ବାଂଲାଦେଶରେ କାହିଁକି ଅସୁରକ୍ଷିତ ହିନ୍ଦୁ?

ଅର୍ଗସ ବ୍ୟୁରୋ: ବାଂଙ୍ଗଲାଦେଶରେ ବର୍ତ୍ତମାନ ଦେଶର ଶାସନ ଭାର ସମ୍ଭାଳିବା ପାଇଁ ଲଢେଇ ଚାଲିଛି ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ହେଲେ ସେଠାରେ ବସବାସ କରୁଥିବା ହିନ୍ଦୁ ମାନଙ୍କ ସହିତ ଯେଉଁଭଳି ଭାବରେ ବ୍ୟବହାର କରାଯାଉଛି ତାହା ଦେଖିବା ବହୁତ କଷ୍ଟ। ବର୍ତ୍ତମାନ ବାଂଲାଦେଶରେ ହିନ୍ଦୁଙ୍କ ଅବସ୍ଥା କଣ ତାହା ଆଜି ଆମେ ଆପଣଙ୍କୁ ଜଣାଇବୁ।
ବାଂଲାଦେଶରେ ହିନ୍ଦୁ ମନ୍ଦିରକୁ ଜଳାଯାଉଛି , ଠାକୁରଙ୍କ ମୂର୍ତ୍ତିକୁ ଭଙ୍ଗାଯାଉଛି, ଘରେ ପଶି ମହିଳାଙ୍କୁ ମାରପିଟ୍ ,ବଳାକ୍ତାର ଏମିତି କି ତାଙ୍କୁ ନିବସ୍ତ୍ର କରି ରାସ୍ତାରେ ବୁଲାଯାଉଛି। ଏତେ ସତ୍ତ୍ବେ ବି କିଛି ଲୋକ ଯୁକ୍ତି କରୁଛନ୍ତି କି ବାଂଙ୍ଗଲାଦେଶରେ ହିନ୍ଦୁ ସୁରକ୍ଷିତ ଅଛନ୍ତି , ଆଗରୁ ବି ଥିଲେ ଏବେ ବି ଅଛନ୍ତି। ତାହେଲେ ସେମାନଙ୍କୁ ମୋର ଗୋଟିଏ ପ୍ରଶ୍ନ, ପାର୍ଟିସନ ସମୟରେ ବାଂଙ୍ଗଲାଦେଶରେ ହିନ୍ଦୁଙ୍କ ସଂଖ୍ୟା ଥିଲା ୨୨ ପ୍ରତିଶତ ଆଉ ଆଜି ତାହା ଖସିକି ୭.୫ ପ୍ରତିଶତରେ ପହଁଞ୍ଚିଲାଣି। ତେବେ ଏହା ମନକୁ ତ ହୋଇଯାଇନି , ଏହା ପଛରେ ଏକ ପ୍ରପର ପ୍ଲାନ ଏବଂ ଷ୍ଟାଟରଜି ରହିଛି। ବାଂଙ୍ଗଲାଦେଶରେ ହେଉଥିବା ଏସବୁ ପଛରେ ଏକ ସଙ୍ଗଠନର ହାତ ରହିଛି ଏମିତି ଏକ ସଙ୍ଗଠନ ଯିଏ ଭାରତରେ ମଧ୍ୟ ପ୍ରବେଶ କରିସାରଛି। ଆପଣ ବିଶ୍ବାସ କରିବେନି ଆଜି ଯାହା ବାଂଙ୍ଗଲାଦେଶରେ ହେଉଛି ତାହା ଭାରତରେ ମଧ୍ୟ ଭିନ୍ନ ଭିନ୍ନ ରାଜ୍ୟରେ ଦେଖିବାକୁ ମିଳୁଛି। ସେଥିପାଇଁ ଆମକୁ କେମିତି ବି କରିକି ବାଂଙ୍ଗଲାଦେଶର ଭୁଲରୁ ଶିଖିବାକୁ ହେବ ଏବଂ ହିନ୍ଦୁ ମାନଙ୍କ ପାଇଁ ସ୍ବର ଉତ୍ତୋଳନ କରିବାକୁ ହେବ।
ଏବେ ପ୍ରଶ୍ନ ହେଉଛି ବାଂଙ୍ଗଲାଦେଶରେ ଏମିତି ପରିସ୍ଥିତି କାହିଁକି ସୃଷ୍ଟି ହୋଇଛି ଏବଂ ବାଂଙ୍ଗଲାଦେଶ ସରକାର ଏହାକୁ ବନ୍ଦ କାହିଁକି କରିପାରୁନି? ଏହିସବୁ ଜାଣିବା ପାଇଁ ପ୍ରଥମେ ଆମକୁ ବାଂଙ୍ଗଲାଦେଶର ଇତିହାସକୁ ଜାଣିବାକୁ ହେବ କି ବାଂଙ୍ଗଲାଦେଶର ଜନ୍ମ କେମିତି ହୋଇଥିଲା?
