Videos
|
International

ଜାଣନ୍ତୁ କାହିଁକି ବନ୍ଦ ହେଲା ସ୍କାଇପ୍‌, ଆଉ କ'ଣ ରହିଛି ବିକଳ୍ପ

Jyoti Prakash Mallick
Browse all articles by Jyoti Prakash Mallick
·1 year ago·2 min read
ଜାଣନ୍ତୁ କାହିଁକି ବନ୍ଦ ହେଲା ସ୍କାଇପ୍‌, ଆଉ କ'ଣ ରହିଛି ବିକଳ୍ପ

ଆଜିଠୁ ଆଉ ଚାଲିବ ନାହିଁ ଭିଡିଓ କଲିଂ ପ୍ଲାଟ୍‌ଫର୍ମ ସ୍କାଇପ୍। ଆଜିଠାରୁ ଏହି ସେବା ବନ୍ଦ କରିଦେବ ମାଇକ୍ରୋସଫ୍ଟ। ୨୦୦୩ ମସିହାରୁ ଆରମ୍ଭ ହୋଇଥିବା ସ୍କାଇପ ଭିଡିଓ କଲ୍‌ କ୍ଷେତ୍ରରେ ଆଣିଥିଲା ଏକ ବ୍ୟାପକ ପରିବର୍ତ୍ତନ। ଏବେ ଓ୍ବାଟସ୍ଅପ୍‌ ଓ ଗୁଗୁଲ ମିଟର ବ୍ୟାପକ ବ୍ୟବହାର ପରେ ଆଉ ସ୍କାଇପ୍ ବ୍ୟବହାର କରୁ ନାହାନ୍ତି ୟୁଜର୍ସ।


ୟୁଜର୍ସ ଚାହିଁଲେ ସେମାନଙ୍କ ଚାର୍ଟ, କଣ୍ଟାକ୍ଟ ଓ କଲ୍ ହିଷ୍ଟ୍ରିକୁ ମାଇକ୍ରୋସଫ୍ଟକୁ ନେଇପାରିବେ। ଦୁଇ ଦଶନ୍ଧିରୁ ଅଧିକ ସମୟ ସେବା ପରେ, Skype ବ୍ୟବହାରକାରୀଙ୍କୁ Microsoft Teams କୁ ସ୍ଥାନାନ୍ତରିତ କରିବ। ମେ ୫ ରେ ସ୍କାଇପକୁ ଆନୁଷ୍ଠାନିକ ଭାବେ ବନ୍ଦ କରାଯିବା ନେଇ ମାଇକ୍ରୋସଫ୍ଟ ପକ୍ଷରୁ ଘୋଷଣା କରାଯାଇଥିଲା।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ବନ୍ଦ କରାଯିବାର କାରଣ ନେଇ କମ୍ପାନୀ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନଥିଲେ ମଧ୍ୟ ବ୍ୟବହାରୀଙ୍କ ସଂଖ୍ୟା କମିବାରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା କୁହାଯାଉଛି। ବ୍ୟବହାରକାରୀଙ୍କ ସୁବିଧା ପାଇଁ ଆଗକୁ କିଛି ନୂଆ ଫିଚର ସହ ନୂଆ ଢାଞ୍ଚାରେ ଆଣିବାକୁ କମ୍ପାନୀ ଲକ୍ଷ ରଖିଛି। ଏହାର ଯୋଗାଯୋଗ ଉପକରଣଗୁଡ଼ିକୁ ଏକୀକୃତ ପ୍ଲାଟଫର୍ମ ଅଧୀନରେ ଏକାଠି କରାଯିବାର ଏହା ଏକ ରଣନୀତି ବୋଲି କୁହାଯାଉଛି। ଏବେ ମାଇକ୍ରୋସଫ୍ଟ ଟିମ୍ସ ଉପରେ ଧ୍ୟାନ ଦେଉଛି କମ୍ପାନୀ।


୨୦୦୩ ମସିହାରେ ଇଣ୍ଟରନେଟ୍ ଭଏସ୍ ଏବଂ ଭିଡିଓ କଲିଂରୁ ଆରମ୍ଭ ହୋଇଥିଲା। ୨୦୦୫ରେ ମିଳିଥିଲା ଏହାକୁ ବ୍ୟାପକ ସଫଳତା। ୨୦୦୫ ମସିହା ବେଳକୁ ୫ କୋଟିରୁ ଅଧିକ ଲୋକ ଏହାକୁ ବ୍ୟବହାର କରୁଥିଲେ। ସମାନ ବର୍ଷରେ ଇବାଏ ସ୍କାଇପକୁ ୨.୬ ବିଲିୟନ ଡଲାରରେ କିଣିଥିଲା। ପରେ ୨୦୧୧ ମସିହାରେ ମାଇକ୍ରୋସଫ୍ଟ ୮.୫ ବିଲିୟନ ଡଲାରରେ ସ୍କାଇପକୁ କିଣିଥିଲା।


ବର୍ତ୍ତମାନ ଭିଡିଓ କଲିଂ ପାଇଁ ଯଦି ଭଲ ବିକଳ୍ପ କିଏ ରହିଛି ତାହା ହେଉଛି ଗୁଗୁଲ ମିଟ୍। ଏଥିରେ ୧୦୦ ଜଣ ପର୍ଯ୍ୟନ୍ତ ସ୍କ୍ରିନ୍ ସେୟାରିଂ, ମିଟିଂ ରେକର୍ଡିଂ ଏବଂ ଭିଡିଓ ବାର୍ତ୍ତାଳାପର ସୁବିଧା ରହିଛି। ମାଗଣାରେ ୩ ରୁ ଅଧିକ ଲୋକ ୬୦ ମିନିଟ୍‌ ପର୍ଯ୍ୟନ୍ତ କଥା ହୋଇପାରନ୍ତି। ବ୍ୟବସାୟ ପାଇଁ ଏହାର ପ୍ରାରମ୍ଭିକ ମୂଲ୍ୟ ୧୬୦ ଟଙ୍କା ରହିଛି।


ସେହିଭଳି ଆଉ ଏକ ବିକଳ୍ପ ରହିଛି ଜୁମ୍। ଏଥିରେ ବ୍ୟକ୍ତିଗତ ଏବଂ ବ୍ୟକ୍ତିଗତ ଚାଟ୍ ବିକଳ୍ପ ଉଭୟ ଅଛି । ଏଥିରେ ମଧ୍ୟ ଥରକରେ ୧୦୦ ଜଣ ପର୍ଯ୍ୟନ୍ତ ୟୁଜର୍ସ ଯୋଡି ହୋଇ ପାରିବେ। ସ୍କ୍ରିନ୍ ସେୟାରିଂ, ଭର୍ଚୁଆଲ୍ ହ୍ୱାଇଟ୍‌ବୋର୍ଡ, ନୋଟ୍ ନେବା ସୁବିଧା ଏବଂ ମିଟିଂ ରେକର୍ଡ କରିବାର କ୍ଷମତା ରହିଛି। ମାଗଣାରେ, 40 ମିନିଟ୍ ପର୍ଯ୍ୟନ୍ତ କଥା ହୋଇପାରିବେ। ବିନା ବାଧାରେ ଅଧିକ ସମୟର ମିଟିଂ ପାଇଁ ପେଡ୍‌ ପ୍ରିମିୟମ ସୁବିଧା ମଧ୍ୟ ରହିଛି।