Videos
|
International

ରୁଷିଆରେ ଭୂକମ୍ପ ପ୍ରଭାବରେ ଆଗ୍ନେୟଗିରିରୁ ଉଦ୍‌ଗିରଣ

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·1 min read
ରୁଷିଆରେ ଭୂକମ୍ପ ପ୍ରଭାବରେ ଆଗ୍ନେୟଗିରିରୁ ଉଦ୍‌ଗିରଣ

Key Points

ପାଉଁଶଗୁଡ଼ିକ କ୍ରାଶେନିନିକୋଭ୍ ଆଗ୍ନେୟଗିରିଠାରୁ ପୂର୍ବ ଦିଗରେ ପ୍ରଶାନ୍ତ ମହାସାଗର ଆଡ଼କୁ ଗତି କରୁଛି।

ଉକ୍ତ ରାସ୍ତାରେ କୌଣସି ଜନବସତି ନାହିଁ ବୋଲି ରୁଷିଆର ଜରୁରିକାଳୀନ ସେବା ମନ୍ତ୍ରଣାଳୟର କାମଚଟକା ଶାଖା ସୂଚନା ଦେଇଛି।

ରବିବାର ପ୍ରାୟ ୬୦୦ ବର୍ଷ ପରେ ରୁଷିଆର କ୍ରାଶେନିନିକୋଭ୍ ଆଗ୍ନେୟଗିରିରେ ଉଦ୍‌ଗିରଣ ଘଟିଛି। କାମଚଟକା ଉପଦ୍ୱୀପରେ ଅବସ୍ଥିତ ଏହି ଆଗ୍ନେୟଗିରିରେ ପୂର୍ବରୁ ୧୪୬୩ ମସିହାରେ ଉଦ୍‌ଗିରଣ ଘଟିଥିଲା ବୋଲି କାମଚ୍‌ଟକା ଆଗ୍ନେୟଗିରି ଉଦ୍‌ଗିରଣ ପ୍ରତିକ୍ରିୟା ଦଳର ମୁଖ୍ୟ ଓଲ୍‌ଗା ଗିରିନା ସୂଚନା ଦେଇଛନ୍ତି। ଉଦ୍‌ଗିରଣ ପ୍ରଭାବରେ ଆକାଶରେ ୬ ହଜାର ମିଟର ଉଚ୍ଚତା ପର୍ଯ୍ୟନ୍ତ ପାଉଁଶ ବିସ୍ତାରିତ ହୋଇ ରହିଥ‌ିବା ସେ କହିଛନ୍ତି।


ପାଉଁଶଗୁଡ଼ିକ କ୍ରାଶେନିନିକୋଭ୍ ଆଗ୍ନେୟଗିରିଠାରୁ ପୂର୍ବ ଦିଗରେ ପ୍ରଶାନ୍ତ ମହାସାଗର ଆଡ଼କୁ ଗତି କରୁଛି। ଉକ୍ତ ରାସ୍ତାରେ କୌଣସି ଜନବସତି ନାହିଁ ବୋଲି ରୁଷିଆର ଜରୁରିକାଳୀନ ସେବା ମନ୍ତ୍ରଣାଳୟର କାମଚଟକା ଶାଖା ସୂଚନା ଦେଇଛି।

ତେବେ ଏହି ଆଗ୍ନେୟଗିରି ଉଦ୍‌ଗିରଣର କିଛି ଘଣ୍ଟା ପରେ ରୁଷିଆର କୁରିଲ ଦ୍ବୀପରେ ୬.୮ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି। ଏହାର ପ୍ରଭାବରେ ରୁଷିଆର କାମଚଟକା ଉପଦ୍ୱୀପର କିଛି ଅଂଶ ପାଇଁ ସୁନାମି ଚେତାବନୀ ଜାରି କରାଯାଇଛି । ତେବେ ଆମେରିକାର ହୱାଇ ପାଇଁ କୌଣସି ସୁନାମି ଚେତାବନୀ ନାହିଁ ବୋଲି ପ୍ରଶାନ୍ତ ମହାସାଗର ସୁନାମି ଚେତାବନୀ କେନ୍ଦ୍ର ସୂଚନା ଦେଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଭୂବିଜ୍ଞାନୀଙ୍କ ଅନୁଯାୟୀ, ଗତ ୩୦ ତାରିଖରେ ରୁଷିଆରେ ଦେଖାଦେଇଥ‌ିବା ୮.୮ ତ୍ରୀବତାର ଭୂକମ୍ପର ପ୍ରଭାବରେ ରବିବାର କ୍ରାଶେନିନିକୋଭ୍ ଆଗ୍ନେୟଗିରିରେ ଉଦ୍‌ଗିରଣ ହେବା ସହ କୁରିଲ ଦ୍ୱୀପରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି।