍ନୀଙ୍କୁ ଆମେରିକାର ସଂଘୀୟ ଅଦାଲତରେ ହାଜର କରାଯାଇଛି । ଡ୍ରଗ୍ସ କାରବାର ସମେତ ଅନେକ ଗମ୍ଭୀର ଅଭିଯୋଗ ଉପରେ ନିଜକୁ କୋର୍ଟରେ ନିର୍ଦ୍ଦୋଷ ବୋଲି କହିଛନ୍ତି ମାଦୁରୋ । ସେ ଜଜଙ୍କ ସାମ୍ନାରେ କହିଛନ୍ତି ଯେ, ସେ ଏବେ ବି ଭେନେଜୁଏଲାର ରାଷ୍ଟ୍ରପତି । ମାଦୁରୋ ଓ ତାଙ୍କ ପତ୍ନୀ ପ୍ରାୟ ୩୦ ମିନିଟ୍ ପର୍ଯ୍ୟନ୍ତ ଚାଲିଥିବା ଶୁଣାଣି ପରେ କୋର୍ଟରୁ ବାହାରିଥିଲେ । ଏହି ମାମଲାରେ ପରବର୍ତ୍ତୀ ଶୁଣାଣି ୨୦୨୬ ମାର୍ଚ୍ଚ ୧୭ ପୂର୍ବାହ୍ଣ ୧୧ଟାରେ ହେବ ।
ସୋମବାର ବ୍ରୁକଲିନ ଜେଲ୍ରୁ କଡ଼ା ସୁରକ୍ଷା ବଳୟରେ ନିକୋଲାସ୍ ମାଦୁରୋଙ୍କୁ ନ୍ୟୁୟର୍କସ୍ଥିତ ମ୍ୟାନହାଟନ ଫେଡେରାଲ୍ କୋର୍ଟରେ ହାଜର କଲା ଆମେରିକା । ମାଦୁରୋଙ୍କ ସହ ତାଙ୍କ ପତ୍ନୀଙ୍କୁ ମଧ୍ୟ ସଶସ୍ତ୍ର ସୁରକ୍ଷାକର୍ମୀମାନେ ହେଲିକପ୍ଟରରେ କୋର୍ଟକୁ ହାଜର କରିବା ପାଇଁ ନେଇଥିଲେ । ଉଭୟ କଏଦୀ ପୋଷାକରେ ଥିବା ବେଳେ, ମାଦୁରୋ ଛୋଟେଇ ଛୋଟଇ ଚାଲୁଥିବା ଦେଖିବାକୁ ମିଳିଥିଲା ।କୋର୍ଟରେ ଶୁଣାଣିର ଅଧ୍ୟକ୍ଷତା କରିବେ ଇହୁଦୀ ବିଚାରପତି ଆଲ୍ଭିନ । ୧୯୯୮ରେ ତାଙ୍କୁ ବିଚାରପତି ନିଯୁକ୍ତ କରିଥିଲେ ତତ୍କାଳୀନ ରାଷ୍ଟ୍ରପତି ବିଲ୍ କ୍ଲିଣ୍ଟନ୍ । ୨୦୧୧ରୁ ନ୍ୟୁୟର୍କରେ ବରିଷ୍ଠ ବିଚାରପତି ଦାୟିତ୍ୱ ତୁଲାଉଛନ୍ତି ଆଲ୍ଭିନ୍ । ଆତଙ୍କବାଦ ଓ ରାଷ୍ଟ୍ରୀୟ ସୁରକ୍ଷା ସଂପର୍କିତ ମାମଲା ବିଚାରରେ ଦୀର୍ଘ ଅଭିଜ୍ଞତା । ବହୁଚର୍ଚ୍ଚିତ ୯/୧୧ ଆତଙ୍କୀ ଆକ୍ରମଣ ମାମଲାରେ ଥିଲେ ବିଚାରପତି । ଏହା ପୂର୍ବରୁ ଟ୍ରମ୍ପଙ୍କ ଏକ ଆବେଦନକୁ ଖାରଜ କରିଦେଇଥିଲେ ଆଲ୍ଭିନ୍ ।
