Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

କ'ଣ ଖାଆନ୍ତି ଓ କେମିତି ସ୍ନାନ କରନ୍ତି ମହାକାଶଚାରୀ ?

Jyoti Prakash Mallick
Browse all articles by Jyoti Prakash Mallick
·1 year ago·2 min read
କ'ଣ ଖାଆନ୍ତି ଓ କେମିତି ସ୍ନାନ କରନ୍ତି ମହାକାଶଚାରୀ ?

ଖୁବ୍ ଶୀଘ୍ର ମହାକାଶରୁ ପୃଥିବୀ ପୃଷ୍ଠକୁ ଫେରିବେ ମହାକାଶଚାରୀ ସୁନିତା ୱିଲିୟମ୍‌ସ ଓ ବଚ୍‌ ୱିଲମୋର। ଚଳିତ ମାସ ୧୯ ସୁଦ୍ଧା ପୃଥିବୀପୃଷ୍ଠକୁ ଫେରିବେ । ନାସାର ୪ ଜଣ ମହାକାଶଚାରୀ ଆନ୍ନେ ମ୍ୟାକ୍‌କ୍ଲେନ୍‌, ନିକୋଲ ଆୟେର୍ସ, ତାକୁୟା ଓନିଶି ଏବଂ କିରିଲ ପେସ୍‌କୋଭ୍‌ ଏହି ଫାଲକନ-୯ ରକେଟ ସାହାଯ୍ୟରେ ତାଙ୍କ ପାଖରେ ପହଞ୍ଚିଛନ୍ତି। ସେମାନେ ଖୁବ୍ ଶୀଘ୍ର ଫେରିବେ। ଗତ ବର୍ଷ ବୋଇଂ ଷ୍ଟାରଲାଇନରରେ ୮ ଦିନିଆ ମିଶନରେ ମହାକାଶ ଯାଇଥିଲେ ଦୁଇଜଣ। ଷ୍ଟାରଲାଇନରେ ବାରମ୍ବାର ଯାନ୍ତ୍ରିକ ତ୍ରୁଟି ପରିଲକ୍ଷିତ ହେବାରୁ ଉଭୟ ୯ ମାସରୁ ଅଧିକ ସମୟ ହେଲାଣି ଫସି ରହିଛନ୍ତି।


ମହାକାଶଚାରୀଙ୍କ ଫେରିବା ବାଟକୁ ସମସ୍ତେ ଚାହିଁ ରହିଥିବା ବେଳେ ସାଧାରଣ ଲୋକଙ୍କ ମଧ୍ୟରେ ମହାକାଶଚାରୀଙ୍କ ଚଳପ୍ରଚଳକୁ ନେଇ ଉତ୍ସୁକତା ଦେଖା ଦେଇଛି। ସେମାନେ କ'ଣ ଖାଆନ୍ତି ? କେମିତି ସ୍ନାନ କରନ୍ତି ? ଆମେ ପୃଥିବୀରେ ଯେଉଁ ଜିନିଷ ଖାଉଛୁ, ସେମାନେ ମହାକାଶକୁ ଗଲେ ସେଇ ଖାଦ୍ୟ ଖାଆନ୍ତି ନା ଅନ୍ୟ କିଛି ?


କେମିତି ରୁହନ୍ତି ମହାକାଶରେ ?


