Vladimir Putin / ବଡ଼ ଯୁଦ୍ଧର ଆହ୍ୱାନ ଦେଲେ ପୁଟିନ୍: ୟୁରୋପ ଯୁଦ୍ଧ କଲେ ସରିଯିବ ଖେଳ...
·9 months ago·2 min read

Key Points
ଆଗକୁ ହୋଇପାରେ ବଡ଼ ଯୁଦ୍ଧ
ପୁଟିନ୍ କହିଲେ ଆମେ ପ୍ରସ୍ତୁତ
ପୁଟିନ୍ କହିଲେ ଆମେ ପ୍ରସ୍ତୁତ
ସିଧା ସିଧା କହିଦେଲେ ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ । ଯଦି ଯୁଦ୍ଧ ହେବ ତେବେ ଆମେ ବି ପ୍ରସ୍ତୁତ। କାହାକୁ ଛାଡିବୁନି। ସମସ୍ତ ୟୁରୋପ ସହ ମସ୍କୋ ଲଢିପାରିବ । ତେବେ ପୁଟିନଙ୍କ ଏହି ବୟାନ ସେତେବେଳେ ସାମ୍ନାକୁ ଆସିଛି ଯେତେବେଳେ ଆମେରିକାର ଦୁଇ ଅଧିକାରୀ ମସ୍କୋରେ ଅଛନ୍ତି । ଉଭୟ ଅଧିକାରୀ ୟୁକ୍ରେନ-ଋଷ ଯୁଦ୍ଧ ରୋକିବା ପାଇଁ ଲଗାତାର ଉଦ୍ୟମ କରୁଛନ୍ତି । ଏହା ମଧ୍ୟରେ ପୁଟିନ କହିଛନ୍ତି ଯେ, ତାଙ୍କର ୟୁରୋପ ସହ ଯୁଦ୍ଧ କରିବାକୁ ଏବେ କିଛି ଯୋଜନା ନାହିଁ । କିନ୍ତୁ ଯଦି ୟୁରୋପ ଯୁଦ୍ଧ ଆରମ୍ଭ କରେ ତାହାଲେ ମସ୍କୋ ପ୍ରସ୍ତୁତ ରହିଛି । ଆମେ ଏହାର ଜବାବ ଦେବୁ । ଯଦି ୟୁରୋପ ଯୁଦ୍ଧ ଚାହୁଁଛି ତାହାଲେ ଋଷିଆ ପ୍ରସ୍ତୁତ ଥିବା କହିଛନ୍ତି ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ୟୁକ୍ରେନରେ ଶାନ୍ତି ପ୍ରତିଷ୍ଠା ପାଇଁ ଆମେରିକାର ଉଦ୍ୟମକୁ ୟୁରୋପର କିଛି ନେତା ପସନ୍ଦ କରୁନଥିବା ପୁଟିନ୍ କହିଛନ୍ତି ।
ସୂଚନାଯୋଗ୍ୟ, ଋଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ରୋକିବାକୁ ଆମେରିକା୨୮ ପଏଣ୍ଟର ଡ୍ରାଫ୍ଟ୍ ପ୍ରସ୍ତୁତ କରିଥିଲା । ଯାହାକୁ କିଭ୍ ଏବଂ ୟୁରୋପ କିଛି ଦେଶ ବିରୋଧ କରିଥିଲେ । ଫଳରେ ଏହି ଡ୍ରାଫ୍ଟରେ ସଂଶୋଧନ କରାଯାଇଥିଲା । ଆମେରିକାର ଏହି ଡ୍ରାଫ୍ଟ ୟୁକ୍ରେନ ସ୍ୱାର୍ଥର ଖିଲାପ କରୁଥିବା କିଛି ଦେଶ କହିଥିଲେ । ପୁଟିନ ଆହୁରି କହିଛନ୍ତି ଯେ, ୟୁରୋପୀୟମାନେ ଶାନ୍ତି ପ୍ରତିଷ୍ଠା ପାଇଁ ଚାହୁଁ ନାହାଁନ୍ତି । ସେମାନେ ନିଆଁରେ ଘିଅ ଢାଳୁଛନ୍ତି । ଆମେରିକାର ପ୍ରୟାସକୁ ଅନେକ ନେତା ଖାତିର କରୁ ନାହାଁନ୍ତି । ଏହାସହ ଆମେରିକା ଶାନ୍ତି ଉଦ୍ୟମରେ କିଛି ସଂଶୋଧନ ପାଇଁ ୟୁରୋପର ହସ୍ତକ୍ଷେପକୁ ଋଷ ରାଷ୍ଟ୍ରପତି ନାପସନ୍ଦ କରିବା ସହ ସମାଲୋଚନା କରିଛନ୍ତି ।
ଏଥିସହ ପଢ଼ନ୍ତୁ: କାହିଁକି କରାଯାଏ 'ଭୂତ ଶୁଦ୍ଧି ବିବାହ' ? ଜାଣନ୍ତୁ କଣ ରହିଛି ଏହା ପଛର ରହସ୍ୟ...
ଡିସେମ୍ବର ୪ ବା ଆସନ୍ତାକାଲି ଭାରତ ଗସ୍ତରେ ଆସୁଛନ୍ତି ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ । ତାଙ୍କ ଗସ୍ତ ପୂର୍ବରୁ ଭାରତକୁ ମିଳିଛି ବଡ ଫାଇଦା । ମସ୍କୋ ପୁଟିନଙ୍କ ଗସ୍ତ ପୂର୍ବରୁ ଭାରତ ସହ ପ୍ରତିରକ୍ଷା କ୍ଷେତ୍ରରେ ଏକ ବଡ ଚୁକ୍ତିକୁ ଆଗକୁ ବଡାଇଛି । ଏହି ଚୁକ୍ତି ଫେବ୍ରୁଆରୀ ୧୮ ତାରିଖରେ ଦୁଇ ଦେଶ ମଧ୍ୟରେ ସ୍ବାକ୍ଷରିତ ହୋଇଥିଲା । ଯାହାକୁ ଗତ ସପ୍ତାହରେ ଆଗକୁ ବଢାଇବା ପାଇଁ ଋଷିଆ ପ୍ରଧାନମନ୍ତ୍ରୀ ମିଖାଲି ମିସୁଷ୍ଟିନଙ୍କ ସମ୍ମୁଖରେ ରଖାଯାଇଥିଲା । ସୂଚନାଯୋଗ୍ୟ, ପୁଟିନ ଭାରତ ଏବଂ ଋଷିଆ ମଧ୍ୟରେ ଆୟୋଜିତ ୨୩ତମ ଦ୍ୱିପାକ୍ଷିକ ସମ୍ନିଳନୀରେ ଯୋଗ ଦେବାକୁ ନୂଆଦିଲ୍ଲୀ ଆସୁଛନ୍ତି । ସେ ଏଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିବେ । ଉଭୟ ନେତା ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରିବା ନେଇ ସୂଚନା ମିଳିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅଧିକ ପଢ଼ନ୍ତୁ ବିଦେଶ ଖବର:
Related Topics
Explore more stories