Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ବିଶ୍ବ ପାଇଁ ନୂଆ ବିପଦ ମଙ୍କିପକ୍ସ

Smruti Parija
Browse all articles by Smruti Parija
·1 year ago·1 min read
ବିଶ୍ବ ପାଇଁ ନୂଆ ବିପଦ ମଙ୍କିପକ୍ସ

ଅର୍ଗସ ବ୍ୟୁରୋ: ବିଶ୍ବ ପାଇଁ ନୂଆ ବିପଦ । କରୋନା ପରେ ମଙ୍କିପକ୍ସ ଆତଙ୍କ । ଆଫ୍ରିକାରେ ମଙ୍କିପକ୍ସ ସାଙ୍ଘାତିକ ରୂପ ନେବପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛି । ୨୦୨୨ ବର୍ଷ ପରେ ଦ୍ୱିତୀୟ ଥର ପାଇଁ ଏହି ରୋଗକୁ ବିଶ୍ୱ ସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛି । 

ଚଳିତବର୍ଷ ଆଫ୍ରିକାରେ ପ୍ରାୟ ୩୦ ହଜାର ମଙ୍କିପକ୍ସ ସଂକ୍ରମିତ ଚିହ୍ନଟ ହୋଇଛନ୍ତ । ୬ ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି । ୨୦୨୨ମଙ୍କିପକ୍ସ ୧୧୬ ଟି ଦେଶକୁ ବ୍ୟାପିଥିଲା ।  ଲକ୍ଷେରୁ ଅଧିକ ସଂକ୍ରମିତ ଚିହ୍ନଟ ହେବାପରେ ସ୍ବାସ୍ଥ୍ୟ ସଂଗଠନ ଇମରଜେନ୍ସି ଘୋଷଣା କରିଥିଲା । ଏବେ ପୁଣିଥରେ ଭାଇରସ ସଂକ୍ରମଣ ବୃଦ୍ଧି ପାଉଥିବାରୁ ସତର୍କ ରହିବାକୁ ହୁ ପରାମର୍ଶ ଦେଇଛି । ଭାଇରସ ସଂକ୍ରମଣ ଆଫ୍ରିକା ସହ ଅନ୍ୟ ମହାଦେଶକୁ ବ୍ୟାପିବା ଆଶଙ୍କା ବଢୁଛି ।

ଆହୁରି ପଢନ୍ତୁ ବିଦେଶ ଖବର...
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
who-declares-monkeypox-public-health-emergency | Argus News