Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ୟୁକ୍ରେନ୍ -ରୁଷିଆ ଯୁଦ୍ଧର ହେବ କି ଅବସାନ ? ଟ୍ରମ୍ପ କହିଲେ 'ବନ୍ଦ ହେଉ ନିରୀହ ଲୋକଙ୍କ ରକ୍ତପାତ'

International

ୟୁକ୍ରେନ୍ -ରୁଷିଆ ଯୁଦ୍ଧର ହେବ କି ଅବସାନ ? ଟ୍ରମ୍ପ କହିଲେ 'ବନ୍ଦ ହେଉ ନିରୀହ ଲୋକଙ୍କ ରକ୍ତପାତ'

Sushanta Sahoo
Browse all articles by Sushanta Sahoo
·1 year ago·2 min read
ୟୁକ୍ରେନ୍ -ରୁଷିଆ ଯୁଦ୍ଧର ହେବ କି ଅବସାନ ? ଟ୍ରମ୍ପ କହିଲେ 'ବନ୍ଦ ହେଉ ନିରୀହ ଲୋକଙ୍କ ରକ୍ତପାତ'

ଆମେରିକାର ୩୦ ଦିନିଆ ଅସ୍ତ୍ରବିରତି ପ୍ରସ୍ତାବକୁ ନେଇ ଏବେ ବି ମିଳି ପାରିନି ସମାଧାନ । ଜେଲେନସ୍କିଙ୍କ ହଁ ପରେ ଏବେ ପୁଟିନ୍ ଙ୍କ ଉତ୍ତର କୁ ରହିଥିଲେ ଅପେକ୍ଷା । ତେବେ ଅସ୍ତ୍ରବିରତି ପ୍ରସ୍ତାବକୁ ସମର୍ଥନ ଜଣାଇଛନ୍ତି ପୁଟିନ୍ । ହେଲେ ସମର୍ଥନ ସହ ରଖିଛନ୍ତି ସର୍ତ୍ତ । ଅସ୍ତ୍ରବିରତି କରି ସ୍ଥାୟୀ ଶାନ୍ତି ସୁନିଶ୍ଚିତ କରିବା ପୂର୍ବରୁ ଏପରି ବିବାଦ ଆରମ୍ଭ ହେବା ପଛରେ ରହିଥିବା କାରଣ ଗୁଡିକର ପ୍ରଥମେ ସମାଧାନ କରାଯାଉ ବେୋଲି ଦାବି କରିଛନ୍ତି ପୁଟିନ୍ ।


ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଏହି ପ୍ରସ୍ତାବ ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ ଅଛନ୍ତି ବେୋଲି ସୂଚାଇଥିଲେ ମଧ୍ୟ କେବଳ ବର୍ତ୍ତମାନ ସମାଧାନ ନୁହେଁ ସ୍ଥାୟୀ ସମାଧାନର ଆବଶ୍ୟକତା ରହିଛି ବେୋଲି କହିଛନ୍ତି ପୁଟିନ୍ ।


ଆମେରିକା ଦ୍ୱାରା ପ୍ରସ୍ତୁତ ରୁଷ-ୟୁକ୍ରେନ ଶାନ୍ତି ପ୍ରସ୍ତାବ ଅସ୍ପଷ୍ଟ ରହିଛି । ସାଉଦିର ଜେଦାହରେ ୟୁକ୍ରେନ ରାଷ୍ଟ୍ରପତି, ଆମେରିକା ପ୍ରତିନିଧି ମଣ୍ଡଳଙ୍କ ସହ ଆଲୋଚନା ପରେ ୩୦ ଦିନ ଯୁଦ୍ଧ ବିରତିକୁ ନେଇ ରାଜି ହୋଇଥିଲେ । ହେଲେ ରୁଷର ରାଜିନାମାକୁ ନେଇ ସ୍ପଷ୍ଟତା ଆସି ନଥିବା ବେଳେ ପୁଟିନଙ୍କ ଦ୍ୱିଧାପୂର୍ଣ୍ଣ ମତକୁ ସମାଲୋଚନା କରିଛନ୍ତି ।

ପୁଟିନ୍ ସିଧା ସଳଖ ଅସ୍ତ୍ରବିରତି ପାଇଁ ଟ୍ରମ୍ପଙ୍କୁ ମନା ନ କରି ଦୋ ମୁହାଁ ନୀତି ଅବଲମ୍ବନ କରୁଛନ୍ତି ବୋଲି କହିଛନ୍ତି ରାଷ୍ଟ୍ରପତି ଜେଲେନସ୍କି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ମଙ୍ଗଳବାର ସାଉଦି ଆରବରେ ୟୁକ୍ରେନୀୟ ଏବଂ ଆମେରିକୀୟ ଅଧିକାରୀମାନେ ଶାନ୍ତି ଆଲୋଚନା କରିଥିଲେ । ଏହି ବୈଠକରେ ଆମେରିକା ଦ୍ୱାରା ପ୍ରସ୍ତାବିତ ୩୦ ଦିନିଆ ଅସ୍ତ୍ରବିରତିକୁ ଜେଲେନସ୍କି ଗ୍ରହଣ କରିବା ପରେ ଟ୍ରମ୍ପ ଏହାକୁ ସ୍ଵାଗତ କରିଥିଲେ ।


ଏହାପରେ ରୁଷ୍‌ର ସହମତିକୁ ରହିଥିଲା ଅପେକ୍ଷା । କିନ୍ତୁ ବର୍ତ୍ତମାନ ୟୁକ୍ରେନରେ ୩୦ ଦିନିଆ ଅସ୍ତ୍ରବିରତି ପାଇଁ ଆମେରିକାର ପ୍ରସ୍ତାବ ସହିତ ନୀତିଗତ ଭାବରେ ସହମତ ହେୋଇଥିଲେ ମଧ୍ୟ ଏପରି ସଂଘର୍ଷର ପ୍ରକୃତ କାରଣର ପ୍ରଥମେ ସମାଧାନ ହେଉ ବେୋଲି ପୁଟିନ୍ କହିବା ପରେ ରୁଷ୍-ୟୁକ୍ରେନ ଯୁଦ୍ଧ ବିରତି ପୁଣି ପ୍ରଶ୍ନ ଘେରକୁ ଚାଲି ଆସିଛି ।

Sponsored
When Will Stop Russia-Ukraine War, Trump Said Stop Blood Bath | Argus News