Videos
|
International

ପାନାମାରୁ କି ଲାଭ ପାଇବ ଆମେରିକା ?

Jyoti Prakash Mallick
Browse all articles by Jyoti Prakash Mallick
·1 year ago·2 min read
ପାନାମାରୁ କି ଲାଭ ପାଇବ ଆମେରିକା ?

Key Points

କାହିଁକି ଟ୍ରମ୍ପଙ୍କ ଆଖି ପାନାମାରେ ?

ପାନାମା କେନାଲ କ'ଣ ?

କାହିଁକି ନିର୍ମାଣ ହୋଇଥିଲା ପାନାମା କେନାଲ  ?

ଏବେ କାହା ନିୟନ୍ତ୍ରଣରେ ରହିଛି ପାନାମା କେନାଲ ?


ଅର୍ଗସ ବ୍ୟୁରୋ:ଆମେରିକାରେ ଆରମ୍ଭ ହୋଇଛି ପୁଣି ଟ୍ରମ୍ପ ଶାସନ। ଡୋନାଲ୍ଡ ଟ୍ରମ୍ପ ପୁଣି କ୍ଷମତାକୁ ଫେରିବା ପରେ ସାରା ବିଶ୍ବରେ ଏବେ ଚହଳ ପଡିଛି ଟ୍ରମ୍ପଙ୍କ ନିଷ୍ପତ୍ତି ନେଇ। ଶପଥ ଗ୍ରହଣ ଉତ୍ସବରେ ଟ୍ରମ୍ପ ଦେଇଥିବା ଅଭିଭାଷଣରେ ଚୀନକୁ ଟାର୍ଗଟ କରିଛନ୍ତି। ପାନାମା କେନାଲ ଉପରେ ଚୀନର ଆଧିପତ୍ୟକୁ ସେ ଅଧୁରା କରିଦେବେ ବୋଲି ଖୋଲାଖୋଲି ଚ୍ୟାଲେଞ୍ଜ କରିଛନ୍ତି। ତେବେ ଆସନ୍ତୁ ଜାଣିବା କ'ଣ ଏଇ ପାନାମା କେନାଲ ବିବାଦ ? ଯାହା ଉପରେ ଆସୁଆସୁ ଟ୍ରମ୍ପଙ୍କ ଆଖି


ପାନାମା କେନାଲ କ'ଣ ?


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

୮୨ କିଲୋମିଟର ଲମ୍ବର ଏହି କେନାଲ ଆଣ୍ଟଲାଟିକ୍ ମହାସାଗର ଓ ପ୍ରଶାନ୍ତ ମହାସାଗରକୁ ସଂଯୋଗ କରୁଛି। ପୃଥିବୀର ୬ ପ୍ରତିଶତ ବାଣିଜ୍ୟ ପାଇଁ ପରିବହନ ପାଇଁ ଏହି କେନାଲକୁ ବ୍ୟବହାର କରାଯାଏ। ଯାହା ଆମେରିକା ଅଥନୀତି ପ୍ରଗତିର ଏକ ଗୁରୁତ୍ବପୂର୍ଣ୍ଣ ମାର୍ଗ। ଆମେରିକାର ୧୪ ପ୍ରତିଶତ ବାଣିଜ୍ୟ ପରିବହନ ପାନାମା କେନାଲ ମାଧ୍ୟମରେ ହୋଇଥାଏ। ବିଶେଷକରି ପାନାମା ମାଧ୍ୟମରେ ଆମେରିକା ସହିତ ଦକ୍ଷିଣ ଆମେରିକୀୟ ଦେଶ ଗୁଡିକ ବହୁମାତ୍ରାରେ ରପ୍ତାନୀ ଓ ଆମଦାନୀ କରିଥାନ୍ତି। ଆଉ ଏହାର ପରିଚାଳନା ପାଇଁ ପାନାମା ସରକାର କୋଟିକୋଟି ଟଙ୍କା ରାଜସ୍ବ ପାଇଥାନ୍ତି । ପାନାମା କେନାଲ କର୍ତ୍ତୃପକ୍ଷଙ୍କ କହିବା ଅନୁସାରେ ପ୍ରତିବର୍ଷ ପାନାମା କେନାଲ ଦେଇ ୭୫% ମାଲ୍ ଯୁକ୍ତରାଷ୍ଟ୍ର ଆମେରିକାକୁ ଯାଇଥାଏ। ପ୍ରତିବର୍ଷ ଏହି ମାର୍ଗରେ ପ୍ରାୟ ୨୭୦ ବିଲିୟନ ଡଲାର ବ୍ୟବସାୟ ହେଉଛି


କାହିଁକି ନିର୍ମାଣ ହୋଇଥିଲା ପାନାମା କେନାଲ ?


