Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

Vladimir Putin / ଦାମୀ ଘଣ୍ଟାର ସୌକିନ୍‌ ପୁଟିନ୍‌, ଦାମ୍‌ ଶୁଣିଲେ ଉଡିଯିବ ହୋସ୍‌...

Banajyotshna Ray
Browse all articles by Banajyotshna Ray
·7 months ago·2 min read
ଦାମୀ ଘଣ୍ଟାର ସୌକିନ୍‌ ପୁଟିନ୍‌, ଦାମ୍‌ ଶୁଣିଲେ ଉଡିଯିବ ହୋସ୍‌...
Watch

Key Points

ଏହି ଭୟଙ୍କର ଜୀବର ଚମଡ଼ାରୁ ତିଆରି ଘଣ୍ଟା ପିନ୍ଧନ୍ତି ପୁଟିନ୍‌
ଦାମ୍‌ ଜାଣିଲେ ଉଡିଯିବ ହୋସ୍‌
ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ ଗସ୍ତରେ ଅଛନ୍ତି। ଗୁରୁବାର ରାତିରେ ତାଙ୍କ ବିମାନ ଦିଲ୍ଲୀରେ ଅବତରଣ କରିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ୟକ୍ତିଗତ ଭାବରେ ପାଲମ ବିମାନବନ୍ଦରରେ ପହଞ୍ଚିଲେ। ଏହି ମୁହୂର୍ତ୍ତ ଭାରତ-ରୁଷିଆ ସମ୍ପର୍କର ଏକ ପ୍ରତୀକ ପାଲଟିଯାଇଛି । ଏହି ଗସ୍ତ ଉଭୟ ଦେଶ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି। ପୁଟିନ୍‌ଙ୍କ ପରି ତାଙ୍କ ଘଣ୍ଟା ମଧ୍ୟ ଖୁବ୍‌ ଚର୍ଚ୍ଚାରେ। କୁହାଯାଏ, ପୁଟିନ୍‌ଙ୍କ ଘଣ୍ଟା ସଂଗ୍ରହ ତାଙ୍କ ଘୋଷିତ ସମ୍ପତ୍ତି ମୂଲ୍ୟଠାରୁ ଖୁବ ଅଧିକ। ପୁଟିନ୍‌ଙ୍କୁ ଅନେକ ଥର ମହଙ୍ଗା ଏବଂ ସ୍ୱତନ୍ତ୍ର ଭାବରେ ଡିଜାଇନ ହୋଇଥିବା ଲଗଜରୀ ଘଣ୍ଟା ପିନ୍ଧିଥିବାର ଦେଖାଯାଇଛି।

ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପ୍ରାୟ ଏକ ଦଶନ୍ଧି ପୂର୍ବରୁ, ତାଙ୍କୁ ପାଟେକ ଫିଲିପ ପର୍ପେଚୁଆଲ ଘଣ୍ଟା ପିନ୍ଧିଥିବାର ଦେଖାଯାଇଥିଲା। ସେତେବେଳେ ଘଣ୍ଟାଟିର ମୂଲ୍ୟ ୬୦୦୦୦ ଡଲାର ଅର୍ଥାତ୍‌ ୪.୮ ମିଲିୟନ ଥିଲା। ପୁଟିନ୍‌ଙ୍କ ସବୁଠାରୁ ମହଙ୍ଗା ଘଣ୍ଟା କୁମ୍ଭୀର ଚମଡ଼ା, ନୀଳମଣି କାଚ ଏବଂ ପ୍ଲାଟିନମ୍‌ରେ ତିଆରି ବୋଲି କୁହାଯାଏ। ଏହି ଘଣ୍ଟାର ମୂଲ୍ୟ ପ୍ରାୟ ସାଢ଼େ ୪ କୋଟି ବୋଲି କୁହାଯାଉଛି। କେବଳ ଏହା ନୁହେଁ, ପୁଟିନ୍‌ ଅନେକ ଦାମୀ ଦାମୀ ଘଟଣ୍ଟା ପିନ୍ଧିଥିବାର ଦେଖିବାକୁ ମିଳିଛି। ରୁଷିଆର ବିରୋଧୀ ଦଳ ରାଷ୍ଟ୍ରପତି ପୁଟିନ୍‌ଙ୍କ ମହଙ୍ଗା ଘଣ୍ଟା ପ୍ରଦର୍ଶନ କରୁଥିବା ଏକ ଭିଡିଓ ଜାରି କରିଛି।

ଏଥିସହ ପଢ଼ନ୍ତୁ: ଅରସ ସିନଟରେ ନ ଯାଇ କାହିଁକି ଧଳା ଫର୍ଚ୍ୟୁନରରେ ଗଲେ ପୁଟିନ?

