Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ଆମାଜନ ନଦୀରେ କାହିଁକି ନାହିଁ ପୋଲ ?

Arpita Mohanty
Browse all articles by Arpita Mohanty
·2 years ago·2 min read
ଆମାଜନ ନଦୀରେ କାହିଁକି ନାହିଁ ପୋଲ ?

Key Points

  • ଆମାଜନ ନଦୀରେ କାହିଁକି ନାହିଁ ପୋଲ ?
  • ଦୁନିଆର ଦ୍ବିତୀୟ ସର୍ବବୃହତ ନଦୀ ହେଲେ ଆଜି ପର୍ଯ୍ୟନ୍ତ ପୋଲ ତିଆରି ହୋଇପାରୁନି
  • ଜାଣନ୍ତୁ ଏହା ପଛର ପୂରା ରହସ୍ୟ

ଅର୍ଗସ ବ୍ୟୁରୋ : ଦୁନିଆର ସବୁଠାରୁ ବିଶାଳ ଜଙ୍ଗଲ ହେଉଛି ଆମାଜନ ଜଙ୍ଗଲ। ୫ କୋଟି ବର୍ଷରୁ ଅଧିକ ବର୍ଷ ଧରି ଏହି ଜଙ୍ଗଲ ରହିଛି । ପୃଥିବୀକୁ ଏହା ୨୦% ଅମ୍ଳଜାନ ଦେଇଥାଏ । ଏହି ଜଙ୍ଗଲ ଦେଇ ଯାଇଥିବା ନଦୀକୁ ଆମାଜନ ନଦୀ କୁହାଯାଏ। ନୀଳ ନଦୀ ପରେ ସର୍ବବୃହତ ନଦୀ ହେଉଛି ଆମାଜନ ନଦୀ। ଦୁନିଆର ୯ଟି ଦେଶ ଦେଇ ଏହି ନଦୀ ପ୍ରବାହିତ ହେଉଛି । ଏହି ନଦୀ ଆଖପାଖରେ ୩ କୋଟିରୁ ବି ଅଧିକ ଲୋକ ବସବାସ କରନ୍ତି। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଆଜି ପର୍ଯ୍ୟନ୍ତ ଏହି ଆମାଜନ ନଦୀ ଉପରେ ପୋଲ ତିଆରୀ ହୋଇପାରିନାହିଁ। 

 

ତେବେ ଏଠି ପ୍ରଶ୍ନ ଉଠୁଛି କାହିଁକି? ଦୁନିଆର ସବୁଠାରୁ ବଡ଼ ଜଙ୍ଗଲରେ କାହିଁକି ନଦୀ ଉପରେ ଏକ ପୋଲ ତିଆରି ହୋଇପାରୁନାହିଁ ? କଣ ଏଠାରେ ବସବାସ କରୁଥିବା ଲୋକଙ୍କୁ ପୋଲର କୌଣସି ଆବଶ୍ୟକତା ନାହିଁ ? ୩ କୋଟିରୁ ଅଧିକ ଲୋକ ନଦୀ ପାର ହେବା ପାଇଁ  ଆଜି ପର୍ଯ୍ୟନ୍ତ ଡଙ୍ଗା ବ୍ୟବହାର କରୁଛନ୍ତି।ପୋଲ ନହେବା ପଛର ପ୍ରକୃତ କାରଣ ହେଉଛି ଏଠାକାର ପାଣିପାଗ। ଯେତେବେଳେ ଆମାଜନରେ ବର୍ଷା ହୁଏ ସେତେବେଳେ ନଦୀର ଚଉଡ଼ା ୧୦ରୁ ୨୦ ଗୁଣ ଅଧିକ ବଢିଯାଏ। ଆଉ ଏହା ଅନୁମାନ କରିହୁଏନି କି ବର୍ଷା ହେଲେ ଏହା କେଉଁ ଆଡୁ ଏବଂ କେତେ ମାତ୍ରାରେ ଚଉଡ଼ା ହେବ ? ତା ସହିତ ବର୍ଷା ହେଲେ ନଦୀର କୂଳର ମାଟି ଅତ୍ୟନ୍ତ ନରମ ହୋଇଯାଏ ଯେ ଯଦି ଏହି ସମୟରେ ପୋଲ ତିଆରୀ ବି ହେଉଛି ତାହାଲେ ପୋଲ ଭାଙ୍ଗି ଯିବାର ସମ୍ଭାବନା ବହୁତ୍। ଯାହା ଲୋକଙ୍କ ଜୀବନ ପାଇଁ ମଧ୍ୟ ବିପଦ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ତେବେ ଅନ୍ୟ ଏକ କାରଣ ହେଉଛି ପୋଲ ହେବା ଦ୍ବାରା ଡଙ୍ଗା ଚାଳକଙ୍କ ରୋଜଗାର ଉପରେ ପ୍ରଭାବ ପଡିବା ସହିତ ଏଠାରେ ଲୋକଙ୍କ ଆବାଦୀ ଅଧିକ ହେବ ଏବଂ ନିଜ ବସବାସ ପାଇଁ ଲୋକମାନେ ଗଛ କାଟିବା ଆରମ୍ଭ କରିଦେବେ ଯାହା ଆମାଜନକୁ ହାନି ପହଁଞ୍ଚାଇବା ସହିତ ପୃଥିବୀପୃଷ୍ଠ ପାଇଁ ମଧ୍ୟ ବିପଦ ପରିସ୍ଥିତି ସୃଷ୍ଟି କରିଦେବ।

ଅଧିକ ପଢ଼ନ୍ତୁ ବିଦେଶ ଖବର

 

Sponsored
amazon | Argus News