F-35 Crash In Alaska: ୫୦ ମିନିଟ ଯାଏଁ ଚେଷ୍ଟା କଲେ ପାଇଲଟ, ହେଲେ ବିଫଳ ହେଲେ ! ଦେଖନ୍ତୁ ଭିଡିଓ

Key Points
ଦୁର୍ଘଟଣା ପୂର୍ବରୁ ପାଇଲଟ୍ ବିମାନକୁ ରକ୍ଷା କରିବାର ସବୁ ପ୍ରକାର ଚେଷ୍ଟା କରିଥିଲେ।
ବିମାନରେ ଥିବା ତ୍ରୁଟିକୁ ଠିକ୍ କରିବା ପାଇଁ ପାଇଲଟ୍ ଆକାଶରେ ୫୦ ମିନିଟ୍ ପର୍ଯ୍ୟନ୍ତ ଲକହିଡ୍ ମାର୍ଟିନର ୫ ଇଞ୍ଜିନିୟରଙ୍କ ସହ କନଫ୍ରେନ୍ସ କଲ୍ କରିଥିଲେ।
ଯେଉଁ ଫାଇଟର ଜେଟ୍ କଥା କହି ଆମେରିକା ସାରା ବିଶ୍ୱକୁ ଡରାଏ, ସେହି ଫାଇଟର ଜେଟ୍ ଆକାଶରେ ହିଁ ହୋଇଗଲା ପାଉଁଶ । ଆଜ୍ଞା ହଁ.. ଆପଣ ଠିକ୍ ଠଉରେଇ ପାରୁଛନ୍ତି । ଆମେ ସେହି ଫାଇଟର ଜେଟ୍ କଥା କହୁଛୁ, ଯେଉଁ ଫାଇଟର ଜେଟ୍ ଧରି ପାକିସ୍ତାନ ସବୁବେଳେ ଭାରତ ଆଗରେ ତାଉ ଦେଖାଏ । ସେହି ଫାଇଟର ଜେଟ୍ ଆମେରିକାଠାରୁ ହିଁ କିଣିଛି ପାକିସ୍ତାନ । ଅତ୍ୟାଧୁନିକ ବୈଶୟିକ ଜ୍ଞାନ କୌଶଳରେ ପ୍ରସ୍ତୁତ ହୋଇଥିବା ଏହି ଲଢ଼ୁଆ ବିମାନ ଆକାଶରେ ଉଡ଼ିଲେ କୁଆଡ଼େ ମୃତ୍ୟୁର ତାଣ୍ଡବ ରଚେ ବୋଲି କୁହାଯାଏ । ହେଲେ ସେହି ଫାଇଟର ଜେଟ୍ ଯେ ଏତେ ଦୁର୍ବଳ ତାହା ଆଜି ପ୍ରମାଣିତ ହୋଇଛି । ଉଡ଼ୁଥିବା ବେଳେ ଆକାଶରେ ହିଁ ଲକ୍ ହୋଇଗଲା ବିମାନ, ତାପରେ କାମ କଲାନି ଇଞ୍ଜିନ ।
ଆମେରିକା ସବୁବେଳେ ନିଜର ଏଫ୍-୩୫ ଫାଇଟର ଜେଟ୍କୁ ନେଇ ଗର୍ବ କରିଥାଏ। ଏହା ଦୁନିଆର ସବୁଠାରୁ ଉନ୍ନତ ଫାଇଟର ଜେଟ୍ ବୋଲି ଦାବି କରିଥାଏ । କିନ୍ତୁ ନିକଟରେ ଘଟିଥିବା ଏକ ଘଟଣା, ସାରା ଦୁନିଆକୁ ଚକିତ କରିଛି। ଆମେରିକା ବାୟୁସେନାର ଏକ ଏଫ୍-୩୫ ଜେଟ୍ ଆଲାସ୍କାରେ ଦୁର୍ଘଟଣାଗ୍ରସ୍ତ ହୋଇଯାଇଛି।
ଦୁର୍ଘଟଣା ପୂର୍ବରୁ ପାଇଲଟ୍ ବିମାନକୁ ରକ୍ଷା କରିବାର ସବୁ ପ୍ରକାର ଚେଷ୍ଟା କରିଥିଲେ। ବିମାନରେ ଥିବା ତ୍ରୁଟିକୁ ଠିକ୍ କରିବା ପାଇଁ ପାଇଲଟ୍ ଆକାଶରେ ୫୦ ମିନିଟ୍ ପର୍ଯ୍ୟନ୍ତ ଲକହିଡ୍ ମାର୍ଟିନର ୫ ଇଞ୍ଜିନିୟରଙ୍କ ସହ କନଫ୍ରେନ୍ସ କଲ୍ କରିଥିଲେ। ଯେତେବେଳେ ଏହି ଚେଷ୍ଟା ବିଫଳ ହୋଇଥିଲା ପାଇଲଟ୍ ପାରାଚୁଟ୍ ସାହାଯ୍ୟରେ ବିମାନରୁ ଡେଇଁ ପଡ଼ିଥିଲେ। ଏହାପରେ ଜେଟ୍ ଆଲାସ୍କାର ରନଓ୍ବେରେ କ୍ରାସ୍ ହୋଇଯାଇଥିଲା।
ଦୁର୍ଘଟଣାର କାରଣ ଜେଟ୍ ହାଇଡ୍ରୋଲିକ୍ ସିଷ୍ଟମରେ ବରଫ ଜମିବା ବୋଲି କୁହାଯାଉଛି, ଯାହାଫଳରେ ଲ୍ୟାଣ୍ଡିଂ ଗିଅର ଜାମ୍ ହୋଇଯାଇଥିଲା। ଉଡାଣ ଭରିବା ମାତ୍ରେ ପାଇଲଟ୍ ଗିୟର ଫେରାଇ ନେବାର ଚେଷ୍ଟା କରିଥିଲେ, କିନ୍ତୁ ବାମ ପଟେ ଅଟକି ଯାଇଥିଲା। ଗିୟର ପୁଣିଥରେ ତଳକୁ କରିବାର ଚେଷ୍ଟା ମଧ୍ୟ ବିଫଳ ହୋଇଥିଲା। ଜେଟ୍ର ସେନ୍ସର ଭୁଲ ସଙ୍କେତ ଦେଇଥିଲା ଯେ, ବିମାନ ତଳକୁ ଓହ୍ଲାଇ ସାରିଛି। ଯାହାଫଳରେ ଜେଟ୍ ନିୟନ୍ତ୍ରଣ ହରାଇ ବସିଥିଲା। ଏହି ସମୟରେ ଦୁଇ ଥର ‘ଟଚ୍ ଆଣ୍ଡ ଗୋ’ ଲ୍ୟାଣ୍ଡିଂର ଚେଷ୍ଟା କରାଯାଇଥିଲା। ହେଲେ ସବୁ ବିଫଳ ହୋଇଥିଲା । ଯାହାଫଳରେ ବିମାନଟି ସମ୍ପୂର୍ଣ୍ଣ ଜଳି ପୋଡ଼ି ପାଉଁଶ ହୋଇଯାଇଥିଲା ।
📱 Get Argus News App
✨🚨 F-35 CRASH IN ALASKA ❄️
— Hindustan (@InsideHindustan) August 27, 2025
A $196.5M USAF F-35A went down at Eielson AFB after its landing gear froze in subzero temps
Pilot spent 50 mins on call with Lockheed engineers, tried 2 landings ice buildup made jet uncontrollable mid-air. He ejected safely #F35 #AlaskaSummit pic.twitter.com/7FzfP4RIFL