Stock Market Crash / ଯୁଦ୍ଧ ପାଇଁ ସେୟାର ବଜାର କ୍ରାସ, ନିବେଶକ ହରାଇଲେ ୯ ଲକ୍ଷ କୋଟି ଟଙ୍କା
·4 months ago·2 min read

Key Points
ଇରାନ-ଇସ୍ରାଏଲ ଏବଂ ଆମେରିକା ଯୁଦ୍ଧରେ ଦୋହଲି ଯାଇଛି ଭାରତୀୟ ସେୟାର ବଜାର ।
ସାରା ଦେଶରେ ହୋଲିର ମାହୋଲ । ସମସ୍ତେ ପରସ୍ପରକୁ ରଙ୍ଗ ଲଗାଇ ଧୁମଧାମରେ ଉତ୍ସବ ପାଳନ କରୁଛନ୍ତି । କିନ୍ତୁ ଇରାନ-ଇସ୍ରାଏଲ ଏବଂ ଆମେରିକା ଯୁଦ୍ଧରେ ଦୋହଲି ଯାଇଛି ଭାରତୀୟ ସେୟାର ବଜାର । ବଜାର ଖୋଲିବା ପରେ ସେନସେକ୍ସ ଏବଂ ନିଫ୍ଟି କ୍ରାସ କରିଯାଇଛି।
ବୁଧବାର ସେନସେକ୍ସ ୧୭୦୦ ଅଙ୍କ ଖସି ୭୮୬୦୦ରେ ଟ୍ରେଡ୍ କରୁଛି । ନିଫ୍ଟି ମଧ୍ୟ ୫୦୦ ଅଙ୍କ ଖସି ୨୪୩୫୦ରେ ଟ୍ରେଡ୍ କରୁଛି । ଅନ୍ୟ ଦିଗରେ ବ୍ୟାଙ୍କ୍ ନିଫ୍ଟି ମଧ୍ୟ ୧୦୦୦ ଅଙ୍କ ତଳକୁ ଖସିଛି ।
ବିଏସଇର ଟପ୍ ୩୦ ସେୟାର ଉପରେ ନଜର ପକାଇଲେ ଟେକ୍ କମ୍ପାନୀକୁ ଛାଡି ଅନ୍ୟ ସବୁ କ୍ଷତିରେ କାରବାର କରୁଛନ୍ତି । ଏଲ ଆଣ୍ଡ୍ ଟି ସେୟାର ସବୁଠୁ ଅଧିକ ୬ ପ୍ରତିଶତ ତଳକୁ ଖସିଛି । ମହିନ୍ଦ୍ରା ଏବଂ ଇଣ୍ଡିଗୋ ସେୟାର ଦାମ୍ କମିଛି ।
ମାର୍କେଟ୍ କ୍ରାଶ୍ କରିବା କାରଣରୁ ନିବେଶକ ପ୍ରାୟ ୯ ଲକ୍ଷ କୋଟି ଟଙ୍କା ହରାଇଛନ୍ତି । ସୋମବାର ମାର୍କେଟ୍ କ୍ୟାପ୍ ୪୫୬ ଲକ୍ଷ କୋଟି ଟଙ୍କା ଥିଲା। ଏହା ବୁଧବାର ୪୪୭ ଲକ୍ଷ କୋଟିକୁ ଆସିଯାଇଛି । ଅର୍ଥାତ ଆଜି ନିବେଶକଙ୍କ ନିବେଶ ୯ ଲକ୍ଷ କୋଟି ଟଙ୍କା କ୍ଷତି ହୋଇଛି।
ସେହିପରି ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନାର ଆର୍ଥିକ ପ୍ରଭାବ ଭାରତରେ ବ୍ୟାପକ ଭାବରେ ଅନୁଭୂତ ହେଉଛି । ଇରାନ ସହିତ ସଂଘର୍ଷ ଭାରତକୁ ଦୁଇଟି ଉପାୟରେ ପ୍ରଭାବିତ କରୁଛି: ପ୍ରଥମତଃ, ଅଶୋଧିତ ତୈଳ ମୂଲ୍ୟରେ ବୃଦ୍ଧି ଏବଂ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ । ଆକଳନ ଅନୁଯାୟୀ, ଭାରତ ମାତ୍ର ଚାରି ଦିନରେ ୨ ହଜାର କୋଟିରୁ ଅଧିକ ଅତିରିକ୍ତ ବୋଝ ବହନ କରିଛି ।
୪ ଦିନରେ ତୈଳରୁ କେତେ କ୍ଷତି ?
ଭାରତ ଦୈନିକ ପ୍ରାୟ ୫୦ ଲକ୍ଷ ବ୍ୟାରେଲ ଅଶୋଧିତ ତୈଳ ଆମଦାନୀ କରେ । ଯଦି ଆମେ ପ୍ରତି ବ୍ୟାରେଲ ହାରାହାରି ୧୦ ଡଲାର ବୃଦ୍ଧି ଧରିବା, ତେବେ ଭାରତକୁ ପ୍ରତି ୫୦ ଲକ୍ଷ ବ୍ୟାରେଲ ପାଇଁ ଅତିରିକ୍ତ ୧୦ ଡଲାର ଦେବାକୁ ପଡିବ । ଯାହାଫଳରେ ଭାରତକୁ ପ୍ରତିଦିନ ପ୍ରାୟ ୫୦ ମିଲିୟନ୍ ଡଲାର ଅତିରିକ୍ତ ଦେୟ ଦେବାକୁ ପଡ଼ିବ । ଯଦି ଆମେ ଏକ ଡଲାର ୯୧ ଟଙ୍କା ଧରିବା ତେବେ ତେବେ ଏହା ପ୍ରତିଦିନ ପ୍ରାୟ ୪୫୫ କୋଟି ଅତିରିକ୍ତ ଖର୍ଚ୍ଚକୁ ଦର୍ଶାଏ । ଫଳସ୍ୱରୂପ, ମାତ୍ର ଚାରି ଦିନରେ ତୈଳ ମୂଲ୍ୟ ବୃଦ୍ଧି ପ୍ରାୟ ୧,୮୨୦ କୋଟି ଅତିରିକ୍ତ ବୋଝ ସୃଷ୍ଟି କରିଛି ।
ଟଙ୍କାର ମୂଲ୍ୟ ହ୍ରାସ ଯୋଗୁଁ କେତେ କ୍ଷତି ହେଉଛି ?
ଏହା ସହିତ, ଟଙ୍କାର ମୂଲ୍ୟ ହ୍ରାସ ମଧ୍ୟ ଏହାର ପ୍ରଭାବ ପକାଉଛି । ଭାରତର ବାର୍ଷିକ ତୈଳ ଆମଦାନୀ ବିଲ୍ ପ୍ରାୟ ୧୬୦ ବିଲିୟନ ଡଲାର । ଯଦି ଡଲାର ତୁଳନାରେ ଟଙ୍କା ଏକ ଟଙ୍କା ଦୁର୍ବଳ ହୁଏ, ତେବେ ଏହା ବାର୍ଷିକ ପ୍ରାୟ ୧୬,୦୦୦ କୋଟିର ଅତିରିକ୍ତ ବୋଝ ସୃଷ୍ଟି କରେ । ଯଦି ଆମେ ଏହାକୁ ଚାରି ଦିନ ଧରି ବିଚାର କରିବା, ତେବେ ଏହା ପ୍ରତିଦିନ ପ୍ରାୟ ୪୪ କୋଟି ଏବଂ ଚାରି ଦିନ ଧରି ପ୍ରାୟ ୧୭୫ରୁ ୧୮୦ କୋଟିର ଅତିରିକ୍ତ ବୋଝ ସୃଷ୍ଟି କରିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories