Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ଇସ୍ରାଏଲ୍‌କୁ ଅଜାଡ଼ି ଦେଉଛନ୍ତି, ୟୁକ୍ରେନ୍‌କୁ କାହିଁକି ଅନାଉ ନାହାନ୍ତି ଡୋନାଲ୍ଡ ଟ୍ରମ୍ପ ?

International

ଇସ୍ରାଏଲ୍‌କୁ ଅଜାଡ଼ି ଦେଉଛନ୍ତି, ୟୁକ୍ରେନ୍‌କୁ କାହିଁକି ଅନାଉ ନାହାନ୍ତି ଡୋନାଲ୍ଡ ଟ୍ରମ୍ପ ?

Sushanta Sahoo
Browse all articles by Sushanta Sahoo
·1 year ago·2 min read
ଇସ୍ରାଏଲ୍‌କୁ ଅଜାଡ଼ି ଦେଉଛନ୍ତି, ୟୁକ୍ରେନ୍‌କୁ କାହିଁକି ଅନାଉ ନାହାନ୍ତି ଡୋନାଲ୍ଡ ଟ୍ରମ୍ପ ?

ଡୋନାଲ୍ଡ ଟ୍ରମ୍ପ ଆମେରିକା ରାଷ୍ଟ୍ରପତି ହେବା ପରେ ଆଭ୍ୟନ୍ତରୀଣ ସ୍ତରରେ ଅନେକ ପରିବର୍ତ୍ତନ ଆଣିଛନ୍ତି । ଏଥିସହ ଆମେରିକା ବିଦେଶ ନୀତିରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳୁଛି । ନିଜେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହ୍ଵାଇଟ୍ ହାଉସ୍‌ରେ ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କିଙ୍କୁ ବସାଇ ଅନେକ କଥା ଶୁଣାଇବା ସହ ଫଣ୍ଡିଂରେ ରୋକ୍ ଲଗାଇଛନ୍ତି ।


ଇସ୍ରାଏଲ୍‌କୁ ଫଣ୍ଡିଂ ରୋକିଥିବା ଆମେରିକା ଅନ୍ୟପଟେ ଇସ୍ରାଏଲ୍‌ ପାଇଁ ୪ ଅରବ ଡଲାର ଫଣ୍ଡ ଅନୁମୋଦନ କରିଛି । ଏଥିସହ ଇସ୍ରାଏଲ୍‌କୁ ଅସ୍ତ୍ରଶସ୍ତ୍ର ନ ଦେବା ଲାଗି ବାଇଡେନ୍ ନେଇଥିବା ନିଷ୍ପତ୍ତିକୁ ବଦଳାଇ ଦେଇଛନ୍ତି ଟ୍ରମ୍ପ । ଯାହାକୁ ନେଇ ଲୋକଙ୍କ ମନରେ ପ୍ରଶ୍ନ ଇସ୍ରାଏଲ୍‌କୁ ଆମେରିକା ଫଣ୍ଡିଂ ବଢ଼ାଇବା ସହ ୟୁକ୍ରେନ୍ ସହ ଓଲଟା ବ୍ୟବହାର କରାଯାଉଛି । ତେବେ ଏହା ପଛରେ କଣ ରହିଛି ଟ୍ରମ୍ପଙ୍କ ରଣନୀତି ?


ତେବେ ବିଶେଷଜ୍ଞଙ୍କ କହିବା କଥା, ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ଦଳ ରିପବ୍ଲିକନ ପାର୍ଟି ଅନୁସାରେ ୟୁକ୍ରେନ୍‌କୁ ଯୁଦ୍ଧ ବନ୍ଦ ପାଇଁ ରାଜି କରି ଋଷକୁ ନିୟନ୍ତ୍ରଣ କରା ଯାଇପାରେ । ଏହା ପଛର କାରଣ ହେଉଛି, ଋଷକୁ ସାଥିରେ ନେଇ ଆମେରିକା, ଚୀନକୁ ବାଣିଜ୍ୟିକ ଯୁଦ୍ଧରେ କାଉଣ୍ଟର କରି ପାରିବ । ଏଭଳି ସ୍ଥିତିରେ ଆମେରିକା ୟୁକ୍ରେନ୍‌ ପିଠିରୁ ହାତ ଉଠାଇ ନେଉଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ସେପଟେ ଇସ୍ରାଏଲ୍‌କୁ ଫଣ୍ଡିଂ ଦେଇ ସାଉଦି ଆରବ, ଇଜିପ୍ଟ ଓ ଜୋର୍ଡାନ ଭଳି ଦେଶକୁ ନିୟନ୍ତ୍ରଣ କରିବାକୁ ଉଦ୍ୟମ କରୁଛି ଆମେରିକା । ଆମେରିକା ପାଇଁ ୟୁକ୍ରେନ୍ ଯୁଦ୍ଧ ବାଧ୍ୟ ବାଧକତା ନାହିଁ । କିନ୍ତୁ ଇସ୍ରାଏଲ୍ କ୍ଷେତ୍ରରେ ସାଉଦି ଅରବ ସମେତ ତମାମ୍ ମୁସଲିମ୍ ଦେଶ ଚୁପ୍ ରହିଥିବା ବେଳେ ଇରାନ୍‌କୁ ଖୋଲା ସମର୍ଥନ କରୁଛି ହମାସ ।


ଯଦିଓ ଇରାନ ସହ ଆମେରିକାର ସିଧା ଶତ୍ରୁତା ରହିଛି । ଇରାନ ସମର୍ଥିତ ଉଗ୍ରବାଦୀ ସଂଗଠନ ହମାସ, ହିଜବୁଲ୍ଲାକୁ ମାତ୍ ଦେବା ପାଇଁ ଇସ୍ରାଏଲ୍‌କୁ ଆମେରିକା ଫଣ୍ଡିଂ ବଢ଼ାଉଛି । ଟ୍ରମ୍ପ କହିଛନ୍ତି, ହମାସ୍ ଯୁଦ୍ଧରେ ଇସ୍ରାଏଲ୍ ଅସ୍ତିତ୍ଵ ସଂକଟର ସାମ୍ନା କରୁଛି । ଏଥିପାଇଁ ଯୁଦ୍ଧକୁ ନିର୍ଣ୍ଣାୟକ ସ୍ଥିତିରେ ସାରିବା ଦରକାର ।

Argus Whatsapp Channel Mobile Top
Sponsored
Why Donald Trump Setback For Ukraine & Supports Israel | Argus News