୧୯୪୭ରେ ଭାରତର ବିଭାଜନ ପରେ ଭାରତର ପୂର୍ବ ଭାଗ ପାକିସ୍ଥାନ କବଜାକୁ ପଳାଇଲା ଯେଉଁଠାରେ ୩୦ ପ୍ରତିଶତ ହିନ୍ଦୁ ରହୁଥିଲେ ଆଉ ତାହାର ନାମ ହେଲା ଇଷ୍ଟ ପାକିସ୍ଥାନ। ସେହି ସମୟରେ ବହୁତ ହିନ୍ଦୁ ଇଷ୍ଟ ପାକିସ୍ଥାନରୁ ସ୍ଥାନାନ୍ତର କରି ଭାରତକୁ ପଳାଇ ଆସିଲେ କିନ୍ତୁ ପାଖାପାଖି ୨୨ ପ୍ରତିଶତ ସେଠାରେ ରହିଯାଇଥଲେ କାରଣ ସିଏ ନିଜ ସ୍ଥାନ ଛାଡିବାକୁ ଚାହୁଁନଥିଲେ। ଏହାପରେ ୧୯୭୧ରେ ଇଷ୍ଟ ପାକିସ୍ଥାନ ଅର୍ଥାତ ବର୍ତ୍ତମାନ ଯୋଉଟା ବାଂଙ୍ଗଲାଦେଶ ପାକିସ୍ଥାନରୁ ଅଲଗା ହୋଇଗଲା ସତ କିନ୍ତୁ ଆଜି ପର୍ଯ୍ୟନ୍ତ ଏହା ସେମାନଙ୍କ ମାନସିକତାରୁ ଅଲଗା ହୋଇପାରିନାହିଁ ସେଥିପାଇଁ ଆଜି ବି ବାଂଙ୍ଗଲାଦେଶରେ ମାଇନୋରିଟିସଙ୍କୁ ଟାର୍ଗେଟ କରାଯାଉଛି, ତାଙ୍କ ଉପରେ ଅତ୍ୟାଚାର କରାଯାଉଛି। ଆଉ ଆଜି ବାଂଙ୍ଗଲାଦେଶରେ ସ୍ଥିତି ଏତେ ଖରାପ ହୋଇଗଲାଣି କି ଆଜି ସେଠାରେ ମାତ୍ର ୭.୫ ପ୍ରତିଶତ ହିନ୍ଦୁ, ୦.୬୧ ପ୍ରତିଶତ ବୁଦ୍ଧିଷ୍ଠ, ଏବଂ ମାତ୍ର ୦.୩୦ ପ୍ରତିଶତ ଖ୍ରିଷ୍ଟିଆନସ ଅଛନ୍ତି।
📱 Get Argus News App
✨ଆଉ ରିପୋର୍ଟ ଅନୁଯାୟୀ ଯଦି ଏପରି ଚାଲେ ତାହେଲେ ଦୁର୍ଭାଗ୍ୟବଶତଃ ଆସନ୍ତା ୩୦ ବର୍ଷରେ ବାଂଙ୍ଗଲାଦେଶରେ ଜଣେ ବି ମାଇନୋରିଟି ବଞ୍ଚିପାରିବନାହିଁ। ସେଥିପାଇଁ ଏହା କେବଳ ହିନ୍ଦୁ ମୁସଲମାନଙ୍କ କଥା ନୁହେଁ ବରଂ ଏହା ହେଉଛି ସେହି ସଂଖ୍ୟାଲଘୁଙ୍କୁ ସୁରକ୍ଷା ଦେବାର ବିଷୟ ଯେଉଁମାନେ ବାଂଙ୍ଗଲାଦେଶରେ ଆଜି ନୁହେଁ କେଉଁ କାଳରୁ ରହିଆସୁଛନ୍ତି। ତେବେ ଜାଣନ୍ତୁ ଏହା ପର୍ବରୁ ବାଂଙ୍ଗଲାଦେଶରେ ହିନ୍ଦୁଙ୍କ ଉପରେ ହୋଇଥିବା ଅତ୍ୟାଚାରର କିଛି ଘଟଣା ଉପରେ।
- ୨୩ ଏପ୍ରିଲ ୧୯୭୧ ଜାତିଭଙ୍ଗା ମସାକର - ଲିବରେସନ ସମୟରେ ହିନ୍ଦୁ ମାନେ ଅତ୍ୟାଚାରରେ ପିଡୀତ ହୋଇ ପାକିସ୍ଥାନ ଅକ୍ୟୁପାଇଡ ବାଂଙ୍ଗଲାଦେଶରୁ ଭାରତ ଯିବା ପାଇଁ ନିଷ୍ପତି ନେଇଥିଲେ। ସମୁଦାୟ ୧୨ଟି ଗାଁ ଭାରତ ଯିବା ପାଇଁ ଏକାଠି ହେଉଥିଲେ ସେହିସମୟରେ ସେଠାରେ ଆକ୍ରମଣ କରାଗଲା ,୩୦୦୦ ହିନ୍ଦୁ ଛୁଆଠାରୁ ଆରମ୍ଭ କରି ବୁଢା ଏବଂ ମହିଳାଙ୍କୁ ବିଭତ୍ସ ଭାବରେ ହତ୍ୟା କରାଗଲା।
- ଜାତିଭଙ୍ଗା ମସାକରର ସମାନ ଏକ ମାସ ପରେ ୨୬ ମାର୍ଚ୍ଚ ୧୯୭୧ ରେ ସଙ୍କରିବଜାର ନାମରେ ଥିବା ଏକ ହିନ୍ଦୁ ବଜାରକୁ ପାକିସ୍ଥାନର ଆର୍ମି ଏବଂ ରଜାକାର୍ସ ମାନେ ମିଶିକି ମାରିଦେଇଥିଲେ ଯେଉଁଥିରେ ୨୧୨ ଲୋକଙ୍କର ମୃତ୍ୟୁ ହୋଇଥିଲା।
- ତାପରେ ୨ ଜୁଲାଇ ୧୯୭୧ ରେ ସୋହାଗପୂର ମସାକର ବାଂଙ୍ଗଲାଦେଶର ସେରପୂର ଜିଲ୍ଲାରେ ସୋହାଗପୂର ଗାଁରେ ସକାଳ ୯ଟାରେ ପାକିସ୍ଥାନ ଆର୍ମି ଏବଂ ତାଙ୍କ ସାଥୀ ମାନେ ଗୁଳି ଚଳାଇ ୧୬୪ ଲୋକଙ୍କୁ ମାରିଦେଲେ ଏବଂ ୫୭ ମହିଳାଙ୍କର ବଳାତ୍କାର କରିଦେଲେ।
- ୧୯୭୧ ପରେ ଯେତେବେଳେ ବାଂଙ୍ଗଲାଦେଶକୁ ପାକିସ୍ଥାନରୁ ସ୍ବାଧୀନତା ମିଳିଲା ସଂଖ୍ୟାଲଘୁ ଭାବିଲେ ଏବେ ସେମାନେ ସୁରକ୍ଷିତ ହୋଇଗଲେ କିନ୍ତୁ ଦୁର୍ଭାଗ୍ୟବଶତଃ ସେମିତି କିଛି ବି ହେଲାନାହିଁ
- ୨୦୦୧ ରେ ବିଏନପି ଅର୍ଥାତ୍ ବାଂଙ୍ଗଲାଦେଶ ନ୍ୟାସନାଲ ପାର୍ଟି ଯିଏ ଶେଖ୍ ହସିନାଙ୍କ ପାର୍ଟିର ଅପୋଜିସନରେ ଠିଆ ହୁଅନ୍ତି ସିଏ ଇଲେକସନ ଜିତିଗଲେ ଏବଂ ୧୫୦ ଦିନ ପାଇଁ ହିନ୍ଦୁଙ୍କ ବିରୁଦ୍ଧରେ ମସାକର