Donald Trump / ଯୁଦ୍ଧ ଭିତରେ ପ୍ରଥମ ଥର ପ୍ରାର୍ଥନା କଲେ ଟ୍ରମ୍ପ: କହିଲେ, ପ୍ରଭୁ ମତେ ଆଶୀର୍ବାଦ କର...
·4 months ago·2 min read

Key Points
ଚାଲିଛି ଆମେରିକା-ଇରାନ ଯୁଦ୍ଧ
କାହିଁକି ଟ୍ରମ୍ପ ନେଲେ ଚରମ ନିଷ୍ପତ୍ତି
ପ୍ରଥମ ଥର ପୂଜା କଲେ ଆମେରିକା ରାଷ୍ଟ୍ରପତି
କାହିଁକି ଟ୍ରମ୍ପ ନେଲେ ଚରମ ନିଷ୍ପତ୍ତି
ପ୍ରଥମ ଥର ପୂଜା କଲେ ଆମେରିକା ରାଷ୍ଟ୍ରପତି
ଯୁଦ୍ଧ ଭିତରେ ଚାଲିଛି ପୂଜାର୍ଚ୍ଚନା।ହ୍ୱାଇଟ୍ ହାଉସରେ ପୂଜାର୍ଚ୍ଚନା କଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଯେଉଁ ଖବର ବର୍ତ୍ତମାନ ଚର୍ଚ୍ଚାରେ ରହିଛି। ଚାଲିଛି ଇରାନ-ଇସ୍ରାଏଲ ଯୁଦ୍ଧ । ଭିଡିଓଟି ସୋସିଆଲ ମିଡିଆରେ ବି ବେଶ୍ ଭାଇରାଲ ହେବାରେ ଲାଗିଛି । ୨୦୨୧ରେ, ଆମେରିକା ଆଫଗାନିସ୍ତାନରୁ ତାର ସୈନ୍ୟ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଥିଲା । ସେବେଠାରୁ, ଆମେରିକା ସିଧାସଳଖ ଯୁଦ୍ଧକ୍ଷେତ୍ରରେ ପ୍ରବେଶ କରିନାହିଁ। ଇସ୍ରାଏଲ୍ ଓ ଆମେରିକା କଡ଼ା ଜବାବ ଦେଉଛି ଇରାନ୍ । କେହି କାହାକୁ ଛାଡିବାକୁ ନାରାଜ । ଏହାର ଭିତରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପୂଜାର୍ଚ୍ଚନା ଭିଡିଓ ବେଶ୍ ଭାଇରାଲ୍। ଖ୍ରୀଷ୍ଟିଆନ ସମ୍ପଦାୟରେ ଅନୁସାରେ ଥିଲା ତାଙ୍କର ଏହି ଖାସ୍ ପୂଜାର୍ଚ୍ଚନା ।
ଆକ୍ସିଓସ୍ ସର୍ଭେ ଅନୁଯାୟୀ, ୫୦ପ୍ରତିଶତରୁ ଅଧିକ ଆମେରିକୀୟ ଏହି ଯୁଦ୍ଧକୁ ବିରୋଧ କରନ୍ତି।ଅନ୍ୟପକ୍ଷରେ, ମଧ୍ୟପ୍ରାଚ୍ୟରେ ମୁସଲିମ ଦେଶମାନଙ୍କ ଦ୍ୱାରା ମଧ୍ୟ ଟ୍ରମ୍ପଙ୍କ ଉପରେ ଚାପ ପଡ଼ିଛି। ଆସୋସିଏଟେଡ୍ ପ୍ରେସ୍ ଅନୁଯାୟୀ, ଦୁଇଟି ଉପସାଗରୀୟ ଦେଶ ଟ୍ରମ୍ପଙ୍କ ପ୍ରତି ଅସନ୍ତୋଷ ପ୍ରକାଶ କରିଛନ୍ତି। ଇରାନ-ଆମେରିକା ଯୁଦ୍ଧରେ ତେହେରାନ ୧୨ଟି ଆରବ ଦେଶ ଉପରେ ଆକ୍ରମଣ କରିଛି।