Spy Controversy / କିଏ ସେହି ଚୀନ୍ ମହିଳା ଗୁପ୍ତଚର, ଯାହାଙ୍କ ଜାଲରେ ଫସିଥିଲେ Nvidia CEO ଜେନସେନ୍ ହୁଆଙ୍ଗ?
·1 hour ago·2 min read

Key Points
ଗୁଇନ୍ଦାଗିରିର ଜାଲରେ Nvidia CEO!
ଚୀନ୍ର ଟାର୍ଗେଟ୍ରେ ଥିଲେ କି ଜେନସେନ୍ ହୁଆଙ୍ଗ?
ନୂଆ ଖୁଲାସା ପରେ ବଢ଼ିଲା ଅଡ଼ୁଆ!

ଓ୍ବାସିଂଟନ୍୦୯/୧୧: ଦୁନିଆର ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ସାମ୍ରାଜ୍ୟର ଅନ୍ୟତମ ଶକ୍ତିଶାଳୀ ନାମ Nvidia। କିନ୍ତୁ ଏହି ଟେକ୍ ଦୁନିଆର ଚମକ ପଛରେ ଏବେ ଲୁଚି ରହିଥିବା ଏକ ରହସ୍ୟମୟ ଗୁଇନ୍ଦାଗିରିର ଅଭିଯୋଗ ସାମ୍ନାକୁ ଆସିଛି। କମ୍ପାନୀର ପ୍ରତିଷ୍ଠାତା ତଥା CEO ଜେନସେନ୍ ହୁଆଙ୍ଗଙ୍କୁ ଟାର୍ଗେଟ୍ କରିଥିଲା କି ଚୀନ୍ର ଗୁଇନ୍ଦା ସଂସ୍ଥା? ଜଣେ ମହିଳାଙ୍କ ସହ ସମ୍ପର୍କ, କୋଟି କୋଟି ଡଲାରର AI ଚିପ୍ କାରବାର ଏବଂ ଆମେରିକାର ଗୁପ୍ତଚର ତଦନ୍ତ ଏବେ ଏହି ମାମଲାକୁ ଅନ୍ତର୍ଜାତୀୟ ଚର୍ଚ୍ଚାର କେନ୍ଦ୍ରକୁ ଆଣିଛି।
ମହିଳାଙ୍କ ମାଧ୍ୟମରେ ଗୁଇନ୍ଦାଗିରିର ସନ୍ଦେହ!
ଏହି ରହସ୍ୟର କେନ୍ଦ୍ରରେ ଅଛନ୍ତି ଆଲିସ୍ ହୁଆଙ୍ଗ, ଯିଏ ହୁଆଙ୍ଗ ଲେ ନାମରେ ମଧ୍ୟ ପରିଚିତ। ସେ ସିଙ୍ଗାପୁରର ଟେକ୍ କମ୍ପାନୀ Megaspeed ସହ ଜଡ଼ିତ ଥିଲେ। ଆମେରିକୀୟ ଗୁଇନ୍ଦା ଅଧିକାରୀଙ୍କ ସନ୍ଦେହ ଅନୁସାରେ, ଚୀନ୍ର ରାଜ୍ୟ ସୁରକ୍ଷା ମନ୍ତ୍ରଣାଳୟ (MSS) ତାଙ୍କୁ ଜେନସେନ୍ ହୁଆଙ୍ଗଙ୍କ ନିକଟତର ହୋଇ ସୂଚନା ସଂଗ୍ରହ କରିବା ପାଇଁ ନିୟୋଜିତ କରିଥାଇପାରେ। ଆମେରିକୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଆଲିସ୍ ଏବଂ ଜେନସେନ୍ଙ୍କ ସମ୍ପର୍କକୁ ନେଇ ଗୁଇନ୍ଦା ସଂସ୍ଥାଗୁଡ଼ିକ ନଜର ରଖିଥିଲେ। ଏହି ସମ୍ପର୍କ ଜରିଆରେ Nvidiaର ବ୍ୟବସାୟିକ ଯୋଜନା ଏବଂ ଚୀନ୍କୁ ଚିପ୍ ବିକ୍ରି ସମ୍ପର୍କିତ ତଥ୍ୟ ହାସଲ କରିବାକୁ ଉଦ୍ୟମ ହୋଇଥିବା ସନ୍ଦେହ କରାଯାଉଛି।
୪.୮ ବିଲିୟନ ଡଲାରର ଚିପ୍ ରହସ୍ୟ
ଏହି ମାମଲାର ଦ୍ୱିତୀୟ ରହସ୍ୟ ହେଉଛି $୪.୮ ବିଲିୟନର ଚିପ୍ କାରବାର। Megaspeed ସହ ଜଡ଼ିତ କମ୍ପାନୀଗୁଡ଼ିକ ଜୁନ୍ ୨୦୨୪ରୁ ଫେବୃଆରୀ ୨୦୨୬ ମଧ୍ୟରେ ପ୍ରାୟ ୪.୮ ବିଲିୟନ ଡଲାର ମୂଲ୍ୟର Nvidia AI ଉପକରଣ କିଣିଥିବା ରିପୋର୍ଟରେ ଦାବି କରାଯାଇଛି। ଆମେରିକାର ରପ୍ତାନି କଟକଣାକୁ ଏଡ଼ାଇ ଏହି ଚିପ୍ଗୁଡ଼ିକ ଚୀନ୍ରେ ପହଞ୍ଚିଥିଲା କି ନାହିଁ, ତାହା ମଧ୍ୟ ତଦନ୍ତର ଗୁରୁତ୍ୱପୂର୍ଣ୍ଣ ଦିଗ। ଯଦି ଏହି ଅଭିଯୋଗ ସତ ପ୍ରମାଣିତ ହୁଏ, ତେବେ ଏହା ଆମେରିକାର ଟେକ୍ନୋଲୋଜି ସୁରକ୍ଷା ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇପାରେ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ହୁଆଙ୍ଗଙ୍କ ସ୍ୱୀକାରୋକ୍ତି, Nvidiaରେ ତଦନ୍ତ
ନଭେମ୍ବର ୮ରେ Nvidiaର ନିର୍ଦ୍ଦେଶକ ମଣ୍ଡଳୀ ଏହି ମାମଲାରେ ସ୍ୱାଧୀନ ତଦନ୍ତ ଘୋଷଣା କରିଛି। ଜେନସେନ୍ ହୁଆଙ୍ଗ ମଧ୍ୟ କର୍ମଚାରୀଙ୍କୁ ଦେଇଥିବା ବାର୍ତ୍ତାରେ ପାରିବାରିକ ବିଶ୍ୱାସ ଭାଙ୍ଗିଥିବା ସ୍ୱୀକାର କରି କ୍ଷମା ମାଗିଛନ୍ତି। ତେବେ କମ୍ପାନୀ କହିଛି ଯେ ଏପର୍ଯ୍ୟନ୍ତ କୌଣସି କମ୍ପାନୀ ଗୁପ୍ତ ତଥ୍ୟ କିମ୍ବା ଆମେରିକାର ଜାତୀୟ ସୁରକ୍ଷା ସମ୍ପର୍କିତ ସୂଚନା ଲିକ୍ ହୋଇଥିବାର ପ୍ରମାଣ ନାହିଁ। ଏପଟେ ଆମେରିକୀୟ ସାଂସଦମାନେ ମଧ୍ୟ ହୁଆଙ୍ଗଙ୍କଠାରୁ ଏହି ପ୍ରସଙ୍ଗରେ ସ୍ପଷ୍ଟୀକରଣ ଚାହିଁଛନ୍ତି। ନଭେମ୍ବର ୧୮ରେ କଂଗ୍ରେସ ସମ୍ମୁଖରେ ବନ୍ଦ କୋଠରୀରେ ବ୍ରିଫିଂ ପାଇଁ ତାଙ୍କୁ ଅନୁରୋଧ କରାଯାଇଛି।
ତେବେ ଚୀନ୍ ଏହି ଗୁଇନ୍ଦାଗିରି ଅଭିଯୋଗକୁ ଖାରଜ କରିଛି। ଏବେ ପ୍ରଶ୍ନ ହେଉଛି, ଏହା କେବଳ ଏକ ବ୍ୟକ୍ତିଗତ ବିବାଦ ନା ଦୁନିଆର ସବୁଠାରୁ ବଡ଼ AI ସାମ୍ରାଜ୍ୟକୁ ଘେରିବା ପାଇଁ ଚାଲିଥିଲା ଏକ ଗୁପ୍ତ ଅପରେସନ? ଏହାର ଉତ୍ତର ଖୋଜୁଛି Nvidiaର ସ୍ୱାଧୀନ ତଦନ୍ତ।

Related Topics
Explore more stories