Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ଭାରତଠୁ କଣ କିଣୁଛି ଆମେରିକା, ରିପୋର୍ଟ କହୁଛି...

Banajyotshna Ray
Browse all articles by Banajyotshna Ray
·11 months ago·2 min read
ଭାରତଠୁ କଣ କିଣୁଛି ଆମେରିକା, ରିପୋର୍ଟ କହୁଛି...

Key Points

ଭାରତ ଉପରେ ମୋଟ ଆମେରିକା ଶୁଳ୍କ ୫୦ ପ୍ରତିଶତକୁ ବୃଦ୍ଧି ପାଇଛି

ଭାରତଠାରୁ କ’ଣ କିଣୁଛି ଆମେରିକା ?

ଗତ କିଛି ଦିନ ହେବ ଆମେରିକା-ଭାରତ ମଧ୍ୟରେ ଚାଲିଥିବା ବିବାଦ ଚର୍ଚ୍ଚାର ବିଷୟ ପାଲଟିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବୁଧବାର ଭାରତ ଉପରେ ଅତିରିକ୍ତ ୨୫ ପ୍ରତିଶତ ଟାରିଫ୍ ଘୋଷଣା କରିଛନ୍ତି। କିଛି ଦିନ ପୂର୍ବରୁ ଟ୍ରମ୍ପ ରୁଷିଆରୁ ତେଲ କିଣିବା ପାଇଁ ଭାରତ ଉପରେ ୨୫ ପ୍ରତିଶତ ଶୁଳ୍କ ଲଗାଇଥିଲେ। ଏବେ ଭାରତ ଉପରେ ମୋଟ ଆମେରିକା ଶୁଳ୍କ ୫୦ ପ୍ରତିଶତକୁ ବୃଦ୍ଧି ପାଇଛି । ୨୪ ଘଣ୍ଟା ପୂର୍ବରୁ ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ଶୁଳ୍କ ବୃଦ୍ଧି କରିବାକୁ ଧମକ ଦେଇଥିଲେ।

ଏହି ଶୁଳ୍କ ଚଳିତ ମାସ ୨୭ ଅଗଷ୍ଟରୁ କାର୍ଯ୍ୟକାରୀ ହେବ। ଯେଉଁଥିରେ ରୁଷରୁ ତେଲ କିଣିବା ଯୋଗୁଁ ଅତିରିକ୍ତ ୨୫% ଶୁଳ୍କ ଯୋଡା ଯାଇଛି । ଏବେ ପ୍ରଶ୍ନ ଆସୁଛି ଭାରତରୁ କେଉଁ ଜିନିଷ କିଣୁଛି ଆମେରିକା ?୨୦୨୪ରେ ଆମେରିକା ଭାରତରୁ ୧୭.୬ ବିଲିୟନ ଆମେରିକୀୟ ଡଲାରର ଇଲେକ୍ଟ୍ରୋନିକ୍ ସାମଗ୍ରୀ, ୯.୯୦ ବିଲିୟନ ଆମେରିକୀୟ ଡଲାରର ରତ୍ନ ଅଳଙ୍କାର କିଣିଛି । ଏହାବ୍ୟତୀତ ଭାରତ ଆମେରିକାକୁ ୮.୭୨ ବିଲିୟନ ଆମେରିକୀୟ ଡଲାରର ଔଷଧ ଉତ୍ପାଦନ ସାମଗ୍ରୀ ଏବଂ ୫.୮୩ ବିଲିୟନ ଆମେରିକୀୟ ଡଲାରର ଜୈବିକ ପେଟ୍ରୋଲିୟମ ଉତ୍ପାଦ ବିକ୍ରି କରିଛି।

ଏହାବ୍ୟତୀତ ଆରଏମଜି କପା ସମେତ ଆନୁଷଙ୍ଗିକ ସାମଗ୍ରୀ ୪.୭୧ ବିଲିୟନ ଆମେରିକୀୟ ଡଲାର ରପ୍ତାନି କରାଯାଇଛି । ଏପ୍ରିଲ-ନଭେମ୍ବର ୨୦୨୪ରେ ଆମେରିକାକୁ ଭାରତର ରପ୍ତାନି ୫୨.୯୫ ବିଲିୟନ ଆମେରିକୀୟ ଡଲାର ଥିଲା। ୨୦୨୪ରେ ଆମେରିକାକୁ ଭାରତର ରପ୍ତାନି ୭୭.୫ ବିଲିୟନ ଆମେରିକୀୟ ଡଲାରରେ ପହଞ୍ଚିଛି । IBEF ଅନୁଯାୟୀ ଆର୍ଥିକ ବର୍ଷ ୨୦୨୪ରେ ଭାରତରୁ ଆମେରିକାକୁ ରପ୍ତାନି ହୋଇଥିବା ପ୍ରମୁଖ ସାମଗ୍ରୀ ମଧ୍ୟରେ ଇଞ୍ଜିନିୟରିଂ ସାମଗ୍ରୀ, ଇଲେକ୍ଟ୍ରୋନିକ୍ ସାମଗ୍ରୀ, ରତ୍ନ ଏବଂ ଅଳଙ୍କାର ସାମିଲ ରହିଛି । ଭାରତ ଏବଂ ଆମେରିକା ମଧ୍ୟରେ ଆମଦାନୀ ଏବଂ ରପ୍ତାନି ୨୦୦୦ ମସିହାରେ ପ୍ରାୟ ୨୦ ବିଲିୟନ ଆମେରିକୀୟ ଡଲାର ଥିଲା । ଯାହା ୨୦୨୪ରେ ୧୧୮ ବିଲିୟନ ଆମେରିକୀୟ ଡଲାରକୁ ବୃଦ୍ଧି ପାଇଛି।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
what-is-america-buying-from-india | Argus News