ଜଳପଥରେ ବାଣିଜ୍ୟକ ମାଲ୍ ପରିବହନ ପାଇଁ ପାନାମା କେନାଲ ନିର୍ମାଣ କରାଯାଇଥିଲା। ପୂର୍ବରୁ ଆମେରିକାରେ ଦକ୍ଷିଣ ଆମେରିକା ଯିବା ପାଇଁ ଉତ୍ତର ଦିଗରେ ହଜାରହଜାର କିଲୋମିଟର ଯିବାକୁ ପଡୁଥିଲା। ଯାହାକୁ ନେଇ ଭୂବିଜ୍ଞାନୀମାନେ ମତ ଦେଇଥିଲେ ପାନାମାରେ କେନାଲ ନିର୍ମାଣ କରିବା ପାଇଁ । ଯାହାଫଳରେ ଯାତ୍ରା ଦୂରତା କମିବା ସହ ଅେନକ ଦେଶ ସମୟ ଓ ଅର୍ଥ ସଞ୍ଚୟ କରିପାରିବେ। ପରେ ୧୮୮୦ ରେ ଫ୍ରାନ୍ସ ପାନାମା କେନାଲ ନିର୍ମାଣ ଆରମ୍ଭ କରିଥିଲା । ଏହି କେନାଲ ନିର୍ମାଣ ବେଳେ ମ୍ୟାଲେରିଆ ଜଣ୍ଡିସ ପାଇଁ ହଜାର ହଜାର ଶ୍ରମିକ ପ୍ରାଣ ହରାଇଥିଲେ। ଯାହାଫଳରେ ଫ୍ରାନ୍ସ ଏହି ନିର୍ମାଣକୁ ବନ୍ଦ କରି ଦେଇଥିଲା। ୧୯୦୪ ମସିହାରେ ଏହି ପ୍ରକଳ୍ପକୁ ହାତକୁ ନିଏ ଆମେରିକା ଆଧୁନିକ ଜ୍ଞାନ କୌଶଳ ମାଧ୍ୟମରେ ୧୯୧୪ ରେ ଏହାର ନିର୍ମାଣ ସାରିଥିଲା। ସେତେବେଳେ ଏହି କେନାଲ ପାଇଁ ୩୮ ନିୟୁତ ଆମେରିକୀୟ ଡଲାର ଖର୍ଚ୍ଚ ହୋଇଥିଲା


ଏବେ କାହା ନିୟନ୍ତ୍ରଣରେ ରହିଛି ପାନାମା କେନାଲ ?


୧୯୧୪ ରେ ନିର୍ମାଣ କାର୍ଯ୍ୟ ସରିବା ପରେ ଦୀର୍ଘବର୍ଷ ଧରି ଆମେରିକା ଅଧିନରେ ରହିଥିଲା ପାନାମା କେନାଲ। ଯାହାକୁ ନେଇ ପାନାମାରେ ଆମେରିକା ବିରୋଧରେ ସ୍ବର ତୀବ୍ର ହୋଇଥିଲା। ଯାହାକୁ ନେଇ ୧୯୭୭ ମସିହାରେ ଆମେରିକା ଓ ପାନାମା ମଧ୍ୟରେ ହୁଏ ଚୁକ୍ତି ସ୍ବାକ୍ଷର। ଯେଉଁଥିରେ ଉଲ୍ଲେଖ ରହିଥିଲା ୧୯୯୯ ପର୍ଯ୍ୟନ୍ତ ପାନାମାର ପରିଚାଳନା ରହିବ ଆମେରିକା ହାତରେ। ୧୯୯୯ଡିସେମ୍ବର ୩୧ ରେ ପାନାମା କେନାଲର ପରିଚାଳନା ଦାୟିତ୍ବ ପାନାମା ସରକାରଙ୍କୁ ହସ୍ତାନ୍ତର କରିଥିଲେ ଆମେରିକା ସରକାର। ଏବେ ପାନାମା କେନାଲ ପାନାମା ସରକାରଙ୍କ ଅଧିନରେ ରହିଛି

why-does-trump-want-to-take-over-panama | Argus News