କୁହାଯାଇଛି କି, ପୁଟିନ୍‌ଙ୍କ ଘଣ୍ଟା ସଂଗ୍ରହର ମୂଲ୍ୟ ଅତି କମରେ ୨୨ ନିୟୁତ ରୁବେଲ। ଏକ ରିପୋର୍ଟ ଅନୁସାରେ, ''ପୁଟିନ୍‌ ଜଣେ କାରଖାନା କର୍ମଚାରୀଙ୍କୁ ୧୦ ଲକ୍ଷ ଟଙ୍କାର ଏକ କଳା ବ୍ଲାଙ୍କପେନ ଘଣ୍ଟା ଉପହାର ଦେଇଥିଲେ।''କେବଳ ସେତିକି ନୁହେଁ, ଦାମୀ ଦାମୀ କାରର ସୌକିନ ମଧ୍ୟ ପୁଟିନ୍‌। ଅଧିକାଂଶ ବିଦେଶ ଗସ୍ତରେ ରୁଷିଆ ରାଷ୍ଟ୍ରପତି ତାଙ୍କର ସୁପର-ସୁରକ୍ଷିତ Aurus Senat କାର ସହିତ ଯାତ୍ରା କରନ୍ତି। ଏହି କାରକୁ ଏକ ଗତିଶୀଳ ସୁରକ୍ଷା ପ୍ରାଚୀର ଭାବରେ ବିବେଚନା କରାଯାଏ। ଏହା ସତ୍ତ୍ୱେ, ପୁଟିନ ଏହାକୁ ଭାରତ ଗସ୍ତରେ ବ୍ୟବହାର କରିନଥିଲେ। ଏହି ନିଷ୍ପତ୍ତି ପ୍ରଧାନମନ୍ତ୍ରୀ ମୋଦି ଏବଂ ପୁଟିନଙ୍କ ମଧ୍ୟରେ ବନ୍ଧୁତ୍ବକୁ ପ୍ରମାଣିତ କରୁଛି।

ବିମାନବନ୍ଦର ଛାଡିବା ପରେ ଦୁଇ ନେତା ଯେଉଁ କାରରେ ଚଢ଼ିଥିଲେ ତାହା ବିଶ୍ୱବ୍ୟାପୀ ଦୃଷ୍ଟି ଆକର୍ଷଣ କରିଥିଲା। ସାଧାରଣତଃ, ବିଦେଶୀ ବିଶିଷ୍ଟ ବ୍ୟକ୍ତିମାନଙ୍କ ପାଇଁ ସଶସ୍ତ୍ର କନଭୟ ବ୍ୟବହୃତ ହୁଏ, କିନ୍ତୁ ଏଥର ଉଭୟ ନେତା ମୋଦି ଏବଂ ପୁଟିନ୍‌ ଏକ ସରଳ ଦେଖାଯାଉଥିବା ଧଳା ଟୟୋଟା ଫର୍ଚୁନରରେ ଏକାଠି ଦେଖାଯାଇଥିଲେ। ଏହି ଦୃଶ୍ୟ କେବଳ ଅନନ୍ୟ ନୁହେଁ ବରଂ ସେମାନଙ୍କର ବ୍ୟକ୍ତିଗତ ବିଶ୍ୱାସକୁ ମଧ୍ୟ ପ୍ରତିଫଳିତ କରିଥିଲା। ଦୁଇଜଣଙ୍କ ମଧ୍ୟରେ ଥିବା ଗଭୀର ବନ୍ଧୁତ୍ବକୁ ପ୍ରମାଣିତ କରୁଥିଲା।

ସୋସିଆଲ ମିଡିଆରେ ଆଲୋଚନା ହେଉଥିବା କାରଟିର ପଞ୍ଜିକରଣ ନମ୍ବର MH01 EN 5795 ରହିଛି। ଏହି ମଡେଲଟି ଏକ ଟୟୋଟା ଫର୍ଚୁନର ସିଗମା 4 MT, ଯାହା ଏପ୍ରିଲ ୨୦୨୪ ରେ ପଞ୍ଜିକୃତ ହୋଇଥିଲା। କାରର ମୂଲ୍ୟ ୪୫ ଲକ୍ଷ। ନୂତନ ସୁରକ୍ଷା ଯାନବାହାନର ଫ୍ଲିଟରେ ସାମିଲ ହୋଇଥିବା ଏହି କାରଟି ଏପ୍ରିଲ ୨୦୩୯ ପର୍ଯ୍ୟନ୍ତ ବୈଧ।

ଅଧିକ ପଢ଼ନ୍ତୁ ବିଦେଶ ଖବର: 
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Vladimir Putin | Putin owns several luxury watches | Argus News | Argus News