Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

୭.୨ ତୀବ୍ରତାର ଏକ ଭୂକମ୍ପ ପରେ ଶିଭେଲୁଚ୍ ଆଗ୍ନେୟଗିରି ଉଦଗୀରଣ

Smruti Parija
Browse all articles by Smruti Parija
·1 year ago
୭.୨ ତୀବ୍ରତାର ଏକ ଭୂକମ୍ପ ପରେ ଶିଭେଲୁଚ୍ ଆଗ୍ନେୟଗିରି ଉଦଗୀରଣ

ଅର୍ଗସ ବ୍ୟୁରୋ: ଋଷର ପୂର୍ବ ଉପକୂଳରେ ବଡ ଭୂକମ୍ପ..୭.୨ ତୀବ୍ରତାର ଏକ ଭୂକମ୍ପ ପରେ ଶିଭେଲୁଚ୍ ଆଗ୍ନେୟଗିରି ଉଦଗୀରଣ ହୋଇଛି । ଆଗ୍ନେୟଗିରିର ଉଦଗୀରଣ ଯୋଗୁଁ ୮ କିଲୋମିଟର ଉଚ୍ଚରେ ପାଉଁଶ ଉପରକୁ ଉଠିଥିବା ଜଣାପଡିଛି । ପୂର୍ବ ରୁଷିଆର ଉପକୂଳବର୍ତ୍ତୀ ସହର ପେଟ୍ରୋପାଭାଲୋସ୍କ ସହର ଠାରୁ ୨୮୦ ମାଇଲ ଦୂରରେ ଏହି ଅଗ୍ନି ଉଦଗୀରଣ ହୋଇଛି । 

ଏହି ସହର ଠାରୁ ପ୍ରାୟ ୫୫ ମାଇଲ ଦୂର ଏବଂ ଭୂଗର୍ଭର ୩୦ ମାଇଲ ତଳେ ଭୂକମ୍ପର କେନ୍ଦ୍ର ସ୍ଥଳ ଚିହ୍ନଟ ହୋଇଥିଲା । ତେବେ ଏହି ଭୂକମ୍ପ ଏବଂ ଆଗ୍ନେୟଗିରି ଉଦଗୀରଣ ଯୋଗୁଁ ବର୍ତମାନ ଯାଏ  କ୍ଷୟକ୍ଷତିକୁ  ନେଇ ସୂଚନା ମିଳିନାହିଁ ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Volcano erupts in Russia after 7.0-magnitude earthquake | Argus News