Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ସମୁଦ୍ରରେ ବୋଟିଂ ବେଳେ ଯୁବକଙ୍କୁ ଗିଳିଦେଲା 'ତିମି', ପୁଣି ଏମିତି ହେଲା ଚମତ୍କାର

International

ସମୁଦ୍ରରେ ବୋଟିଂ ବେଳେ ଯୁବକଙ୍କୁ ଗିଳିଦେଲା 'ତିମି', ପୁଣି ଏମିତି ହେଲା ଚମତ୍କାର

Sushanta Sahoo
Browse all articles by Sushanta Sahoo
·1 year ago·2 min read
ସମୁଦ୍ରରେ ବୋଟିଂ ବେଳେ ଯୁବକଙ୍କୁ ଗିଳିଦେଲା 'ତିମି', ପୁଣି ଏମିତି ହେଲା ଚମତ୍କାର

Key Points

ମାତ୍ର ୨ ସେକେଣ୍ଡ ଭିତରେ ହଠାତ୍ 'ତିମି'ଟି ପ୍ରଳୟ ଭଳି ଆସି ଯୁବକଙ୍କୁ ଗିଳି ଦେଉଛି । ଏହା ପରେ କଣ ହେଲା ତାହା ବି ଯୁବକ ଜଣଙ୍କ ବୁଝି ପାରି ନାହାନ୍ତି ।

'ତିମି' ସମୁଦ୍ରରେ ରହୁଥିବା ବିଶାଳକାୟ ଜୀବ ଓ ମାଛ ମାନଙ୍କ ମଧ୍ୟରେ ସବୁଠୁ ଅଧିକ ଖତରନାକ୍ । କ୍ଷୁଧା ମେଣ୍ଟାଇବା ଲାଗି ତିମି ସବୁବେଳେ ବଡ଼ରୁ ବଡ଼ ଶିକାର ସନ୍ଧାନରେ ଥାଏ । ଏବେ ସେହିପରି ଏକ ଭିଡିଓ ଇଣ୍ଟରନେଟ୍‌ରେ ଭାଇରାଲ୍ ହେଉଛି । ଯେଉଁଠି ଏକ ବିଶାଳକାୟ ତିମି ପାଣିରେ ବୋଟିଂ କରୁଥିବା ଯୁବକଙ୍କୁ ତାର ଶିକାର କରୁଛି ।


ଭିଡିଓରେ ଦେଖା ଯାଉଛି, ପାଣିରେ ବୋଟିଂ କରୁଥିବା ଏଡ୍ରିୟନ ସିମିନକସଙ୍କୁ ଆକ୍ରମଣ କରୁଛି ତିମି । ମାତ୍ର ୨ ସେକେଣ୍ଡ ଭିତରେ ହଠାତ୍ 'ତିମି'ଟି ପ୍ରଳୟ ଭଳି ଆସି ଯୁବକଙ୍କୁ ଗିଳି ଦେଉଛି । ଏହା ପରେ କଣ ହେଲା ତାହା ବି ଯୁବକ ଜଣଙ୍କ ବୁଝି ପାରି ନାହାନ୍ତି । ଆଉ ଏହି ଭାଇରାଲ୍ ଭିଡିଓରେ ଲୋକ ବି ନାନା ପ୍ରତିକ୍ରିୟା ଦେଉଛନ୍ତି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଚିଲିର ପେଟାଗୋନିୟା ବାସିନ୍ଦା ଏଡ୍ରିୟନ ଜଣେ ପହଁରାଳି । ସେ ତାଙ୍କ ବାପା ଡେଲଙ୍କ ସହ ବୋଟିଂ ପାଇଁ ବାହିୟା-ଏଲ୍-ଗୁଇଲା ଯାଇଥିଲେ । ଯେଉଁଠି ଏକ ବିରାଟକାୟ ତିମି ତାଙ୍କୁ ଗିଳି ଦେବା ସହ କେଇ ସେକେଣ୍ଡରେ ବାହାର କରି ଦେଇଥିଲା ।


ଏତେବଡ଼ ଦୁର୍ଘଟଣାରେ ମ଼ୃତ୍ୟୁମୁଖରୁ ଫେରିବା ପରେ ଏଡ୍ରିୟନ୍ କହିଛନ୍ତି, ତିମି ଗିଳିବା ପରେ ମୋତେ ଲାଗିଲା ମୁଁ ମରିଗଲି । ତିମି ମୋତେ ଗିଳିବା ପରେ ହିଁ ସଙ୍ଗେ ସଙ୍ଗେ ବାହାର କରି ଦେଇଥିଲା । ଯେତେବେଳେ ପାଣିକୁ ଆସି ମୁଁ ଭାସିଲି ତ ଡର ଲାଗିଲା କି ମୋ ବାପାଙ୍କର କିଛି ହୋଇ ନଥାଉ । ଆଉ ପାଣିରେ କିଛି ସମୟ ରହିବା ପରେ ଏଡ୍ରିୟନ୍ ତାଙ୍କ ବାପାଙ୍କ ପାଖରେ ସୁରକ୍ଷିତ ପହଞ୍ଚିଥିଲେ ।

Argus Whatsapp Channel Mobile Top
Sponsored
Whale Swallows Man And Release Him Within Seconds | Argus News