Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

America vs Venezuela / ମାଦୁରୋଙ୍କ ଅପହରଣ ବେଳେ ୧୦୦ ଜଣଙ୍କୁ ମାରିଛି ଆମେରିକା

Satyendu Sekhar Mishra
Browse all articles by Satyendu Sekhar Mishra
·6 months ago·2 min read
ମାଦୁରୋଙ୍କ ଅପହରଣ ବେଳେ ୧୦୦ ଜଣଙ୍କୁ ମାରିଛି ଆମେରିକା
Donald Trump

Key Points

ଭେନେଜୁଏଲାର ଗୃହମନ୍ତ୍ରୀ ସରକାରୀ ଟେଲିଭିଜନରେ ତାଙ୍କ ସାପ୍ତାହିକ କାର୍ଯ୍ୟକ୍ରମରେ ଏହି ସୂଚନା ଦେଇଛନ୍ତି ।

ମାଦୁରୋ ଅପରେସନରେ ଶହେ ମୃତ । ଆମେରିକା ଆକ୍ରମଣରେ ଅତି କମରେ ୧୦୦ ଜଣଙ୍କ ମୃତ୍ୟୁ ହୋଇଥିବା ଭେନେଜୁଏଲା ଗୃହମନ୍ତ୍ରୀ ଦିଓସଡାଡୋ କାବେଲୋ କହିଛନ୍ତି । ଗତ ଶନିବାର ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କୁ କ୍ଷମତାରୁ ହଟାଇବାକୁ ଆମେରିକା ଅପରେସନ ଆରମ୍ଭ କରିଥିଲା । ପୂର୍ବରୁ ଭେନେଜୁଏଲା ସରକାରୀ ସୁତ୍ରରୁ ମୃତକଙ୍କ ତାଲିକା ଜାରି ହୋଇଛି ।

ଅପରେସନ ସମୟରେ ମାଦୁରୋଙ୍କ ସହିତ ଅଟକ ଥିବା ତାଙ୍କ ପତ୍ନୀ ସିଲିଆ ଫ୍ଲୋରେସଙ୍କ ମୁଣ୍ଡରେ ଆଘାତ ଲାଗିଥିଲା ବୋଲି କାବେଲୋ କହିଛନ୍ତି । ମାଦୁରୋଙ୍କ ଗୋଡ଼ରେ ମଧ୍ୟ ଆଘାତ ଲାଗିଥିଲା । ଭେନେଜୁଏଲାର ଗୃହମନ୍ତ୍ରୀ ସରକାରୀ ଟେଲିଭିଜନରେ ତାଙ୍କ ସାପ୍ତାହିକ କାର୍ଯ୍ୟକ୍ରମରେ ଏହି ସୂଚନା ଦେଇଛନ୍ତି । ମୃତ ସାମରିକ ସଦସ୍ୟଙ୍କ ପାଇଁ ଏକ ସପ୍ତାହ ଶୋକ ଘୋଷଣା କରିଛନ୍ତି ଭେନେଜୁଏଲା ସରକାର ।