ହାଜର ହେବା ପୂର୍ବରୁ କୋର୍ଟ ଆଖପାଖରେ ବ୍ୟାରିକେଡିଂ କରାଯିବା ସହ କଡ଼ା ପାଟ୍ରୋଲିଂ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ତାଙ୍କ ବିରୋଧରେ ଡ୍ରଗ୍ସ ମାଫିଆଙ୍କ ଭଳି ସଂଗୀନ ଆରୋପ ଲଗାଇଛି ଆମେରିକା । ନିଶା କାରବାର ପାଇଁ ଆତଙ୍କବାଦ ଷଡ଼ଯନ୍ତ୍ର, କୋକେନ୍ ଆମଦାନୀ ଷଡ଼ଯନ୍ତ୍ର, ମେସିନ୍ଗନ୍ ଓ ଧ୍ୱଂସକାରୀ ଯନ୍ତ୍ର ରଖିବା, ଆମେରିକା ବିରୋଧରେ ଉପଯୋଗ ପାଇଁ ଅସ୍ତ୍ରଶସ୍ତ୍ର ଗଚ୍ଛିତ ରଖିବା ଇତ୍ୟାଦି ମାମଲାରେ ବିଚାର ଚାଲିବ । ତେବେ ହାଜର ବେଳେ ନିଜକୁ ନିର୍ଦ୍ଦୋଷ ବୋଲି କହିଥିଲେ ମାଦୁରୋ ।ସିଧାସଳଖ ଆମେରିକାର କାର୍ଯ୍ୟକଳାପ ଉପରେ ପ୍ରଶ୍ନ ଉଠାଇଥିଲେ। ସେପଟେ ମାଦୁରୋ ଓ ତାଙ୍କ ପତ୍ନୀ ସିଲିଆ ଫ୍ଲୋରେସ୍ ପରବର୍ତ୍ତୀ ସମୟରେ ମାର୍ଚ୍ଚ ୧୭ ତାରିଖରେ ପୁଣିଥରେ କୋର୍ଟରେ ହାଜର ହେବେ ।
ଏଥିସହ ପଢ଼ନ୍ତୁ: ଘାଣ୍ଟୁଛି ଶୀତ, ଆହୁରି ତିନି ଦିନ ଘେରିବ କୁହୁଡ଼ି
ମାଦୁରୋଙ୍କ ମାମଲାର ଶୁଣାଣି କରିବେ ୯୨ ବର୍ଷୀୟ ବିଚାରପତି । ଫେଡେରାଲ୍ କୋର୍ଟର ବରିଷ୍ଠ ଜଜ୍ ଆଲ୍ଭିନ୍ ହେଲରଷ୍ଟିନଙ୍କୁ ଏହି ଗୁରୁ ଦାୟିତ୍ୱ ଦିଆଯାଇଛି ।ଡ୍ରଗ୍ସ ଚାଲାଣ ଏବଂ ଆତଙ୍କବାଦୀ ଷଡ଼ଯନ୍ତ୍ର ସହିତ ଜଡିତ ଗମ୍ଭୀର ଅଭିଯୋଗର ଶୁଣାଣି ସମୟରେ, ମାଦୁରୋ କୋର୍ଟକୁ କହିଥିଲେ ଯେ ସେ ଜଣେ ଅପରାଧୀ ନୁହଁନ୍ତି, କିନ୍ତୁ ଏବେ ବି ତାଙ୍କ ଦେଶର ନିର୍ବାଚିତ ରାଷ୍ଟ୍ରପତି। ସେ ଆହୁରି କହିଥିଲେ "ମୁଁ ଜଣେ ସମ୍ମାନିତ ବ୍ୟକ୍ତି ଏବଂ ମୋ ଦେଶର ରାଷ୍ଟ୍ରପତି ।" ସେ ଦାବି କରିଥିଲେ ଯେ ତାଙ୍କୁ ଜଣେ ଅପରାଧୀ ପରି ଗିରଫ କରାଯାଇଛି । ତାଙ୍କ ସହିତ ଅନ୍ୟାୟ ବି ହୋଇଛି ବୋଲି ସେ ଯୁକ୍ତି ବାଢିଥିଲେ । ଏମିତି ମାଦୁରୋ ସମସ୍ତ ଅଭିଯୋଗକୁ ଅସ୍ୱୀକାର କରିଥିଲେ ।
ଅଧିକ ପଢ଼ନ୍ତୁ ବିଦେଶ ଖବର:

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories