ମଧ୍ୟପ୍ରାଚ୍ୟରେ ପୁଣିଥରେ ଯୁଦ୍ଧର ନିଆଁ

Key Points
ଫେଲ୍ ମାରିଲା ଗାଜା ଯୁଦ୍ଧ ବିରତି
ଭାଙ୍ଗିଲା ୬୦ ଦିନିଆ ଶାନ୍ତି ଆଲୋଚନା
ପୁଣି ଗାଜାରେ ଯୁଦ୍ଧର ନିଆଁ
ହମାସ୍ ର ସଫାୟା ମୋଡ୍ ରେ ଇସ୍ରାଏଲ୍
କାମ ଦେଲାନି ଟ୍ରମ୍ଫ ଙ୍କ ସିଜ୍ ଫାୟାର୍ ଡିଲ୍ । ଗାଜାରେ ଜୁଦ୍ଧ ବନ୍ଦ କରିବାକୁ ଶତ ପ୍ରଯାସ ପରେ ବି ବଦଳିପାରିଲାନି ସ୍ଥିତି..ପୁଣିଥରେ ଗାଜାରେ ଜୁଦଧର ଘନଘଟା । ୬୦ ଦିନ ପାଇଁ ଜୁଦ୍ଧ ବନ୍ଦ କରିବାକୁ ଟ୍ରମ୍ଫ ଙ୍କ ଆହ୍ବାନ୍ ଫେଲ୍ ମାରିଛି ।
ଇସ୍ରାଏଲୀ ସେନା ଗାଜର ବେଇଟ୍ ହାନୌନ୍ରେ ଟାର୍ଗେଟ୍ ଉପରେ ଆକ୍ରମଣ କରିବା ସହ 35ଟି ହମାସ ଟାର୍ଗେଟ୍ ଉପରେ ଆକ୍ରମଣ ର ଭିଡିଓ ଜାରୀ କରିଛି। ଏପରି ସ୍ଥିତିରେ ଇସ୍ରାଏଲ ଏବଂ ହମାସର ପ୍ରତିନିଧି ଦଳ କାତାର ରେ କରିଥିବା ଜୁଦ୍ଧ ବିରତି ଚୁକ୍ତି ରେ ରୋକ ଲାଗିଛି..ଜୁଲାଇ ୧୧, ୨୦୨୫ ରେ ଗାଜାରେ ୬୦ ଦିନିଆ ଶାନ୍ତି ଆଲୋଚନା ଭାଙ୍ଗିଯାଇଛି। ଦୋହାରେ ହୋଇଥିବା ଆଲୋଚନାରେ ଇସ୍ରାଏଲ ଓ ହମାସ ମଧ୍ୟରେ ସହମତି ହୋଇପାରିନାହିଁ। ନେତାନ୍ୟାହୁ ଙ୍କ ସେଇ ସମାନ ଜିଦ୍ ଓ ଚେତାବନୀ , ଯଦି ହମାସ ଅସ୍ତ୍ର ତ୍ୟାଗ ନକରେ ଓ ଗାଜା ସମ୍ପୂର୍ଣ୍ଣ ମିଲିଟାରୀ ଶକ୍ତି ବିହୀନ ନହୁଏ, ତେବେ ଇସ୍ରାଏଲର ଆକ୍ରମଣ ଜାରି ରଖିବ।ସେ ଓ୍ବାଶିଂଟନରୁ ଏକ ଭିଡିଓ ବାର୍ତ୍ତାରେ ହମାସ ନଷ୍ଟ ହେବ, ଏହା ହିଁ ଶେଷ ବୋଲି ଅଲ୍ଟି ମେଟମ୍ ଦେଇଛନ୍ତି ।
ଗାଜା ଯୁଦ୍ଧ ରେ, ଇସ୍ରାଏଲ ଏବଂ ହମାସ ନେତୃତ୍ୱାଧୀନ ପାଲେଷ୍ଟାଇନୀ ଆତଙ୍କବାଦୀ ଗୋଷ୍ଠୀଗୁଡ଼ିକ ମଧ୍ୟରେ ଗାଜା ଷ୍ଟ୍ରିପରେ ଏକ ବନ୍ଧକ-ପଣବନ୍ଦୀ ଆଦାନପ୍ରଦାନ ଏବଂ ଯୁଦ୍ଧବିରତି ୧୯ ଜାନୁଆରୀରୁ ୧୮ ମାର୍ଚ୍ଚ ୨୦୨୫ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇଥିଲା। ଏଥିରେ ଇସ୍ରାଏଲ ଏବଂ ହମାସ ମଧ୍ୟରେ ଆଠ ପର୍ଯ୍ୟାୟ ବନ୍ଧକ-ବନ୍ଦୀ ଆଦାନପ୍ରଦାନ ଅନ୍ତର୍ଭୁକ୍ତ ଥିଲା।ହେଲେ ପର ପର୍ଯ୍ୟାୟ ରେ ଇସ୍ରାଏଲ୍ ହମାସ କୁ ସଂପୂର୍ଣ ଭାବରେ ସରେଣ୍ଡତ କରିବାକୁ ବାଧ୍ୟ କେିଥିଲା । ନହେଲେ ହମାସ ର ମୂଳପୋଛ କରିବାକୁ ପୁଣି ଥର ଶପଥ ନେଇଥିଲେ ନେତାନ୍ୟାହୁଁ । କିନ୍ତୁ ଏହି ଶପଥ ନୂଆ ନୁହେଁ। ଗତ ୨୧ ମାସ ଧରି ଚାଲିଥିବା ଏହି ଯୁଦ୍ଧରେ ୫୭,୦୦୦ରୁ ଅଧିକ ପାଲେଷ୍ଟାଇନୀ ନାଗରିକଙ୍କ ମୃତ୍ୟୁ ହୋଇଛି, ଏବଂ ଗାଜା ଖଣ୍ଡଖଣ୍ଡ ହୋଇଯାଇଛି । ଗାଜାରେ ନେତାନ୍ୟାହୁଙ୍କ ଜଦ୍ ଓ ହମାସର ଦାବି ମଧ୍ୟରେ ସମଝୋତା ଅସମ୍ଭବ ପରି ମନେ ହେଉଛି ।
📱 Get Argus News App
✨ଗାଜାରେ ଇସ୍ରାଏଲ୍ ହମାସ ର ରକ୍ତମୁଖା ଲଢାଇ ର ପ୍ରଭାବ କେବଳ ଗାଜା ପର୍ଯ୍ୟନ୍ତ ସୀମିତ ନୁହେଁ। ଆମେରିକାର ଷ୍ଟେଟ୍ ଡିପାର୍ଟମେଣ୍ଟରେ ମଧ୍ୟ ଏହାର ପ୍ରତିଧ୍ବନି ଶୁଣାଯାଇଛି । ନିକଟରେ ୧,୩୫୦ରୁ ଅଧିକ କର୍ମଚାରୀଙ୍କୁ ଛଟେଇ କରାଯାଇଛି, ଯାହା ଆମେରିକାର ବୈଦେଶିକ ନୀତିରେ ଅସ୍ଥିରତା ଆଣିଛି । ଓ୍ବାଶିଂଟନରେ ଷ୍ଟେଟ୍ ଡିପାର୍ଟମେଣ୍ଟରେ ଚାକିରୀ ହରାଇ କାନ୍ଦୁଥିବା କର୍ମଚାରୀ ମାନଙ୍କ ଦୃଶ୍ୟ ସାମନା କୁ ଆସିଛି । ଯାହା ଟ୍ରମ୍ଫ ଙ୍କ ଶାନ୍ତି କାମନା ଏବଂ ମେକ୍ ଆମେରିକା ଗ୍ରେଟ୍ ଏଗେନ୍ ଦାବି ର ବୀପରିତ ସ୍ଥିତି ବୋଲି ଚର୍ଚା ହେଉଛି ।
ନିକଟରେ ହ୍ବାଇଟ୍ ହାଉସ୍ ରେ ଟ୍ରମ୍ଫ ଙ୍କୁ ନୋବେଲ ଶାନ୍ତି ପୁରସ୍କକାର ପାଇଁ ନୋମିନେଟ୍ କରିଥିଲେ ଇସ୍ରାଏଲ ପିଏମ୍ ନେତାନ୍ୟାହୁଁ । ଗାଜା ଏବଂ ଇରାନ୍ ସ୍ଥିତିକୁ ନେଇ ଆଲୋଚନା କରିବା ପରେ ଓୱାଶିଂଟନ୍ ରୁ ହିଁ ଗାଜାରେ ହମାସ ଉପରେ ବଡ ଆକ୍ରମଣ କରିବାକୁ ଘେୋଷଣା କରିଥିଲେ । ତେବେ ଗାଜାରେ ଜୁଦ୍ଧ ବିରତି ର ସମସ୍ତ ପ୍ରଯାସ ବରତ୍ମାନ ବିଫଳ ହେବା ପରେ ମଧଯପ୍ରାଚଯରେ ପୁଣିଥରେ ଜୁଦ୍ଧର ନିଆଁ ତେଜିବା ଆରମ୍ଭ କରିଛି ।