ମହାକାଶଚାରୀ ଏକ ସ୍ୱତନ୍ତ୍ର ସ୍ୱତନ୍ତ୍ର ସ୍ପେସସୁଟ୍ ପିନ୍ଧିଥାନ୍ତି, ଯାହା ସେମାନଙ୍କୁ ଅମ୍ଳଯାନ ଦେବା ସହିତ ବାହାରର ଚାପ ଓ ତାପମାତ୍ରାରୁ ସୁରକ୍ଷା ଦେଇଥାଏ। ଏହା ବ୍ୟତୀତ ସେମାନେ ସ୍ବତନ୍ତ୍ର ଖାଦ୍ୟ ଓ ପାନୀୟ ବ୍ୟବହାର କରିଥାନ୍ତି। ଆମ ଭଳି ସେମାନେ ନିଜ ରୁଚି ଅନୁସାରେ ଖାଦ୍ୟ ଖାଇ ପାରନ୍ତି ନାହିଁ । କେବଳ ଶରୀରକୁ ଶକ୍ତି ଓ ପ୍ରୋଟିନ୍ ଯୋଗାଇବା ପାଇଁ ସେମାନେ ଏକ ସ୍ବତନ୍ତ୍ର ଖାଦ୍ୟ ଓ ପାନୀୟ ନେଇଥାନ୍ତି। ମହାକାଶରେ ମାଧ୍ୟାକର୍ଷଣ ଶକ୍ତି ନଥିବାରୁ ସେଠାରେ ପ୍ରତିଟି ଜିନିଷ ଶୂନ୍ୟରେ ଭାସେ। ଯେଉଁଥିପାଇଁ ପାନୀୟ ପଦାର୍ଥକୁ ପାଉଡର ଭାବେ ବ୍ୟବହାର କରିଥାନ୍ତି। ଏହାଛଡା ଖାଦ୍ୟକୁ ଆମଭଳି ଉପଭୋଗ କରି ସ୍ବାଦ ଚାଖି ଖାଇବା ପ୍ରାୟତ ମହାକାଶରେ ସମ୍ଭବ ହୋଇନଥାଏ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଏହାଛଡା ମହାକାଶରେ ସବୁଠାରୁ ଏକ ବଡ଼ ସସମ୍ୟା ହେଉଛି ଏଠାରେ ଆମେ ଖାଉଥିବା ଖାଦ୍ୟ ଗୋଡ଼ ପଟକୁ ଯିବା ପରିବର୍ତ୍ତେ ଶରୀରରେ ଉପର ଭାଗକୁ ଉଠିବାକୁ ଚେଷ୍ଟା କରେ। ଯେଉଁଥିରୁ ବର୍ତ୍ତିବା ପାଇଁ ମହାକାଶଚାରୀ ସ୍ପେସସୁଟ୍ ପିନ୍ଧିଥାନ୍ତି।


ସେମାନେ ମହାକାଶକୁ ଯିବା ସମୟରେ ସାଥିରେ ବହୁତ ଗୁଡ଼ିଏ ପ୍ୟାକେଟ୍‌ ଖାଦ୍ୟ ନେଇଥାନ୍ତି। ଯାହାର ଓଜନ ପ୍ରାୟ ୪୫୦ ଗ୍ରାମ ରହିଥାଏ। ଏଠାରେ ଗୋଟିଏ ପ୍ୟାକେଟକୁ ଖୋଲିବାର ଦୁଇଦିନ ମଧ୍ୟରେ ଖାଇ ଶେଷ କରିବାକୁ ପଡ଼ିଥାଏ। ମହାକାଶଚାରୀଙ୍କ ଖାଦ୍ୟରେ ଅଧିକରୁ ଅଧିକ ଶୁଖିଲା ଖାଦ୍ୟ ରହିଥାଏ। ଯାହାକୁ ଏକ ସ୍ୱତନ୍ତ୍ର କେମିକାଲ୍ ଦିଆଯାଇ ପ୍ୟାକ୍ କରାଯାଇଥାଏ। ଯାହା ଖୋଲା ନଗଲେ ୨ ବର୍ଷ ପର୍ଯ୍ୟନ୍ତ ଖାଦ୍ୟ ଉପଯୋଗୀ ହୋଇ ରହିବ।


ଏବେ ଆପଣଙ୍କ ମନକୁ ଆସୁଥିବ ସ୍ନାନ ଓ ମଳତ୍ୟାଗ କେମିତି କରୁଥିବେ ମହାକାଶଚାରୀ-


ଜାଣି ରଖିବାକୁ ପଡ଼ିବ ମହାକାଶରେ ବହୁତ କମ୍ ଜଳର ବ୍ୟବହାର କରିବାକୁ ପଡ଼ିଥାଏ ମହାକାଶଚାରୀଙ୍କୁ। ଏଠାରେ ପାଣି ଢାଳି ହୋଇ ଗାଧୋଇବାର କୌଣସି ସୁବିଧା ନାହିଁ। କେବଳ ଓଦା କପଡ଼ାରେ ପୋଛି ହୋଇଥାନ୍ତି। ସେହିଭଳି ମଳତ୍ୟାଗ ପାଇଁ ସ୍ବତନ୍ତ୍ର ଏୟାର ପାଇପର ବ୍ୟବହାର କରାଯାଇଥାଏ। ଯାହା ମଳକୁ ପ୍ୟାକିଂ ଥଳି ପର୍ଯ୍ୟନ୍ତ ପହଞ୍ଚାଇଥାଏ। ସେହିଭଳି ପରିସ୍ରା ପାଇଁ ଆଗ ଭାଗରେ ଏକ ପାତ୍ର ଲାଗିଥାଏ। ଏହା ପରେ ପୁନଃବ୍ୟବହାର ପାଇଁ ପୁନଃଚକ୍ରିତ କରି ପାଣିର ଆବଶ୍ୟକତା ପୂରଣ କରିବାକୁ ବ୍ୟବହାର ହୋଇଥାଏ।

Sponsored
What is the life of an astronaut in space | Argus News