Videos
|
International

Fire / ନିଆଁକୁ କେବେ କେଉଁଠି ପାଇଥିଲା ମଣିଷ ? ଇତିହାସ କହୁଛି...

Banajyotshna Ray
Browse all articles by Banajyotshna Ray
·9 months ago·2 min read
ନିଆଁକୁ କେବେ କେଉଁଠି ପାଇଥିଲା ମଣିଷ ? ଇତିହାସ କହୁଛି...
Fire

Key Points

ନିଆଁକୁ କେବେ କେଉଁଠି ପାଇଥିଲା ମଣିଷ ?
୪୦୦୦୦୦ ବର୍ଷ ତଳେ ଇଂଲଣ୍ଡରେ କେଉଁ ଘଟଣା ଘଟିଥିଲା?
ନିଆଁ ଏବେ ଚମକାଇ ଦେଲା
ନିଆଁ... ଆମ ରୋଷେଇ କରିବାର ମୂଳ ମାଧ୍ୟମ। ନିଆଁ ବିନା କୌଣସି କାର୍ଯ୍ୟ ସମ୍ଭବ ନୁହେଁ। କିନ୍ତୁ ଆପଣ କେବେ ଭାବିଛନ୍ତି କି ଏହି ନିଆଁ କେବେ ଏବଂ କେଉଁଠି ପ୍ରଥମେ ବ୍ୟବହାର ହୋଇଥିଲା। ତେବେ ନିଆଁ ପୃଥିବୀରେ ଦୀର୍ଘ କାଳରୁ ରହି ଆସିଛି । କୁହାଯାଏ କି, ୪୨୦ ମିଲିୟନ ବର୍ଷ ତଳେ ପୃଥିବୀ ଦେଖିଥିଲା ନିଆଁର କାରଳ ରୂପ । ସେହି ସମୟରେ ବିଭିନ୍ନ ଶୁଖିଲା ଡାଳପତ୍ର ଏବଂ ଜୀବାଶ୍ମରେ ନିଆଁ ଲାଗିଥିଲା । ଯାହା ପରେ ହୁହୁ ହୋଇ ବ୍ୟାପିଯାଇଥିଲା । ତେବେ ଏହା ସେତେବେଳେ ଜଙ୍ଗଲ ଉପରେ ବେଶି ପ୍ରଭାବ ପକାଇନଥିଲା । ସେହି ସମୟରେ ବାୟୁମଣ୍ଡଳରେ ଅମ୍ଳଜାନର ପରିମାଣ ଅଧିକ ଥିବାରୁ ଅଗ୍ନିର ପ୍ରକୋପ ଅଧିକ ଥିଲା । କିପରି ମଣିଷଙ୍କ ପାଖକୁ ଆସିଲା ନିଆଁ? ଅଗ୍ନୀର ବ୍ୟବହାର କିଏ ଶିଖାଇଲା? ଏମିତି କିଛି ପ୍ରଶ୍ନ ଉପରେ ବର୍ଷ ବର୍ଷ ଧରି ଗବେଷଣା ଚାଲିଛି ।

ଦିନେ ଯାହାକୁ ସମସ୍ତେ ଡରୁଥିଲେ ତାହା କେମିତି ଧିରେ ଧିରେ ମଣିଷ ଜୀବନର ଏକ ପ୍ରମୁଖ ଅଂଶ ପାଲଟିଗଲା ସେନେଇ ଅନେକ ବିଶେଷଜ୍ଞ ଭିନ୍ନ ମତ ଦେଉଛନ୍ତି । ତେବେ ଇଂଲଣ୍ଡର ପ୍ରତ୍ନତତ୍ତ୍ୱବିତମାନେ ଏକ ନୂଆ ଖୁଲାସା କରିଛନ୍ତି । ସେମାନେ ୪ଲକ୍ଷ ବର୍ଷ ତଳେ ମଣିଷମାନେ ନିଆଁର ବ୍ୟବହାର ବାବଦରେ ଜାଣିଥିବା ନେଇ ପ୍ରମାଣ ଦେଇଛନ୍ତି । ଏଥିରୁ ନିଆଁ ମଣିଷ ଜୀବନରେ ପ୍ରାୟ ସାଢେ ୩ଲକ୍ଷ ବର୍ଷରୁ ୪ଲକ୍ଷ ବର୍ଷ ତଳେ ଯୋଡି ହୋଇଥିଲା ବୋଲି ସେମାନେ ଜାଣିବାକୁ ପାଇଛନ୍ତି । ଏହାସହ ପୂର୍ବରୁ ନିଆଁ ବ୍ୟବହାରର ଉତ୍ପତ୍ତି ନେଇ ରହିଥିବା ଥିଓରୀ ବା ତର୍କକୁ ନୂଆ ଗବେଷଣା ଚ୍ୟାଲେଞ୍ଜ୍ କରିଛି । ତେବେ ନିଆଁର ବ୍ୟବହାର ନେଇ କୌଣସି ସଠିକ ତଥ୍ୟ ନଥିଲେ ବି ୨୦୨୨ର ଏକ ରିପୋର୍ଟରେ ନୂଆ କଥା ସାମ୍ନାକୁ ଆସିଥିଲା । ଓ୍ୱିଜମ୍ୟାନ୍ ଇନଷ୍ଟିଚ୍ୟୁଟର କିଛି ବୈଜ୍ଞାନିକ ଇସ୍ରାଏଲରେ ୮ ଲକ୍ଷ ବର୍ଷ ତଳର ଅଗ୍ନିକାଣ୍ଡ ବାବଦରେ ତଥ୍ୟ ପାଇଥିଲେ ।

