Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ସତରେ ପାକିସ୍ତାନ ପାଖରେ ଅଛି ତ ପରମାଣୁ ବୋମା ? ନାଁ ମିଛରେ ଖାଲି....

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
ସତରେ ପାକିସ୍ତାନ ପାଖରେ ଅଛି ତ ପରମାଣୁ ବୋମା ? ନାଁ ମିଛରେ ଖାଲି....

Key Points

  • ଇସ୍ରାଏଲର ଭୟଙ୍କର ଆକ୍ରମଣ
  • ପରମାଣୁ ଅସ୍ତ୍ର ଥିଲେ ବି ଇରାନକୁ ସମର୍ଥନ କାହିଁକି ଦେଉନି ପାକିସ୍ତାନ ?

ଅର୍ଗସ ବ୍ୟୁରୋ: ହେଜବୁଲ୍ଲା ଉପରେ ଭୟଙ୍କର ଆକ୍ରମଣ କରୁଛି ଇସ୍ରାଏଲ । ସମୟ ଗଡୁଛି, ଆକ୍ରମଣ ବି ବଢୁଛି । ଏହାରି ଭିତରେ ଇସ୍ରାଏଲ ଉପରେ ଇରାନ କରିଥିବା ଆକ୍ରମଣକୁ ନେଇ ଆମେରିକା କହିଥିଲା, ମହଙ୍ଗା ପଡ଼ିବ ଇରାନକୁ । ମଧ୍ୟପ୍ରାଚ୍ୟରେ ଲାଗିଥିବା ଯୁଦ୍ଧକୁ ନେଇ ଅନେକ ରାଷ୍ଟ୍ର ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି । ହେଲେ ଇସାଲାମିକ ଦେଶ ଉପରେ ଇସ୍ରାଏଲର ଆକ୍ରମଣ ସମୟରେ କାହିଁକି ଇରାନକୁ ସାହାଯ୍ୟ କରୁନି ପାକିସ୍ତାନ ? ପରମାଣୁ ବୋମା ଥିବା ପରେ ବି କାହିଁକି ଚୁପ୍‌ ପାକିସ୍ତାନ ? ଏନେଇ ଅନେକ ପ୍ରଶ୍ନ ସାଧାରଣରେ ଉଙ୍କି ମାରୁଥିବା ବେଳେ କୁହାଯାଉଛି କି ପାକିସ୍ତାନ ଡରିଯାଇଥିବାରୁ କୌଣସି ନିଷ୍ପତ୍ତି ନେଇପାରୁନି ।

ପାକିସ୍ତାନ ହେଉଛି ଏକ ଆଣବିକ ବୋମା ରଖିଥିବା ଦେଶ ତଥା ଇସଲାମିକ ସହଯୋଗ ସଂଗଠନ (ଓଆଇସି)ର ପ୍ରତିଷ୍ଠାତା ତଥା ପ୍ରମୁଖ ସଦସ୍ୟ । ଓଆଇସିର ସଦସ୍ୟ ଇସ୍ରାଏଲର ଆକ୍ରମଣକୁ ନିନ୍ଦା କରିବା ସହିତ ଇରାନ ସପକ୍ଷରେ ଯାଉଛନ୍ତି । ହେଲେ ପାକିସ୍ତାନ କାହିଁକି ଚୁପ୍‌ ବସିଛି ? ତାହାକୁ ନେଇ ସନ୍ଦେହ ସୃଷ୍ଟି ହେଲାଣି । କୁହାଯାଉଛି କି, ପାଲେଷ୍ଟାଇନ ସମସ୍ୟାର ଟୁ-ଷ୍ଟେଟ୍ ସମାଧାନକୁ ସମର୍ଥନ କରିବାରେ ପାକିସ୍ତାନ ସୀମିତ ରହିଛି । ଓଆଇସିର ଜଣେ ସକ୍ରିୟ ସଦସ୍ୟ ତଥା ଇସ୍ରାଏଲର ଜଣେ ବିରୋଧୀ ଇରାନ ବହୁ ପୂର୍ବରୁ ଜାଣିଥିଲା ଯେ ପାକିସ୍ତାନର 'ଇସଲାମିକ ବୋମା' ଦାବି କେବଳ ଏକ ପ୍ରତାରଣା । ତେଣୁ ଇରାନ ପରମାଣୁ କ୍ଷମତା ହାସଲ କରିବାକୁ ଚେଷ୍ଟା କରୁଛି ।