ଅନ୍ୟପଟେ ମାଦୁରୋଙ୍କୁ ଗିରଫ କରି କୋର୍ଟରେ ହାଜର କରିଛି ଆମେରିକା । କୋର୍ଟଙ୍କ ଆଗରେ ହାତ ଯୋଡ଼ି କହିଲେ 'ମୁଁ ନିର୍ଦ୍ଦୋଷ । ମୋ ସହ ହୋଇଛି ଅନ୍ୟାୟ'। ଭେନେଜୁଏଲାର ଅପଦସ୍ଥ ରାଷ୍ଟ୍ରପତି ନିକୋଲାସ ମାଦୁରୋ ଓ ତାଙ୍କ ପତ୍ନୀଙ୍କୁ ଆମେରିକାର ସଂଘୀୟ ଅଦାଲତରେ ହାଜର କରାଯାଇଛି । ଡ୍ରଗ୍ସ କାରବାର ସମେତ ଅନେକ ଗମ୍ଭୀର ଅଭିଯୋଗ ଉପରେ ନିଜକୁ କୋର୍ଟରେ ନିର୍ଦ୍ଦୋଷ ବୋଲି କହିଛନ୍ତି ମାଦୁରୋ । ସେ ଜଜଙ୍କ ସାମ୍ନାରେ କହିଛନ୍ତି ଯେ, ସେ ଏବେ ବି ଭେନେଜୁଏଲାର ରାଷ୍ଟ୍ରପତି । ମାଦୁରୋ ଓ ତାଙ୍କ ପତ୍ନୀ ପ୍ରାୟ ୩୦ ମିନିଟ୍ ପର୍ଯ୍ୟନ୍ତ ଚାଲିଥିବା ଶୁଣାଣି ପରେ କୋର୍ଟରୁ ବାହାରିଥିଲେ । ଏହି ମାମଲାରେ ପରବର୍ତ୍ତୀ ଶୁଣାଣି ୨୦୨୬ ମାର୍ଚ୍ଚ ୧୭ ପୂର୍ବାହ୍ନ ୧୧ଟାରେ ହେବ ।

ସୋମବାର ବ୍ରୁକଲିନ ଜେଲ୍ରୁ କଡ଼ା ସୁରକ୍ଷା ବଳୟରେ ନିକୋଲାସ୍ ମାଦୁରୋଙ୍କୁ ନ୍ୟୁୟର୍କସ୍ଥିତ ମ୍ୟାନହାଟନ ଫେଡେରାଲ୍ କୋର୍ଟରେ ହାଜର କଲା ଆମେରିକା । ମାଦୁରୋଙ୍କ ସହ ତାଙ୍କ ପତ୍ନୀଙ୍କୁ ମଧ୍ୟ ସଶସ୍ତ୍ର ସୁରକ୍ଷାକର୍ମୀମାନେ ହେଲିକପ୍ଟରରେ କୋର୍ଟକୁ ହାଜର କରିବା ପାଇଁ ନେଇଥିଲେ । ଉଭୟ କଏଦୀ ପୋଷାକରେ ଥିବା ବେଳେ, ମାଦୁରୋ ଛୋଟେଇ ଛୋଟଇ ଚାଲୁଥିବା ଦେଖିବାକୁ ମିଳିଥିଲା । କୋର୍ଟରେ ଶୁଣାଣିର ଅଧ୍ୟକ୍ଷତା କରିବେ ଇହୁଦୀ ବିଚାରପତି ଆଲ୍‌ଭିନ ।

୧୯୯୮ରେ ତାଙ୍କୁ ବିଚାରପତି ନିଯୁକ୍ତ କରିଥିଲେ ତତ୍କାଳୀନ ରାଷ୍ଟ୍ରପତି ବିଲ୍ କ୍ଲିଣ୍ଟନ୍ । ୨୦୧୧ରୁ ନ୍ୟୁୟର୍କରେ ବରିଷ୍ଠ ବିଚାରପତି ଦାୟିତ୍ୱ ତୁଲାଉଛନ୍ତି ଆଲ୍‌ଭିନ୍ । ଆତଙ୍କବାଦ ଓ ରାଷ୍ଟ୍ରୀୟ ସୁରକ୍ଷା ସଂପର୍କିତ ମାମଲା ବିଚାରରେ ଦୀର୍ଘ ଅଭିଜ୍ଞତା । ବହୁଚର୍ଚ୍ଚିତ ୯/୧୧ ଆତଙ୍କୀ ଆକ୍ରମଣ ମାମଲାରେ ଥିଲେ ବିଚାରପତି । ଏହା ପୂର୍ବରୁ ଟ୍ରମ୍ପଙ୍କ ଏକ ଆବେଦନକୁ ଖାରଜ କରିଦେଇଥିଲେ ଆଲ୍‌ଭିନ୍ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
America vs Venezuela | Venezuela's interior minister says 100 people died in U.S. attack | Argus News