Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ଅନ୍ତରୀକ୍ଷରେ ଭାସୁଛି ମହାକାଶଚାରୀଙ୍କ ମୃତଦେହ !

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
ଅନ୍ତରୀକ୍ଷରେ ଭାସୁଛି ମହାକାଶଚାରୀଙ୍କ ମୃତଦେହ !

ସାରା ବିଶ୍ୱରେ ଏବେ ଅନ୍ତରୀକ୍ଷ ତଥା ମହାକାଶକୁ ନେଇ ଚର୍ଚ୍ଚା । ସମସ୍ତଙ୍କ ମନରେ ସମାନ ପ୍ରଶ୍ନ । ସେଠି କେମିତି କଟେ ଦିନ । ସେଠି କ'ଣ ଖାଆନ୍ତି ମହାକାଶଚାରୀ । ଯଦି ସେମାନଙ୍କର କିଛି କ୍ଷତି ହୁଏ ତେବେ କ'ଣ ହୁଏ । କିଭଳି ରହିଥାଏ ସେଠାକାର ପରିସ୍ଥିତି । କାରଣ ଏବେ ଏବେ ପ୍ରାୟ ୯ ମାସ ଧରି ମହାକାଶରେ ରହିବା ପରେ ପୃଥିବୀକୁ ଓହ୍ଲାଇଛନ୍ତି ନାସାର ବୈଜ୍ଞାନିକ ସୁନୀତା ଓ୍ୱିଲିୟମ୍‌ସ । ସେ ମାତ୍ର ୮ ଦିନ ପାଇଁ ମହାକାଶକୁ ଯାଇଥିବା ବେଳେ ୯ ମାସ ପର୍ଯ୍ୟନ୍ତ ଅନ୍ତରୀକ୍ଷରେ ଫଶିରହିଥିଲେ । ଯାନ୍ତ୍ରିକ ତ୍ରୁଟି ଯୋଗୁଁ ସେ ନିର୍ଦ୍ଧାରିତ ସମୟ ମଧ୍ୟରେ ପୃଥିବୀକୁ ଫେରି ପାରିନଥିଲେ ।

ତେବେ ଏହି ସବୁ ତମାମ ପ୍ରଶ୍ନ ଭିତରେ ଆଉ ଏକ ପ୍ରଶ୍ନ ବି ସାଧାରଣ ଲୋକଙ୍କ ମନରେ ଉଙ୍କି ମାରିଥାଏ । ଯଦି ଜଣେ ମହାକାଶଚାରୀ ଅନ୍ତରୀକ୍ଷରେ ହିଁ ମୃତ୍ୟୁ ବରଣ କରନ୍ତି ତେବେ ସେମାନଙ୍କ ମୃତଦେହକୁ କେମତି ତଳକୁ ଅଣାଯାଇଥାଏ ? ତାଙ୍କ ମୃତଦେହ ସହ କ'ଣ କରାଯାଏ ?

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯଦି ଅନ୍ତରୀକ୍ଷରେ କୌଣସି ମହାକାଶଚାରୀ ମୃତ୍ୟୁ ବରଣ କରନ୍ତି, ତେବେ ତାଙ୍କୁ ସେହିଠାରେ ହିଁ ଛାଡ଼ି ଦିଆଯାଏ । ତାଙ୍କ ମୃତଦେହକୁ ମହାକାଶଚାରୀଙ୍କ ଏୟାର ଲକ୍‌ ସୁଟ୍‌ ପିନ୍ଧାଇ ଶୂନ୍ୟରେ ଭସାଇ ଦିଆଯାଏ । ମହାକାଶରେ ଅତ୍ୟଧିକ ଥଣ୍ଡା କାରଣରୁ ତାଙ୍କ ଶରୀର ବର୍ଷ ବର୍ଷ ଧରି ସେମିତି ସତେଜ ରହିଥାଏ । ମୃତଦେହ ନଷ୍ଟ ହୁଏ ନାହିଁ କିମ୍ବା ସେଥିରୁ ଦୁର୍ଗନ୍ଧ ବାହାରେ ନାହିଁ । ବର୍ଷ ବର୍ଷ ଧରି ସେହି ଅନ୍ଧକାରମୟ ଶୂନ୍ୟରେ ମୃତଦେହ ଗୁଡ଼ିକ ଭାସି ବୁଲୁଥାଏ ।

ମୃତଦେହକୁ ପୃଥିବୀକୁ ଅଣାଯାଏ ନାହିଁ କାରଣ, ସ୍ପେସ୍‌ କ୍ରାପ୍ଟରେ ମୃତଦେହ ରଖିବା ପାଇଁ କୌଣସି ଖାଲି ସ୍ଥାନ ନଥାଏ। ଏହାବାଦ ସ୍ପେସ୍‌ କ୍ରାପ୍ଟରେ ଅଧିକ ଦିନ ମୃତଦେହ ରହିଲେ ତାହା ନଷ୍ଟ ହେବା ଆରମ୍ଭ ହୁଏ । ଦୁର୍ଗନ୍ଧ ମଧ୍ୟ ବହାରିବାର ସମ୍ଭାବନା ରହିଛି । ଅନ୍ୟପଟେ ସ୍ପେସ ମିଶନ କମ୍ପ୍ଲିଟ ହେଲେ ହିଁ ସ୍ପେସ୍‌ କ୍ରାଫ୍ଟ ପୃଥିବୀକୁ ଫେରିଥାଏ । କୌଣସି ମହାକାଶଚାରୀଙ୍କ ମୃତ୍ୟୁ କାରଣରୁ, ପୃଥିବୀକୁ ତୁରନ୍ତ ଫେରି ଆସିବା ଅସମ୍ଭବ ହୋଇଥାଏ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
What Really Happens to Your Body if You Die in Space | Argus News