ପାକିସ୍ତାନ । ଏବେ ସେ ଦେଶରେ ସ୍ଥିତି ଏମିତି ଅଛି ଯେ ନିଜ ଲୋକଙ୍କୁ ଖାଇବାକୁ ଦେବାକୁ ତା ପାଖରେ ଅର୍ଥ ନାହିଁ । ଏମିତି ସମୟରେ ଭାରତ ବି ପାକ୍‌ ସହିତ ସମସ୍ତ ବାଣିଜ୍ୟିକ କାରବାର ବନ୍ଦ କରିଦେଇଛି । ଯାହାର ସିଧାସଳଖ ପ୍ରଭାବ ପଡିଛି ପାକିସ୍ତାନ ଉପରେ । କୁହାଯାଉଛି କି, ପାକିସ୍ତାନ ଏବଂ ଇସ୍ରାଏଲ ମଧ୍ୟରେ ଏକ ବୁଝାମଣା ଅଛି । ଯାହା କି ଅନେକ ଦେଶ ଜାଣନ୍ତି ନାହିଁ । ଏମିତିକି ପାକିସ୍ତାନୀ ଗୁପ୍ତଚର ସଂସ୍ଥା ଇସ୍ରାଏଲର ସ୍ପାଏୱେରକୁ ବ୍ୟବହାର କରୁଛନ୍ତି । ହାର୍ଟେଜ୍ ପେପର ଦାବି କରିଛି ଏହି ସଫ୍ଟୱେର୍ ସିଙ୍ଗାପୁରରୁ କିଣାଯାଇଛି । ଇସ୍ରାଏଲ ସହିତ ପାକିସ୍ତାନର କୌଣସି କୂଟନୈତିକ ସମ୍ପର୍କ ନଥିବାରୁ ଏହା ମଧ୍ୟ ସନ୍ଦେହ ସୃଷ୍ଟି କରୁଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଇସ୍ରାଏଲର ଶକ୍ତି କଣ ? ଆମେ ସମସ୍ତେ ଜାଣନ୍ତି । ସେଇଥି ଲାଗି ତ ପଙ୍ଗା ନେବାକୁ ଚାହୁଁନି ପାକିସ୍ତାନ । ମୋଟ୍‌ ଉପରେ, ସାଉଦି ଆରବ ସହିତ ପାକିସ୍ତାନର ଭଲ ସମ୍ପର୍କ ରହିଛି ଏବଂ ଆମେରିକା ସହ ମଧ୍ୟ ଭଲ ସମ୍ପର୍କ ଅଛି । କେବଳ ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ସମ୍ପର୍କ ଅତି ନିକଟତର ନୁହେଁ, ସାଉଦି ମଧ୍ୟ ଇସ୍ରାଏଲର ନିକଟତର ହେବାକୁ ଚେଷ୍ଟା କରିଛି । ଯଦି ଗାଜା ସମସ୍ୟା ଶାନ୍ତ ହୁଏ, ତେବେ ସାଉଦି ପୁଣିଥରେ ଇସ୍ରାଏଲ ସହିତ ସମ୍ପର୍କକୁ ସ୍ୱାଭାବିକ କରିବା ପାଇଁ ପଦକ୍ଷେପ ନେଇପାରିବ। ଏଭଳି ପରିସ୍ଥିତିରେ ପାକିସ୍ତାନ ନିଜର ଫାଇଦାକୁ ଦୃଷ୍ଟିରେ ରଖି ପଦକ୍ଷେପ ଗ୍ରହଣ କରିବ ବୋଲି ଚର୍ଚ୍ଚା ହେଉଛି । ତେବେ ସମୟ କହିବ ପାକିସ୍ତାନକୁ ନେଇ ଇରାନର କଣ ରହୁଛି ଆଭିମୁଖ୍ୟ ?
 

Sponsored
Pakistan | Argus News