ଲଞ୍ଚ କଲେ। ଏହି ମସାକର ଏତେ ଭୟଙ୍କର ଥିଲା କି ଏଥିରେ ୧୮,୦୦୦ ହିନ୍ଦୁଙ୍କର ହତ୍ୟା କରାଗଲା। ୧୦୦୦ ହିନ୍ଦୁ ମହିଳାଙ୍କର ବଳାତ୍କାର କରାଗଲା , ୨୦୦ ମହିଳାଙ୍କର ଗଣ ବଳାତ୍କାର କରାଗଲା ଏବଂ ୫୦,୦୦୦ ହିନ୍ଦୁ ବାଂଙ୍ଗାଲାଦେଶ ଛାଡି ଭାରତ ପଳାଇଥିଲେ।
- ୨୦୧୩ ରେ ମଧ୍ୟ ହିନ୍ଦୁଙ୍କ ଉପରେ ଆଟାର୍କ ହୋଇଥିଲା। ଏମିତି ପୂରା ଲମ୍ବା ଲିଷ୍ଟ ରହିଛି ଯେଉଁଠି କେବଳ ହିନ୍ଦୁଙ୍କୁ ଟାଗେର୍ଟ କରାଯାଇଛି ଯେହେତୁ ସିଏ ସଂଖ୍ୟାଲଘୁରେ ଆସନ୍ତି।
ଶେଖ ହସିନା ଯାହାଙ୍କୁ ଜଣେ ଉଦାରବାଦୀ ଏବଂ ଧର୍ମନିରପେକ୍ଷ ନେତା କୁହାଯାଉଥିଲା ତାଙ୍କ ରାଜତ୍ବ କାଳରେ ମଧ୍ୟ ୨୦୧୩ ରୁ ୨୦୨୪ ପର୍ଯ୍ୟନ୍ତ ୩,୬୦୦ ଥର ଏଭଳି ହିନ୍ଦୁଙ୍କ ଉପରେ ଆକ୍ରମଣ ହୋଇଛି। ବର୍ତ୍ତମାନ ଭାରତରେ ମଧ୍ୟ ଏହି ମାନସିକତା ଧୀରେ ଧୀରେ ବ୍ୟାପୁଛି ଏହା ପଛରେ ଥିବା ସଙ୍ଗଠନ ହେଉଛି ଜମାତ ଏ ଇସଲାମ। ଆଗରୁ ବି ଯେଉଁସବୁ ଆକ୍ରମଣ ବିଷୟରେ କହିଲି ତାପଛରେ ମଧ୍ୟ କେଉଁଠି ନା କେଉଁଠି ଏହି ସଂଙ୍ଗଠନର ହାତ ରହିଛି। ବର୍ତ୍ତମାନ ବାଂଙ୍ଗଲାଦେଶରେ ହେଉଥିବା ଛାତ୍ର ଆନ୍ଦୋଳନ ଏବଂ ହସିନାଙ୍କ ସରକାର ପଡିବା ପଛରେ ମଧ୍ୟ ଏହି ସଙ୍ଗଠନର ହାତ ରହିଛି। ଏହି ସଙ୍ଗଠନକୁ ବାଂଙ୍ଗଲାଦେଶ ୨ ଥର ବ୍ୟାନ କରିସାରିଛି ଏମିତି କି ୟୁଏସଏ ଏହି ସଙ୍ଗଠନକୁ ଆତଙ୍କବାଦ ସଙ୍ଗଠନ ଭାବେ ଘୋଷଣା କରିସାରିଛି। କିନ୍ତୁ ଏହି ସଙ୍ଗଠନ ଆଜି ବି ଭିନ୍ନ ଭିନ୍ନ ନାମରେ ସକ୍ରିୟ ରହିଛି। ଆପଣ ମାନେ ଏବେ ଭାବୁଥିବେ ଏସବୁ ତ ପଡୋଶୀ ଦେଶରେ ହେଉଛି ଏହି ସଙ୍ଗଠନ ସହିତ ଆମର କଣ ଅଛି?
