Videos
|
International

କିଏ ତିଆରି କଲା ନୁଡଲ୍ସ ?

Arpita Mohanty
Browse all articles by Arpita Mohanty
·2 years ago·2 min read
କିଏ ତିଆରି କଲା ନୁଡଲ୍ସ ?

ଅର୍ଗସ ବ୍ୟୁରୋ: ନୁଡଲ୍ସ ଖାଇବାକୁ ସମସ୍ତଙ୍କୁ ଭଲ ଲାଗେ । ବହୁତ କମ ଟାଇମରେ ବନିଯାଏ ଆଉ ପେଟ ବି ଭରିଯାଏ। ଘରେ କିଛି ଥାଉ ନଥାଉ ଯଦି ନୁଡଲ୍ସ ଅଛି ତାହେଲେ ଭୋକର ସମାଧାନ ଅଛି। ବିଶେଷ ଭାବରେ ଯେଉଁମାନେ ହଷ୍ଟେଲରେ ରୁହନ୍ତି ସେମାନେ ବେଶି ନୁଡଲ୍ସ ଖାଇବାକୁ ପସନ୍ଦ କରନ୍ତି।

କିନ୍ତୁ କେବେ ଭାବିଛନ୍ତି ନୁଡଲ୍ସ ପ୍ରଥମେ କେଉଁଠୁ ଆରମ୍ଭ ହେଲା ? କିଏ ପ୍ରଥମେ ନୁଡଲ୍ସ ତିଆରି କରିଥିଲା ? ତେବେ ଆପଣଙ୍କୁ ଜଣାଇଦେବୁ ଯେ ଶହ ଶହ ବର୍ଷ ପୂର୍ବେ ପ୍ରଥମେ ଚାଇନାରେ ନୁଡଲ୍ସ ତିଆରି ହୋଇଥିଲା। କିନ୍ତୁ ତାହା ବନେଇବାକୁ ବହୁତ ଟାଇମ ଲାଗୁଥିଲା। କିନ୍ତୁ ପରେ ଏମିତି କଣ କରାଗଲା ଯେ ତାହା ୨ ମିନିଟ୍ ରେ ବନିଗଲା ଆସନ୍ତୁ ଜାଣିବା।

 

1945 ଅଗଷ୍ଟ ୬ରେ ଆମେରିକା ଜାପାନର ହିରୋସିମା ଓ ନାଗାସାକି ଉପରେ ପରମାଣୁ ବୋମା ପକାଇଥିଲା। ଜାପାନ ପୂରା ଧ୍ବଂସ ହେଇଯାଇଥିଲା। ଜାପାନରେ ଦୁର୍ଭିକ୍ଷ ପଡିଯାଇଥିଲା । ନା ମୁଣ୍ଡକୁ ଛାତ ଥିଲା ଆଉ ନାହିଁ ଖାଇବାକୁ କିଛି ଥିଲା। ସେତେବେଳେ ଆମେରିକା ଜାପାନର ଲୋକଙ୍କୁ ବହୁଳ ମାତ୍ରାରେ ଅଟା ପଠାଇଥିଲା; ଯାହାକୁ ବ୍ୟବହାର କରି ଜାପାନ ସରକାର ବ୍ରେଡ ତିଆରି କରିବେ ଏବଂ ଲୋକଙ୍କ ପେଟ ଭରିବେ। କିନ୍ତୁ ଜାପାନର ଲୋକମାନେ ବ୍ରେଡ ତିଆରି କରିବା ଏତେ ଜାଣି ନ ଥିଲେ। ହେଲେ ସେମାନେ ନୁଡଲ୍ସ ତିଆରି କରିବା ଜାଣିଥିଲେ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ପରେ ଜାପାନର ଫୁଡ୍‌ କମ୍ପାନୀ ନିସିନ ଫଡ୍‌ସ୍‌ର ପ୍ରତିଷ୍ଠାତା ମୋମୋଫୁକୁ ଆଣ୍ଡୋ ଦେଖିଲେ ଲୋକମାନଙ୍କୁ ଗୋଟେ କପ୍‌ ନୁଡଲ୍‌ ପାଇଁ ଘଣ୍ଟା ଘଣ୍ଟା ଧରି ଲାଇନ୍‌ରେ ଠିଆ ହେବାକୁ ପଡୁଛି। ତେଣୁ ଏମିତି ନୁଡ଼ଲ୍ସ ତିଆରି କରାଯିବା ଉଚିତ୍ ଯାହାକୁ ଖାଇଲେ ପେଟ ଭରିବ ଏବଂ କମ୍‌ ସମୟ ଭିତରେ ତିଆରି ହୋଇପାରୁଥିବ। ସେ ନୁଡଲ୍ସ ଉପରେ ଗବେଷଣା କଲେ ଏବଂ ୨ ମିନିଟରେ ପ୍ରସ୍ତୁତ ହୋଇପାରୁଥିବା ନୁଡଲ୍ସ ତିଆରି କରିବାରେ ସଫଳ ହେଲେ।

୧୯୫୮ ଅଗଷ୍ଟ ୨୫ରେ ଆଣ୍ଡୋ ତାଙ୍କ କମ୍ପାନି ନିସିନ ଦ୍ବାରା 'ଚିକିନ ରମେନ' ନାମରେ ପ୍ରଥମେ ନୁଡଲ୍ସ ଲଞ୍ଚ କରିଥିଲେ। ପରେ ୧୯୭୧ରେ ସେ ପ୍ରଥମ କପ୍‌ ନୁଡଲ୍ସ ଆରମ୍ଭ କଲେ। ଯାହା ଧୀରେ ଧୀରେ ସାରା ବିଶ୍ବରେ ଲୋକପ୍ରିୟ ହୋଇଗଲା।

ଅଧିକ ପଢନ୍ତୁ ବିଦେଶ ଖବର

Who made noodles first? | Argus News