Videos
|
International

Viral Video; ଲଣ୍ଡନ ଏୟାରପୋର୍ଟରେ ଚାକିରି କରୁଥିବା ସବୁ କର୍ମଚାରୀ ଭାରତୀୟ

Smruti Parija
Browse all articles by Smruti Parija
·10 months ago·1 min read
Viral Video; ଲଣ୍ଡନ ଏୟାରପୋର୍ଟରେ ଚାକିରି କରୁଥିବା ସବୁ କର୍ମଚାରୀ ଭାରତୀୟ

Key Points

ଦେଶର ସବୁଠୁ ବ୍ୟସ୍ତ ବହୁଳ ବିମାନ ବନ୍ଦର ମଧ୍ୟରୁ ଗୋଟିଏ

ନାହାନ୍ତି ଜଣେ ବି ବ୍ରିଟିଶ କର୍ମଚାରୀ

ବରଂ ଚାକିରି କରୁଛନ୍ତି ଭାରତୀୟ ବଂଶୋଦ୍ଭବ

ଆମେରିକାର ଜଣେ ଟ୍ରାଭେଲର ତାଜୁବ କଲା ଭଳି ଏକ ଭିଡିଓ ପୋଷ୍ଟ କରିଛନ୍ତି । ଯେଉଁଥିରେ ଦେଖିବାକୁ ମିଳିଛି ଲଣ୍ଡନ ବିମାନ ବନ୍ଦରରେ ଚାକିରି କରୁଥିବା ପ୍ରତ୍ୟେକ କର୍ମଚାରୀ ଭାରତୀୟ । ବିଶ୍ୱର ସବୁଠାରୁ ବ୍ୟସ୍ତ ବହୁଳ ବିମାନ ବନ୍ଦର ମଧ୍ୟରୁ ଗୋଟିଏ ହେଉଛି ଲଣ୍ଡନ ବିମାନ ବନ୍ଦର । ଯେଉଁଠି ଘଡିଏ ବି କାହା ପାଇଁ କାହାର ସମୟ ନଥାଏ । ଜଣେ ବ୍ୟକ୍ତି ନିକଟରେ ଲଣ୍ଡନ ଗସ୍ତ ସମୟରେ ଯେଉଁ କିଛି ସମୟ ପାଇଁ ବିମାନ ବନ୍ଦରରେ ରହିଥିଲେ । ଯେ କୌଣସି ରେସ୍ତୋରାଂ, ସୁରକ୍ଷା କର୍ମୀ ହୁଅନ୍ତୁ କି ଯେ କେହି ସେ ଯାହା ସହ କଥାବାର୍ତ୍ତା ହୋଇଥିଲେ ସମସ୍ତେ ଭାରତୀୟ ବଂଶୋଦ୍ଭବ ବୋଲି ସେ ଦାବି କରିଛନ୍ତି ।


ଏନେଇ ସେ ଭିଡିଓ ପୋଷ୍ଟ କରି ସୂଚନା ଦେବା ପରେ ସୋସିଆଲ ମିଡିଆରେ ଏହାକୁ ନେଇ ଚର୍ଚ୍ଚା ଜୋର୍ । ଯୁବକ ଜଣଙ୍କ ଲେଖିଛନ୍ତି ଯେ, "ମୁଁ ବର୍ତ୍ତମାନ ଲଣ୍ଡନ ବିମାନବନ୍ଦରରେ ଅଛି । ଏବଂ ମୁଁ ବିମାନବନ୍ଦରର କୋଣ ଅନୁକୋଣ ବୁଲି ସାରିଛି, ରେସ୍ତୋରାଂଠୁ ଆରମ୍ଭ କରି ସବୁ ଦେଖିସାରିଲିଣି । ହେଲେ ମୁଁ କୌଣସି ବ୍ରିଟିଶ ଲୋକଙ୍କୁ କାମ କରୁଥିବା ଦେଖିବାକୁ ପାଉନାହିଁ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ବରଂ ସବୁ କର୍ମଚାରୀ ଭାରତୀୟ ବଂଶୋଦ୍ଭବ । ଯାହା ଖୁବ ଆଶ୍ଚର୍ଯ୍ୟ ଲାଗୁଛି । କାରଣ ଦିନେ ଯେଉଁ କଳା, ଗୋରା ଭେଦଭାବକୁ ନେଇ ଦୁଇ ଦେଶ ମଧ୍ୟରେ ତିକ୍ତତା ଦେଖାଦେଇଥିଲେ । ସେହି ଦେଶରେ ଏମିତି କଣ ପାଇଁ ବୋଲି ସେ ପ୍ରଶ୍ନ କରିଛନ୍ତି ।

us-man-claims-every-worker-was-indian-at-london-airport | Argus News