ଏଥିସହ ପଢ଼ନ୍ତୁ: ଗୋଟିଏ ମଞ୍ଚରେ ରାଜନେତା-ଖେଳାଳି-ଷ୍ଟାର, ଯୁବ ଖେଳାଳିଙ୍କ ପାଇଁ...

ଏହାବ୍ୟତୀତ ଓ୍ୱିଜମ୍ୟାନ୍ ଇନଷ୍ଟିଟ୍ୟୁର ତଥ୍ୟ କହିଥିଲା ଯେ, ନିଆଁର ବ୍ୟବହାର ୧୦ ଲକ୍ଷ ବର୍ଷ ତଳେ ହୋଇଥିଲା । ଆଗକୁ ଏଆଇ ହିଁ ନିଆଁର ସୃଷ୍ଟି ନେଇ ତଥ୍ୟ ଦେବ । କିନ୍ତୁ ଇସ୍ରାଏଲରେ ୮ ଲକ୍ଷ ବର୍ଷ ତଳେ ଭୟଙ୍କର ଅଗ୍ନିକାଣ୍ଡ ହୋଇଥିଲା । ସ୍ପେକ୍ଟୋସ୍କୋପି ଟେକନୋଲୋଜି ବ୍ୟବହାର କରି ଅଗ୍ନିକାଣ୍ଡର ସମୟ ବାବଦରେ ଜଣାପଡିଥିଲା । ବିବିସିର ରିପୋର୍ଟ ଅନୁସାରେ, ପ୍ରଫେସର ନିକ୍ ଆଷ୍ଟନ୍ ଏବଂ ତାଙ୍କ ଟିମ୍ ଦୀର୍ଘଦିନ ହେବ ମାନବ ଏବଂ ନିଆଁର ସମ୍ପର୍କ ନେଇ ଗବେଷଣାକରି ଆସୁଛନ୍ତି । ସେମାନେ ଗତ କିଛି ଦିନ ତଳେ ଲଣ୍ଡନର ସଫୋକରେ ଥିବା ଇଷ୍ଟ୍ ଫାର୍ମରେ ଖନନ କରୁଥିଲେ । ଏହି ସମୟରେ ପ୍ରଫେସର ନିକଙ୍କ ଟିମକୁ ପ୍ରାକ୍ ଐତିହାସିକ ଯୁଗର କିଛି ଶିଳାଲେଖ ଏବଂ ପ୍ରାଚୀନ ସଭ୍ୟତାର ସହର ମିଳିଥିଲା । ସହରର ଏକ ଘରେ ଥିବା ବିସ୍ତିର୍ଣ୍ଣ ସ୍ଥାନରେ ନିଆଁ ଜଳାଇବା ଭଳି ଛୋଟ ସ୍ଥାନ ରହିଛି । ଏହି ସଭ୍ୟତାକୁ ପ୍ରଫେସର ନିକ୍ ପ୍ରସ୍ତର ଯୁଗର ବୋଲି କହିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଲଣ୍ଡନ ପ୍ରତ୍ନତତ୍ତ୍ୱ ବିଭାଗର କହିବାନୁସାରେ, ନିଆଁର ବ୍ୟବହାର ଶିଖିବା ସେବେକାର ସଭ୍ୟତା ପାଇଁ ବଡ ଉପଲବ୍ଧି । ଏହାଦ୍ୱାରା ସେମାନେ ଶୀତ ଦିନେ ନିଜକୁ ଉଷୁମ ରଖିପାରୁଥିଲେ । ମାଂସକୁ ରାନ୍ଧିବା ଏବଂ ଅନ୍ୟ ଖାଦ୍ୟ ପ୍ରସ୍ତୁତିରେ ନିଆଁର ବହୁଳ ବ୍ୟବହାର କରାଯାଉଥିଲା । ସେହି ସମୟରେ ଲୋକଙ୍କ ପାଖରେ କିଛି ନୂଆ ଜିନିଷ ଆବିଷ୍କାର ପାଇଁ ସମୟ ଥିଲା । ସେତେବେଳର ଆବିଷ୍କାର ଆଜିର ଦିନରେ ମଧ୍ୟ କାମରେ ଆସୁଥିବା ଗବେଷକପ୍ରକାଶ କରିଛନ୍ତି।

ଅଧିକ ପଢ଼ନ୍ତୁ ବିଦେଶ ଖବର: 


Related Topics

Explore more stories