Videos
|
International

Honey Trap / କ'ଣ ଏହି ହନିଟ୍ରାପ୍, କିଏ ହୋଇଥିଲେ ଏହାର ପ୍ରଥମ ଶିକାର ? ଆସନ୍ତୁ ଜାଣିବା

Bikash Mohanty
Browse all articles by Bikash Mohanty
·20 mins ago·2 min read
କ'ଣ ଏହି ହନିଟ୍ରାପ୍,  କିଏ ହୋଇଥିଲେ ଏହାର ପ୍ରଥମ ଶିକାର ? ଆସନ୍ତୁ ଜାଣିବା
Honey Trap

Key Points

ସାରା ବିଶ୍ବରେ ଏବେ "ହନି ଟ୍ରାପ୍" କୁ ନେଇ ଚର୍ଚ୍ଚା
ହନିଟ୍ରାପ୍‌ର ୩,୦୦୦ ବର୍ଷ ପୁରୁଣା ଇତିହାସ!
ପ୍ରେମ ଜାଲରେ ଫସାଇ ଶତ୍ରୁଠାରୁ ହେଉଥିଲା ତଥ୍ୟ ହାସଲ
ଭୁବନେଶ୍ୱର: ସାରା ବିଶ୍ବରେ ଏବେ "ହନି ଟ୍ରାପ୍" କୁ ନେଇ ଚର୍ଚ୍ଚା। Nvidia ପ୍ରତିଷ୍ଠାତା ଏବଂ ସିଇଓ ଜେନସେନ୍ ହୁଆଙ୍ଗଙ୍କ ବିବାଦ ଏବଂ ପ୍ରେମ ସମ୍ପର୍କିତ ଅଭିଯୋଗ ପରେ, "ହନି ଟ୍ରାପ୍" ଶବ୍ଦଟି ପୁଣି ଥରେ ଚର୍ଚ୍ଚାକୁ ଆସିଛି।  ପ୍ରେମ, ଆକର୍ଷଣ ଓ ବିଶ୍ୱାସର ଜାଲରେ ଫସାଇ ଗୁପ୍ତ ସୂଚନା ହାସଲ କରିବା। ଏହାକୁ କୁହାଯାଏ ହନିଟ୍ରାପ୍‌। ଆଜିର ଡିଜିଟାଲ୍ ଯୁଗରେ ଏହି ଶବ୍ଦଟି ଚର୍ଚ୍ଚାରେ ଥିବାବେଳେ, ଏହାର ଇତିହାସ କିନ୍ତୁ ଆଧୁନିକ ଗୁପ୍ତଚର ସଂସ୍ଥାଠାରୁ ବହୁ ପୁରୁଣା। ପ୍ରାୟ ୩,୦୦୦ ବର୍ଷ ପୁରୁଣା କାହାଣୀ ଓ ଐତିହାସିକ ଉଦାହରଣରେ ମଧ୍ୟ ଏଭଳି ରଣନୀତିର ଉଲ୍ଲେଖ ମିଳେ।

କ’ଣ ଏହି ହନିଟ୍ରାପ୍‌?

ହନିଟ୍ରାପ୍‌ ହେଉଛି ଏକ ପ୍ରକାର ଗୁପ୍ତ ରଣନୀତି। ଏଥିରେ କୌଣସି ବ୍ୟକ୍ତିଙ୍କୁ ପ୍ରେମ, ଆକର୍ଷଣ କିମ୍ବା ଘନିଷ୍ଠ ସମ୍ପର୍କର ପ୍ରଲୋଭନ ଦେଖାଇ ଫସାଯାଏ। ଏହା ପରେ ତାଙ୍କଠାରୁ ଗୋପନୀୟ ସୂଚନା ହାସଲ କରିବା, ବ୍ଲାକମେଲ୍ କରିବା କିମ୍ବା ତାଙ୍କୁ ଦୁର୍ବଳ କରିବା ଉଦ୍ଦେଶ୍ୟରେ ଏହି ରଣନୀତି ବ୍ୟବହାର କରାଯାଏ। ବିଶେଷକରି ରାଜନୀତି, ସାମରିକ କ୍ଷେତ୍ର ଓ ଗୁପ୍ତଚର କାର୍ଯ୍ୟରେ ଏହାର ଉଲ୍ଲେଖ ମିଳିଥାଏ। ତେବେ ହନିଟ୍ରାପ୍‌ର ପ୍ରଥମ ଶିକାର କିଏ ଥିଲେ, ତାହା ନିର୍ଦ୍ଦିଷ୍ଟ ଭାବେ ଜାଣିବା କଷ୍ଟକର।

ଆଧୁନିକ ଯୁଗରେ ବି ବଡ଼ ବିପଦ

ସମୟ ବଦଳିବା ସହ ହନିଟ୍ରାପ୍‌ର ଉପାୟ ମଧ୍ୟ ବଦଳିଛି। ଏବେ ସୋସିଆଲ୍‌ ମିଡିଆ, ଡେଟିଂ ଆପ୍‌ ଓ ଅନଲାଇନ୍‌ ଯୋଗାଯୋଗ ମାଧ୍ୟମରେ ମଧ୍ୟ ଲୋକଙ୍କୁ ପ୍ରେମ ଜାଲରେ ଫସାଇବାର ଘଟଣା ସାମ୍ନାକୁ ଆସୁଛି। ବ୍ୟକ୍ତିଗତ ଫଟୋ, ଭିଡିଓ କିମ୍ବା ଗୋପନୀୟ ତଥ୍ୟ ହାସଲ କରି ପରେ ବ୍ଲାକମେଲ୍‌ କରାଯାଉଥିବା ଅଭିଯୋଗ ମଧ୍ୟ ରହିଛି। ଏହା କେବଳ ଗୁପ୍ତଚର ଜଗତରେ ସୀମିତ ନୁହେଁ। ସାଧାରଣ ଲୋକଙ୍କ ପାଇଁ ମଧ୍ୟ ଏହା ଏକ ସାଇବର୍‌ ଠକେଇ ଓ ବ୍ଲାକମେଲିଂର ମାଧ୍ୟମ ପାଲଟିପାରେ। ତେଣୁ ଅଜଣା ବ୍ୟକ୍ତିଙ୍କ ସହ ଅନଲାଇନ୍‌ରେ ସମ୍ପର୍କ ସ୍ଥାପନ କରିବାବେଳେ ସତର୍କ ରହିବା ଜରୁରୀ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ୩ ବର୍ଷ ମଧ୍ୟରେ ବିଶ୍ୱକୁ କବ୍‌ଜା କରିବ AI! ମାନବଜାତି ପାଇଁ ଆସୁଛି ବଡ଼ ବିପଦ

ପ୍ରାଚୀନ ଭାରତର ବିଷକନ୍ୟାଙ୍କ କାହାଣୀ

ହନିଟ୍ରାପ୍‌ ସହ ଜଡ଼ିତ ପ୍ରାଚୀନ ଭାରତର ଏକ ଚର୍ଚ୍ଚିତ ଉଦାହରଣ ହେଉଛି ‘ବିଷକନ୍ୟା’। ମୌର୍ଯ୍ୟ ଯୁଗ ସହ ଜଡ଼ିତ କାହାଣୀ ଓ ପରବର୍ତ୍ତୀ ସାହିତ୍ୟରେ ଏମାନଙ୍କ ବିଷୟରେ ଉଲ୍ଲେଖ ମିଳେ। ଚାଣକ୍ୟଙ୍କ ନାମ ସହ ଜଡ଼ିତ ଅର୍ଥଶାସ୍ତ୍ରରେ ମଧ୍ୟ ବିଷ ଓ ଗୁପ୍ତ ଉପାୟରେ ଶତ୍ରୁଙ୍କୁ ନିପାତ କରିବା ସମ୍ପର୍କିତ ଆଲୋଚନା ରହିଛି। କିଛି ପ୍ରାଚୀନ କାହାଣୀ ଅନୁସାରେ, ସୁନ୍ଦରୀ ମହିଳାଙ୍କୁ ଶତ୍ରୁ ପକ୍ଷର ରାଜା କିମ୍ବା ଅଧିକାରୀଙ୍କ ନିକଟକୁ ପଠାଯାଉଥିଲା। ସେମାନଙ୍କ ମାଧ୍ୟମରେ ଶତ୍ରୁଙ୍କୁ ଫସାଇବା ଓ କ୍ଷତି ପହଞ୍ଚାଇବା ଉଦ୍ଦେଶ୍ୟ ରହୁଥିଲା। ତେବେ ବିଷକନ୍ୟାଙ୍କୁ ନେଇ ପ୍ରଚଳିତ ସମସ୍ତ କାହାଣୀକୁ ପ୍ରମାଣିତ ଐତିହାସିକ ତଥ୍ୟ ବୋଲି ଧରିବା ଠିକ୍ ନୁହେଁ।

‘ହନିଟ୍ରାପ୍‌’ ଶବ୍ଦର ଉତ୍ପତ୍ତି କେବେ?


‘ହନିଟ୍ରାପ୍‌’ ଶବ୍ଦର ଇତିହାସ ସମ୍ପର୍କରେ ବିଭିନ୍ନ ତଥ୍ୟ ମିଳେ। ଏହା ସହ ଜଡ଼ିତ ‘ହନିପଟ୍‌’ ଶବ୍ଦ ପଞ୍ଚଦଶ ଶତାବ୍ଦୀର ଇଂରାଜୀ ଭାଷାରେ ବ୍ୟବହୃତ ହୋଇଥିବା ଉଲ୍ଲେଖ ରହିଛି। ଏହାର ଅର୍ଥ ଥିଲା ଆକର୍ଷଣୀୟ କିମ୍ବା ଲୋଭନୀୟ ବସ୍ତୁ, ଯାହା ଅନ୍ୟକୁ ନିଜ ଆଡ଼କୁ ଟାଣିଥାଏ। ପରବର୍ତ୍ତୀ ସମୟରେ ଏହି ଧାରଣା ଗୁପ୍ତଚର ଜଗତ ସହ ଯୋଡ଼ି ହୋଇଥିଲା। ୧୯୭୪ ମସିହାରେ ପ୍ରକାଶିତ ବ୍ରିଟିଶ ଲେଖକ ଜନ୍ ଲେ କାରେଙ୍କ ଗୁପ୍ତଚର ଉପନ୍ୟାସ ‘Tinker Tailor Soldier Spy’ ଏହି ଶବ୍ଦର ଲୋକପ୍ରିୟତା ସହ ଜଡ଼ିତ ବୋଲି କୁହାଯାଏ।