ବିସ୍ତାରବାଦୀ ଚୀନର ଚକ୍ରାନ୍ତ, ତାଇୱାନରେ ଅନୁପ୍ରବେଶ ଉଦ୍ୟମ କରିଛି ବେଜିଂ

Key Points
ସାମ୍ନାକୁ ଆସିଲା ବିସ୍ତାରବାଦୀ ଚୀନର ଚକ୍ରାନ୍ତ
ତାଇୱାନରେ ଅନୁପ୍ରବେଶ ଉଦ୍ୟମ କରିଛି ବେଜିଂ
ପୁଣି ସାମ୍ନାକୁ ଆସିଲା ବିସ୍ତାରବାଦୀ ଚୀନର ଚକ୍ରାନ୍ତ । ପୁଣିଥରେ ତାଇୱାନରେ ଅନୁପ୍ରବେଶ ଉଦ୍ୟମ କରିଛି ବେଜିଂ । ତାଇୱାନ ସେନାର ଦାବି ଅନୁସାରେ ଚୀନର ପିପୁଲ୍ସ ଲିବରେସନ ଆର୍ମି ତାଇୱାନର ଆକାଶ ଓ ସାମୁଦ୍ରିକ କ୍ଷେତ୍ରରେ ଅନୁପ୍ରବେଶ ଉଦ୍ୟମ କରୁଛି । ଆଜି ସକାଳ ୬ଟାରେ ଚୀନର ଗୋଟିଏ ଲଢୁଆ ବିମାନ ଓ ୫ଟି ନୌସେନା ଜାହାଜ ତାଇୱାନ ଉପକୂଳରେ ଦେଖିବାକୁ ମିଳିବା ପରେ PLA ଓ ତାଇୱାନ ସେନା ମଧ୍ୟରେ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଥିଲା ।
ଚୀନ ବିମାନ ତାଇୱାନର ମଧ୍ୟରେଖା ପାର କରି ତାଇୱାନର ଉତ୍ତର ଏୟାର ଡିଫେନସ୍ ଆଇଣ୍ଡେଣ୍ଟିଫିକେସନ ଜୋନରେ ପ୍ରବେଶ କରିଥିଲା । ତାଇୱାନ ସେନାର ପ୍ରତିରୋଧ ପରେ ଚୀନ ବିମାନ ପଛଘୁଞ୍ଚା ଦେଇଥିଲା । ଗତ ୨ ମାସ ମଧ୍ୟରେ ଚୀନ ସେନା ୩ ଥର ଅନୁପ୍ରବେଶ ଉଦ୍ୟମ କରିଥିବା ତାଇୱାନ ସେନା ଦାବି କରିଛି । ତାଇୱାଲ ସୀମାରେ ୨୧ ବିମାନ, ୭ ନେଭି ସିପ୍, ଗୋଟିଏ ସରକାରୀ ଜାହାଜ ଠାବ କରାଯାଇଥିଲା ।
📱 Get Argus News App
✨ଅଧିକ ପଢ଼ନ୍ତୁ ବିଦେଶ ଖବର: