ଜାଣନ୍ତୁ ଜନ୍ମଗତ ନାଗରିକ ଆଇନ କ'ଣ ?

ଅର୍ଗସ ବ୍ୟୁରୋ: ଆମେରିକାରେ ଡୋନାଲ୍ଡ ଟ୍ରମ୍ପ ପୁଣି କ୍ଷମତାକୁ ଫେରିବା ପରେ ଜନ୍ମଗତ ନାଗରିକତା ଆଇନକୁ ନେଇ ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଯାହାଫଳରେ ଆମରିକାରେ ବାସ କରୁଥିବା ଅବୈଧ ପ୍ରବାସୀ ଓ ଭିସାଧାରୀଙ୍କୁ ଶକ୍ତ ଝଟ୍କା ଲାଗିଛି। ଡୋନାଲ୍ଡ ଟ୍ରମ୍ପ ଜନ୍ମଗତ ନାଗରିକତା ଆଇନରେ ପରିବତ୍ତନ କରିଛନ୍ତି। ଯାହାକୁ ନେଇ ଆମେରିକାରେ ରହୁଥିବା ଅନ୍ୟଦେଶର ଲୋକମାନେ ଆଶଙ୍କାରେ ରହିଛନ୍ତି। ପ୍ରବାସୀ ଭାରତୀୟବି ଟ୍ରମ୍ପଙ୍କ ଏହି କଠୋର ନିଷ୍ପତ୍ତିକୁ ନେଇ ଚିନ୍ତାରେ ଅଛନ୍ତି
ଜାଣନ୍ତୁ ଜନ୍ମଗତ ନାଗରିକ ଆଇନ କ'ଣ ?
📱 Get Argus News App
✨ଜନ୍ମଗତ ନାଗରିକ ଆଇନ୍ ହେଉଛି, ଯେଉଁ ଶିଶୁ ଯେଉଁଠାରେ ଜନ୍ମନିଏ ସିଏ ସେଠାରେ ସ୍ବତଃପ୍ରବୃତ ନାଗରିକ ହୋଇଯାଏ। ଯାହାକୁ ଜନ୍ମଗତ ଅଧିକାର ବୋଲି କୁହାଯାଏ। ଆମେରିକାରେ ଏହି ଆଇନ୍ ୧୫୦ ପୂର୍ବେ ଲାଗୁ ହୋଇଥିଲା। ଯାହାକୁ ଏବେ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛନ୍ତି ଡୋନାଲ୍ଡ ଟ୍ରମ୍ପ। ୧୮୬୮ ମସିହାରେ ଏହି ନୀତିକୁ ଆମେରିକାରେ ଅନୁମୋଦନ ମିଳିଥିଲା। ଯାହାଫଳରେ ଆମେରିକାରେ ଜନ୍ମଗ୍ରହଣ କରୁଥିବା ଲୋକ ସହଜରେ ଆମେରିକାର ନଗାରିତା ପାଇ ପାରୁଥିଲେ।
ଟ୍ରମ୍ପଙ୍କ ନୂଆ ନିୟମ
ଟ୍ରମ୍ପ ଯେଉଁ ନୂଆନୀତି ନେଇ ନିଷ୍ପତ୍ତି ନେଇଛନ୍ତି ଯାହାଫଳରେ ଆମେରିକାରେ ଜନ୍ମଗ୍ରହଣ କରୁଥିବା ଶିଶୁକୁ ମଧ୍ୟ ଆଉ ଆମେରିକାର ନାଗରିକ ମାନ୍ୟତା ଦିଆଯିବ ନାହିଁ। ନାଗରିକ ଯୋଗ୍ୟତା ମାନଦଣ୍ଡରେ ପରିବର୍ତ୍ତନ ହାଇଛି। ଯଦି ସେମାନଙ୍କ ବାପା' ମାଙ୍କ ମଧ୍ୟରୁ ଜଣେ କେହି ଆମରିକାର ନାଗରିକ ହୋଇଥିବେ ତେବେ ସେହି ପିଲାଙ୍କୁ ଆମେରିକାର ନାଗରିକତା ମିଳିବ। ସେ ଆଇନଗତ ସ୍ଥାୟୀ ବାସିନ୍ଦା ହୋଇଥିବେ କିମ୍ବା ଆମେରିକା ସେନାରେ କାର୍ଯ୍ୟ କରୁଥିବେ। ଯେଉଁମାନେ ଆମରିକାରେ ଅସ୍ଥାୟୀ ଭିସାରେ କାର୍ଯ୍ୟ କରୁଛନ୍ତି ସେମାନଙ୍କ ପିଲାମାନେ ମଧ୍ୟ ନାଗରିକତା ପାଇବେ ନାହିଁ। ସେମାନେ ଆମେରିକା ସରକାରଙ୍କ ସୁବିଧା ସୁଯୋଗରୁ ବଞ୍ଚିତ ହେବେ।
କେତେ ଭାରତୀୟ ପ୍ରଭାବିତ ହୋଇପାରନ୍ତି ଟ୍ରମ୍ପଙ୍କ ନିଷ୍ପତ୍ତିରେ ?
ପିଉ ରିସର୍ଚ୍ଚ ୨୦୨୪ ଅନୁସାରେ ବୈଧ ଦସ୍ତାବିଜ ନଥିବା ଭାରତୀୟଙ୍କ ସଂଖ୍ୟା ୭ ଲକ୍ଷ ୨୫ ହଜାର। ବାଇଡେନ ସରକାରଙ୍କ ସମୟରେ ବୈଧ ଦସ୍ତାବିଜ ୧୫୨୯ ପ୍ରବାସୀଙ୍କୁ ଭାରତ ପଠାଇ ଦିଆଯାଇଥିଲା। ବାଇଡେନ ରାଷ୍ଟ୍ରପତି ଥିବା ସମୟରେ ଏକ ପ୍ରବେଶ ଯୋଜନା ପ୍ରଚଳନ କରିଥିଲେ। ଯାହାଫଳରେ ଆମରିକାରେ ରହି ଚାକିରି କରିବା ସହଜ ହେଉଥିଲା। ଏବେ ଟ୍ରମ୍ପ ଆସିବା ପରେ ସେଥିରେ ରୋକ ଲାଗିଛି