Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

Pakistan Supreme Court Blast / କ'ଣ ଚାଲିଛି ପାକିସ୍ତାନରେ, ଏହି ଦେଶକୁ ପଡ଼ିଛି କି ଶନିଦଶା ? ଦେଖନ୍ତୁ ଭିଡିଓ...

Satyendu Sekhar Mishra
Browse all articles by Satyendu Sekhar Mishra
·8 months ago·2 min read
କ'ଣ ଚାଲିଛି ପାକିସ୍ତାନରେ, ଏହି ଦେଶକୁ ପଡ଼ିଛି କି ଶନିଦଶା ? ଦେଖନ୍ତୁ ଭିଡିଓ...

Key Points

ହଠାତ୍ ବିସ୍ଫୋରଣ ହେବା ଫଳରେ ସୁପ୍ରିମକୋର୍ଟ କୋଠାରେ ଆତଙ୍କ ସୃଷ୍ଟି ହୋଇଥିଲା ।
ବିସ୍ଫୋରଣର କମ୍ପନ ଯୋଗୁଁ ସମଗ୍ର କୋଠା ଥରି ଉଠିଥିଲା ।

ପାକିସ୍ତାନକୁ ପଡ଼ିଛି ଶନିଦଶା । ଦେଶରେ ଆଉ ଶାନ୍ତି ନାହିଁ । ପ୍ରତ୍ୟେକ ଦିନ କିଛି ନା କିଛି ହେଉଛି ବିଶୃଙ୍ଖଳା । ଗୋଟିଏ ପଟେ ପଡ଼ୋଶୀ ଦେଶମାନେ ନୀଇତି ପାକିସ୍ତାନ ଉପରେ ଗୋଳାବାରୁଦ ବିସ୍ଫୋରଣ କରୁଥିବା ବେଳେ ଅନ୍ୟପଟେ ପାକିସ୍ତାନୀଙ୍କ ସାଧାରଣ ଭୁଲ ଯୋଗୁଁ ମଧ୍ୟ ହେଉଛି ବିସ୍ଫୋରଣ । ଯାହାକି ପାକିସ୍ତାନ ସରକାରର ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଗୋଟିଏ ପଟେ ବଲୁଚିସ୍ତାନ ପକ୍ଷରୁ ବଲୁଚି ଆର୍ମି ପାକିସ୍ତାନୀ ସେନାକୁ ନାକରେ ପାଣି ପିଆଉଥିବା ବେଳେ ଆଫଗାନିସ୍ତାନର ତାଲିବାନ ଆର୍ମି ଦେଶ ଭିତରେ ପଶି ଲୋକଙ୍କ ବେକ କାଟୁଛନ୍ତି ।

ଆଉ ଏତେ ସବୁ ଟେନ୍‌ସନ୍‌ ଭିତରେ ପାକିସ୍ତାନର ସୁପ୍ରିମକୋର୍ଟ ପରିସରରେ ହୋଇଛି ବଡ଼ ବିସ୍ଫୋରଣ । ଏହାର କାରଣ ଜାଣିଲେ ଆପଣଙ୍କ ହୋସ ଉଡ଼ିଯିବ । ସୁପ୍ରିମକୋର୍ଟ ପରିସରରେ ଏଭଳି ସାମାନ୍ୟ ଭୁଲ ଯୋଗୁଁ ଏତେ ବଡ଼ ଦୁର୍ଘଟଣା ଘଟିବ ତାହା କେହି କେବେ କଳ୍ପନା ବି କରିପାରିବେ ନାହିଁ ।

ଘଟଣାଟି ହେଉଛି ପାକିସ୍ତାନର ସୁପ୍ରିମକୋର୍ଟ କୋଠାରେ ବିସ୍ଫୋରଣ ଘଟିଛି। ମଙ୍ଗଳବାର ପାକିସ୍ତାନରେ ଥିବା ସୁପ୍ରିମକୋର୍ଟ କୋଠାରେ ବିସ୍ଫୋରଣ ଘଟି ୧୨ ଜଣ ଆହତ ହୋଇଥିବା ଜଣାପଡ଼ିଛି। ପ୍ରଥମେ କୁହାଯାଇଥିଲା ଯେ, ସୁପ୍ରିମକୋର୍ଟର ବେସମେଣ୍ଟରେ ଅବସ୍ଥିତ କ୍ୟାଣ୍ଟିନରେ ଗ୍ୟାସ ସିଲିଣ୍ଡର ଫାଟିବା ଯୋଗୁଁ ଏହି ଶକ୍ତିଶାଳୀ ବିସ୍ଫୋରଣ ଘଟିଥିଲା। ହେଲେ ପରେ ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ କରିଥିଲା ​​ଯେ, ଏୟାର କଣ୍ଡିସନର ସିଷ୍ଟମର ମରାମତି ସମୟରେ ବିସ୍ଫୋରଣ ଘଟିଥିଲା।

ହଠାତ୍ ବିସ୍ଫୋରଣ ହେବା ଫଳରେ ସୁପ୍ରିମକୋର୍ଟ କୋଠାରେ ଆତଙ୍କ ସୃଷ୍ଟି ହୋଇଥିଲା। ବିସ୍ଫୋରଣର କମ୍ପନ ଯୋଗୁଁ ସମଗ୍ର କୋଠା ଥରି ଉଠିଥିଲା। ଏହା ପରେ ଓକିଲ, ବିଚାରପତି, କର୍ମଚାରୀ ଏବଂ ଅନ୍ୟାନ୍ୟ କର୍ମଚାରୀମାନେ ଭୟଭୀତ ହୋଇ କୋଠା ବାହାରକୁ ଦୌଡ଼ିବାକୁ ଲାଗିଥିଲେ। ବିସ୍ଫୋରଣ ଯୋଗୁଁ କୋର୍ଟ ନମ୍ବର ୬ ଗୁରୁତର କ୍ଷତିଗ୍ରସ୍ତ ହୋଇଛି । ବିସ୍ଫୋରଣ ପୂର୍ବରୁ ଜଷ୍ଟିସ୍ ଅଲି ବାକର ନଜଫି ଏବଂ ଜଷ୍ଟିସ୍ ଶାହଜାଦ ମାଲିକ ସେଠାରେ ଏକ ମାମଲାର ଶୁଣାଣି କରୁଥିଲେ।

କୁହାଯାଉଛି ଯେ, ଆହତ ଶ୍ରମିକମାନଙ୍କ ମଧ୍ୟରୁ ଅଧିକାଂଶ ଏସି ପ୍ଲାଣ୍ଟ ନିକଟରେ ମରାମତି କାର୍ଯ୍ୟରେ ନିୟୋଜିତ ଥିଲେ। ସେମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଏବେ ଗୁରୁତର ଥିବା କୁହାଯାଉଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Pakistan Supreme Court Blast | Video: Pakistan Supreme Court Rattled By Cylinder Blast, 12 Injured | Argus News