ଏବେ, ୨୦୨୬ରେ, ଇରାନ ସହିତ ଏହାର ଯୁଦ୍ଧ ଆରମ୍ଭ ହୋଇଛି । ଆମେରିକା ନିଜେ ଏହି ଯୁଦ୍ଧରେ ପ୍ରବେଶ କରିଛି।ଇରାନ ଯୁଦ୍ଧରେ ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବରେ ଛଅ ଜଣ ଆମେରିକୀୟ ସୈନିକଙ୍କ ମୃତ୍ୟୁ ହୋଇଛି।
ପ୍ରଥମ ଥର ପାଇଁ ଟ୍ରମ୍ପଙ୍କୁ ହ୍ୱାଇଟ୍ ହାଉସର ଓଭାଲ୍ ଅଫିସରେ ସାର୍ବଜନୀନ ଭାବରେ ପ୍ରାର୍ଥନା କରୁଥିବାର ଦେଖାଯାଇଛି । ଟ୍ରମ୍ପ ଜାତିର ସୁରକ୍ଷା ପାଇଁ ଏହି ପ୍ରାର୍ଥନା କରିଥିଲେ । ଟ୍ରମ୍ପଙ୍କ ହ୍ୱାଇଟ୍ ହାଉସ୍ ସହାୟକ ଡାନ୍ ସ୍କାଭିନୋ ଭିଡିଓଟି ସେୟାର କରି ଲେଖିଛନ୍ତି । ହେ ପରମେଶ୍ୱର, ଆମେ ପ୍ରାର୍ଥନା କରୁଛୁ ଯେ ଆପଣ ଆମ ରାଷ୍ଟ୍ରପତିଙ୍କୁ ଆମ ଜାତିର ନେତୃତ୍ୱ ନେବା ପାଇଁ ଆବଶ୍ୟକ ଶକ୍ତି ପ୍ରଦାନ କରନ୍ତୁ ।
ପରେ ପ୍ରାର୍ଥନା ପ୍ରକ୍ରିୟା ଆରମ୍ଭ ହୋଇଥିଲା।ଟ୍ରମ୍ଫଙ୍କ ପ୍ରାର୍ଥନା ସମୟରେ ଜଣେ ପାଷ୍ଟର ଭାଷଣ ଦେଇଥିଲେ । ପାଷ୍ଟର କହିଥିଲେ, "ମୁଁ ପ୍ରାର୍ଥନା କରୁଛି ଯେ ଆପଣ ସେମାନଙ୍କୁ ଆଶୀର୍ବାଦ କରନ୍ତୁ ଏବଂ ସେମାନଙ୍କୁ ସୁରକ୍ଷା ଦିଅନ୍ତୁ। ମୁଁ ପ୍ରାର୍ଥନା କରୁଛି ଯେ ଆପଣ ଆମର ସୈନିକ ଏବଂ ଆମର ସଶସ୍ତ୍ର ବାହିନୀରେ ସେବା କରୁଥିବା ସମସ୍ତ ପୁରୁଷ ଏବଂ ମହିଳାଙ୍କୁ ଆଶୀର୍ବାଦ କରନ୍ତୁ। ପରମେଶ୍ୱର ଆମେରିକାକୁ ଆଶୀର୍ବାଦ କରନ୍ତୁ।ଆମେରିକୀୟ ଗଣମାଧ୍ୟମ ଅନୁସାରେ, ଡୋନାଲ୍ଡ ଟ୍ରମ୍ପ ଆମେରିକାର ସମସ୍ତ ପାଷ୍ଟରଙ୍କୁ ପୂଜା ପାଇଁ ଓଭାଲ୍ ଅଫିସକୁ ନିମନ୍ତ୍ରଣ କରିଥିଲେ । ତା'ପରେ ଟ୍ରମ୍ପ ଓଭାଲ୍ ଅଫିସରେ ତାଙ୍କ ଆସନରେ ବସିଥିଲେ ।
ଅଧିକ ପଢ଼ନ୍ତୁ ବିଦେଶ ଖବର:

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories