White House / ହ୍ୱାଇଟ୍ ହାଉସ୍ରେ ହାଇଆଲର୍ଟ, କାର୍ ଧକ୍କା ପରେ ସିକ୍ରେଟ୍ ସର୍ଭିସ୍ ଅଧିକାରୀଙ୍କ ସହ ଡ୍ରାଇଭରଙ୍କ ମାରପିଟ୍
·1 hour ago·2 min read

Key Points
- ସିକ୍ରେଟ୍ ସର୍ଭିସ୍ ଓ ନ୍ୟାସନାଲ ଗାର୍ଡ ଯବାନଙ୍କ ସହ ଡ୍ରାଇଭରଙ୍କ ଧସ୍ତାଧସ୍ତି
- ଘଟଣା ସମୟରେ ହ୍ଵାଇଟ୍ ହାଉସ୍ରେ ଥିଲେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ
- ଡ୍ରାଇଭର ଅଟକ, ଦୁର୍ଘଟଣାର କାରଣ ଖୋଜୁଛି ପୋଲିସ
ନୂଆଦିଲ୍ଲୀ: ଆମେରିକାର ହ୍ଵାଇଟ ହାଉସ୍ ନିକଟରେ ସୋମବାର ଏକ କାର୍ ଦୁର୍ଘଟଣାକୁ ନେଇ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଲାଫାୟେଟ୍ ସ୍କୋୟାର ପାର୍କ ନିକଟରେ ଏକ କାର୍ ରାସ୍ତାକଡ଼ରେ ଥିବା ସାଇନ୍ ବୋର୍ଡକୁ ଧକ୍କା ଦେଇଥିଲା । ଏହାପରେ କାର୍ରୁ ବାହାରିଥିବା ଡ୍ରାଇଭରଙ୍କ ସହ ସିକ୍ରେଟ୍ ସର୍ଭିସ୍ ଅଧିକାରୀ ଓ ନ୍ୟାସନାଲ ଗାର୍ଡ ଯବାନଙ୍କ ଧସ୍ତାଧସ୍ତି ହୋଇଥିବା ଖବର ମିଳିଛି ।
ଘଟଣା ପରେ ହ୍ଵାଇଟ ହାଉସ୍ରେ କିଛି ସମୟ ପାଇଁ ଲକଡାଉନ୍ ଲାଗୁ କରାଯାଇଥିଲା । ସେଠାରେ ଉପସ୍ଥିତ ସାମ୍ବାଦିକମାନଙ୍କୁ ଭିତରକୁ ଯିବାକୁ ସୁରକ୍ଷା ଅଧିକାରୀମାନେ ନିର୍ଦ୍ଦେଶ ଦେଇଥିଲେ । ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସେହି ସମୟରେ ହ୍ଵାଇଟ ହାଉସ୍ରେ ଥିଲେ।
କାର୍ରୁ ବାହାରି ଅଧିକାରୀଙ୍କ ସହ ମାରପିଟ୍
ରିପୋର୍ଟ ଅନୁସାରେ, କାର୍ଟି ଧକ୍କା ଦେବା ପରେ ସେଥିରୁ ଧୂଆଁ ବାହାରୁଥିଲା । ଏହା ଦେଖି ସୁରକ୍ଷା ଅଧିକାରୀମାନେ ଡ୍ରାଇଭରଙ୍କ ପାଖକୁ ଯାଇଥିଲେ । କିନ୍ତୁ, ଡ୍ରାଇଭର ଅଧିକାରୀମାନଙ୍କ ସହ ମାରପିଟ୍ ଆରମ୍ଭ କରି ଦେଇଥିବା ଭିଡିଓରେ ଦେଖିବାକୁ ମିଳିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏଥିସହ ପଢ଼ନ୍ତୁ: ଜେଲେନସ୍କିଙ୍କ ସହ ଫୋନ୍ ରେ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି
ପରେ ସିକ୍ରେଟ୍ ସର୍ଭିସ୍ ଓ ନ୍ୟାସନାଲ ଗାର୍ଡ ଯବାନମାନେ ମିଶି ତାଙ୍କୁ କାବୁ କରିଥିଲେ । ଡ୍ରାଇଭରଙ୍କୁ ଅଟକ ରଖାଯାଇଥିବା ନେଇ ଆମେରିକୀୟ ଗଣମାଧ୍ୟମ NBC Washington ରିପୋର୍ଟ କରିଛି ।
ସାମ୍ବାଦିକଙ୍କୁ ଭିତରକୁ ଯିବାକୁ ନିର୍ଦ୍ଦେଶ
ଘଟଣା ପରେ ସୋମବାର ସକାଳ ପ୍ରାୟ ୧୦ଟାରେ ହ୍ଵାଇଟ ହାଉସ୍ର ସାମ୍ବାଦିକମାନଙ୍କୁ ଭିତରକୁ ଯିବାକୁ କୁହାଯାଇଥିଲା । ସୁରକ୍ଷା ଯାଞ୍ଚ ଓ ପରିସ୍ଥିତି ନିୟନ୍ତ୍ରଣକୁ ଆସିବା ପରେ ପ୍ରାୟ ୧୦ଟା ୩୦ ମିନିଟ୍ରେ ସେମାନଙ୍କୁ ବାହାରକୁ ଯିବାକୁ ଅନୁମତି ମିଳିଥିଲା ।
ଦୁର୍ଘଟଣା ପଛର କାରଣ କ’ଣ ?
କାର୍ଟି କାହିଁକି ସାଇନ୍ ବୋର୍ଡକୁ ଧକ୍କା ଦେଲା ଏବଂ ଏହା ଜାଣିଶୁଣି କରାଯାଇଥିଲା କି ନାହିଁ, ସେ ନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଡ୍ରାଇଭରଙ୍କ ପରିଚୟ ଓ ଏହି ଘଟଣା ପଛର ଉଦ୍ଦେଶ୍ୟ ମଧ୍ୟ ସାର୍ବଜନୀନ କରାଯାଇନାହିଁ । ଆମେରିକାର ସିକ୍ରେଟ୍ ସର୍ଭିସ୍ ଓ ୱାଶିଂଟନ୍ ମେଟ୍ରୋପଲିଟନ୍ ପୋଲିସ ଏହି ଘଟଣାର ତଦନ୍ତ କରୁଛନ୍ତି ।