Videos
|
International

କେଉଁ ଦେଶରେ ମିଳେ ସବୁଠାରୁ ଶସ୍ତା ପେଟ୍ରୋଲ ? 

Arpita Mohanty
Browse all articles by Arpita Mohanty
·2 years ago·1 min read
କେଉଁ ଦେଶରେ ମିଳେ ସବୁଠାରୁ ଶସ୍ତା ପେଟ୍ରୋଲ ? 

ଅର୍ଗସ ବ୍ୟୁରୋ: ପେଟ୍ରୋଲ ଶସ୍ତାରେ ମିଳୁଥବା କଥା ଶୁଣିବା ମାତ୍ରେ ଗ୍ରାହକମାନେ ଖୁସି ହୋଇଯାଆନ୍ତା । କାରଣ ଏବେ ଘରେ ଘରେ ଗାଡ଼ି, ଘରୁ ବାହାରିବା ମାତ୍ରେ ଗାଡିବି ଦରକାର । ହେଲେ ରେଟ୍‌ ଯାହା ହେଲାଣି ଗାଡି ଷ୍ଟାର୍ଟ ପୂର୍ବରୁ ଥରେ ଚିନ୍ତା କରିବାକୁ ପଡୁଛି । ହେଲେ ଥରେ ଚିନ୍ତା କରନ୍ତୁ ତ ଯଦି ପେଟ୍ରୋଲ ୨.୫୦ ପଇସାରୁ ୫ ଟଙ୍କାରେ ଲିଟର ମିଳିବ ତାହାଲେ କେମିତି ହେବ ?

ଦୁନିଆରେ ସବୁଠାରୁ ଶସ୍ତା ପେଟ୍ରୋଲ ଇରାନରେ ମିଳେ । କାରଣ ଇରାନ ହେଉଛି ବିଶ୍ୱର ବୃହତ୍ତମ ପେଟ୍ରୋଲିୟମ ଉତ୍ପାଦନକାରୀ ଦେଶ। ଏଠାରେ ପେଟ୍ରୋଲ ଲିଟର ପିଛା ମାତ୍ର ୨ ଟଙ୍କା ୫୧ ପଇସା। ତାପରେ ଆସେ ଦକ୍ଷିଣ ଆମେରିକାରେ ଥିବା ଏକ ଦେଶ ବେନେଜୁଏଲା,ଏଠାରେ ମଧ୍ୟ ପେଟ୍ରୋଲ ଦର ବହୁତ କମ୍। ୩ ଟଙ୍କା ୩୫ ପଇସା ପ୍ରତି ଲିଟରରେ ଏଠାରେ ପେଟ୍ରୋଲ ମିଳେ। ଇରାନ ଏବଂ ବେନେଜୁଏଲା ପରେ ଇଜିପ୍ଟରେ ପେଟ୍ରୋଲ ଦର ଟିକେ ଅଧିକ ଥାଏ। ଯାହା ହେଉଛି ଲିଟର ପିଛା ୨୩ ଟଙ୍କା ୪୫ ପଇସା । ଆଫ୍ରିକାନ ଦେଶ ଆଲଜେରିଆରେ ପେଟ୍ରୋଲର ଦାମ୍ ପ୍ରତି ଲିଟର ହେଉଛି ୨୮ ଟଙ୍କା ୪୭ ପଇସା। ଅଙ୍ଗୋଲାରେ ପେଟ୍ରୋଲର ଦାମ୍ ୨୮ ଟଙ୍କା ୪୭ ପଇସା ପ୍ରତି ଲିଟର ଅଟେ। ଏହା ସହିତ ମାଲେସିଆରେ ପେଟ୍ରୋଲ ପ୍ରତି ଲିଟର ୩୬ ଟଙ୍କା ୮୪ ପଇସାରେ ମିଳେ। ତେବେ ଭାରତରେ ପେଟ୍ରୋଲ ଦାମ୍ ୧୦୦ ଟଙ୍କା ପାଖାପାଖି ରହିଛି।

ଅଧିକ ପଢ଼ନ୍ତୁ ବିଦେଶ ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Which country has the cheapest petrol? | Argus News