Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

Vladimir Putin / ଡିସେମ୍ବରରେ ଭାରତ ଗସ୍ତରେ ଆସୁଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍

Rashmita Mishra
Browse all articles by Rashmita Mishra
·7 months ago·2 min read
ଡିସେମ୍ବରରେ ଭାରତ ଗସ୍ତରେ ଆସୁଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍

Key Points

ପୁଟିନ୍ ଡିସେମ୍ବର ୪ ଏବଂ ୫ ତାରିଖରେ ଭାରତ ଗସ୍ତରେ ରହିବେ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ସାକ୍ଷାତ କରିବେ ପୁଟିନ୍ ।

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଆସନ୍ତା ଡିସେମ୍ବରରେ ଭାରତ ଗସ୍ତରେ ଆସୁଛନ୍ତି । ତାଙ୍କ କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ପୁଟିନ୍ ଡିସେମ୍ବର ୪ ଏବଂ ୫ ତାରିଖରେ ଭାରତ ଗସ୍ତରେ ରହିବେ । ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ସାକ୍ଷାତ କରିବେ । ପୁଟିନ୍ ଭାରତ ଗସ୍ତ ଅନେକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ହେବ । ରୁଷ୍ ତୈଳ କିଣାକୁ ନେଇ ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ଟାରିଫ୍ ଲଦିଛନ୍ତି । ଏପରି ସ୍ଥିତିରେ ପୁଟିନ୍ ଭାରତ ଗସ୍ତ ଗୁରୁତ୍ୱ ବହନ କରୁଛି । ବିଶେଷ କରି ପ୍ରତିରକ୍ଷା କ୍ଷେତ୍ରରେ ଦୁଇ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେବା ଆଶା କରାଯାଉଛି ।

​​​​​​​ପୁଟିନ୍‌ଙ୍କ ଭାରତ ଗସ୍ତରେ ବୈଦେଶିକ ମନ୍ତ୍ରଣାଳୟ ସରକାରୀ ବିବୃତ୍ତି ଜାରି କରିଛି । ଏହି ଗସ୍ତରେ ପୁଟିନ୍‌ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ ଏବଂ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ମଧ୍ୟ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି । ଏହା ସହିତ ଏକ ନୈଶ୍ୟ ଭୋଜନର ମଧ୍ୟ ଆୟୋଜନ ହେବ । ୨୩ତମ ଭାରତ-ରୁଷ୍ ଶିଖର ସମ୍ମିଳନୀରେ ସାମିଲ ହେବେ ପୁଟିନ୍ । ଗସ୍ତରେ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କର ପ୍ରଗତି ସମୀକ୍ଷା କରାଯିବ । ପରବର୍ତ୍ତୀ ସହଯୋଗ ପାଇଁ ମାର୍ଗ ନିର୍ଦ୍ଧାରଣ କରାଯିବ । ଦୁଇ ବିଶ୍ୱ ନେତାଙ୍କ ମଧ୍ୟରେ ଆଞ୍ଚଳିକ ଏବଂ ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ଆଲୋଚନା ହେବ । ଦୁଇ ଦେଶ ମଧ୍ୟରେ ଦୀର୍ଘକାଳାଳୀନ ରଣନୈତିକ ସମ୍ପର୍କକୁ ଆହୁରି ମଜବୁତ କରିବା ଉପରେ ମଧ୍ୟ ଧ୍ୟାନ ଦିଆଯିବ । ଏହା ପୂର୍ବରୁ ୨୦୨୧ରେ ପୁଟିନ୍‌ ନୂଆଦିଲ୍ଲୀ ଗସ୍ତ କରିଥିଲେ ।

ପ୍ରତିରକ୍ଷା କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ଆଲୋଚନା ହେବ । ବିଶେଷ କରି ଭାରତ ରୁଷଠାରୁ ୫ଟି ନୂଆ ଏସ-୪୦୦ ମିସାଇଲ କିଣିବାକୁ ଲକ୍ଷ୍ୟ ରଖିଛି । ସେ ଦିଗରେ ନିଷ୍ପତ୍ତି ହେବା ଆଶା କରାଯାଉଛି । ରିପୋର୍ଟ ଅନୁସାରେ, ଭାରତର 'ଅପରେସନ ସିନ୍ଦୁର'ରେ ବ୍ୟବହୃତ S-400 ବାୟୁ ପ୍ରତିରକ୍ଷା ପ୍ରଣାଳୀକୁ ବୃଦ୍ଧି କରିବା ପାଇଁ ୩୦୦ ରୁଷୀୟ କ୍ଷେପଣାସ୍ତ୍ର କ୍ରୟ ପାଇଁ ଏକ ଅନୁରୋଧ ପ୍ରସ୍ତାବ ଜାରି କରିପାରେ ।

ଡିସେମ୍ବର ୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ହେବାକୁ ଥିବା ବୈଠକରେ ପାଞ୍ଚଟି S-400 ସ୍କ୍ୱାର୍ଡନ ନେଇ ଆଲୋଚନା ହେବ । ଏହା ସହିତ ଭାରତ ରୁଷିଆର ପଞ୍ଚମ ପିଢ଼ିର ସୁଖୋଇ-୫୭ ଯୁଦ୍ଧ ବିମାନର ଦୁଇରୁ ତିନୋଟି ସ୍କ୍ୱାର୍ଡନ କିଣିବା ବିଷୟରେ ବିଚାର କରିପାରେ । ରୁଷ ଭରସା ଦେଇଛି କି, ଏସ-୪୦୦ର ଶେଷ ଦୁଇଟି ସ୍କ୍ୱାର୍ଡନ ପାଇଁ ୨୦୧୮ରେ ୫.୪ ଆରବ ଡଲାରରେ ହୋଇଥିବା ଚୁକ୍ତି ୨୦୨୬ ନଭେମ୍ବର ସୁଦ୍ଧା ଭାରତକୁ ଯୋଗାଇ ଦିଆଯିବ ।

ଭାରତ ଆସିବେ ପୁଟିନ୍ : ଡିସେମ୍ୱର ୪ରେ ଭାରତ ଆସିବେ ରୁଷ୍ ରାଷ୍ଟ୍ରପତି ପୁଟିନ୍ । ଦୁଇଦେଶ ମଧ୍ୟରେ ଶିଖର ବୈଠକ ହେବ । ପ୍ରଧାନମନ୍ତ୍ରୀ ମୋଦୀ ଓ ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ହେବ ସାକ୍ଷାତ । ଋଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ପୁଟିନଙ୍କ ପ୍ରଥମ ଭାରତ ଗସ୍ତ । ବ୍ରିକ୍ସ ସମ୍ମିଳନୀ ଅବସରରେ ଶେଷଥର କାଜାନରେ ଦୁଇନେତା ଭେଟିଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Vladimir Putin | Russian President Vladimir Putin to Visit India in December: Key Agenda Highlights | Argus News