ଏହି ଆତଙ୍କବାଦ ସଙ୍ଗଠନ ଭାରତରେ ମଧ୍ୟ ପ୍ରବେଶ କରିସାରିଛି ଏବଂ ଆକ୍ଟିଭ ବି ହୋଇସାରିଛି। UNHCR(United nations high commissioner for refugees) ର ରିପୋର୍ଟ ଅନୁଯାୟୀ ଭାରତରେ ହୋଇଥିବା ଅନେକ ବୋମା ବିସ୍ପୋରଣ ପଛରେ ଏହି ସଙ୍ଗଠନର ହାତ ରହିଛି। ଫେବୃଆରୀ ୨୦୧୮ ରେ କୋଲକତାର ସ୍ପେସିଆଲ ଟାସ୍କ ଫୋରର୍ସ ୬ ଜଣ ବେଆଇନ ଭାବେ ଭାରତକୁ ପ୍ରବେଶ କରିଥିବା ବାଂଙ୍ଗଲାଦେଶୀଙ୍କୁ ଗିରଫ କରିଥିଲା କାରଣ ସେମାନଙ୍କର ସେହି ସଙ୍ଗଠନ ସହିତ ଲିଙ୍କ ଥିବା ଜଣାପଡିଥିଲା। ପରେ ଜଣାପଡିଥିଲା ଏହି ସଙ୍ଗଠନ ତ ପୂରା ଭାରତରେ ଜାଲ ବିଛେଇ ସାରିଛନ୍ତି। ଭାରତରେ ଜମାତ୍ ଉଲ ମୁଜାହିଦିନ ନାଁରେ ଏହି ସଙ୍ଗଠନ ଭାରତୀୟଙ୍କୁ ଆତଙ୍କବାଦ ହେବାକୁ ଉସକାଉଥିଲେ।
ଏହି ସବୁ ଦେଖି ୨୦୧୯ ରେ କେନ୍ଦ୍ର ସରକାର ଏହି ସଙ୍ଗଠନକୁ ବ୍ୟାନ କରିଦେଲା। କୋଲକତା ଏବଂ ଆସାମର ବର୍ଡର ବାଂଙ୍ଗଲାଦେଶକୁ ଲାଗିଥିବାରୁ ବାଂଙ୍ଗଲାଦେଶରୁ ବେଆଇନ ଭାବେ ବାଂଙ୍ଗଲାଦେଶୀ ମାନେ ଭାରତରେ ପ୍ରବେଶ କରୁଛନ୍ତି। ଏମିତି କି ବାଂଙ୍ଗଲାଦେଶର କିଛି ବ୍ଲଗରସ ଭାରତରେ କିପରି ବେଆଇନ ଭାବେ ପ୍ରବେଶ କରିବେ ତାର ଭିଡିଓ ବନାଇ ପୋଷ୍ଟ କରୁଛନ୍ତି।
ତେବେ ଏହି ସବୁ ସମସ୍ୟାର ସମାଧାନ ହେଉଛି ଭାରତରେ CAA ଏବଂ NRCକୁ କାର୍ଯ୍ୟକାରି କରାଇବା। ପଡୋଶୀ ଦେଶରେ ସଂଖ୍ୟାଲଘୁଙ୍କ ସହିତ ଯାହା ହେଉଛି ସେଥିପାଇଁ ଭାରତକୁ ହି ସାହାରା ହେବାକୁ ପଡିବ। ବାସ୍ କିଛି ଲୋକଙ୍କ ମାନସିକତା ପାଇଁ ଆଜି ବାଂଙ୍ଗଲାଦେଶରେ ଏହି ସବୁ ସମସ୍ୟା ଦେଖାଯାଉଛି। ବାଂଙ୍ଗଲାଦେଶ ପରି ଭାରତରେ ଏପରି ପରିସ୍ଥିତି ନହେଉ ସେଥିପାଇଁ ଆମ ସମସ୍ତଙ୍କୁ ଏକାଠି ହେବାକୁ ପଡିବ, ସତ୍ତର୍କ ରହିବାକୁ ପଡିବ ଏବଂ ଯେଉଁମାନେ ବି ଧର୍ମ ନାଁରେ ଆପଣଙ୍କ ମାନସିକତାକୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଛନ୍ତି ତାଙ୍କ ବିରୋଧରେ ସ୍ବର ଉତ୍ତୋଳନ କରିବାକୁ ପଡିବ। ଆମ ସମସ୍ତଙ୍କୁ ନିଜ ବିଷୟରେ ନୁହେଁ ଦେଶ ବିଷୟରେ ଭାବିବାକୁ ପଡିବ।
ଅଧିକ ପଢନ୍ତୁ ବିଦେଶ ଖବର