|
logo
Live

Argus News - କାହିଁକି ପତଳା ଜାପାନୀ ଝିଅ , ଜାଣନ୍ତୁ କେମିତି ସେମାନଙ୍କ ଜୀବନଶୈଳୀ...

International

କାହିଁକି ପତଳା ଜାପାନୀ ଝିଅ , ଜାଣନ୍ତୁ କେମିତି ସେମାନଙ୍କ ଜୀବନଶୈଳୀ...

Swoyang prajna Mishra
Browse all articles by Swoyang prajna Mishra
·1 year ago·1 min read
କାହିଁକି ପତଳା ଜାପାନୀ ଝିଅ , ଜାଣନ୍ତୁ କେମିତି ସେମାନଙ୍କ ଜୀବନଶୈଳୀ...

ଅର୍ଗସ ବ୍ୟୁରୋ :ଜାପାନର ଲୋକମାନେ ସେମାନଙ୍କ ସ୍ଲିମ ଫିଟ୍ ଶରୀର ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ସେମାନଙ୍କର ଏହି ଫିଟ୍ ଶରୀର ପଛରେ ରହିଛି ଏକ ସୁସ୍ଥ ଜୀବନଶୈଳୀ । ସେମାନଙ୍କର ସାମାନ୍ୟ ଓଜନ ବି ଯଦି ବଢିଥାଏ ତେବେ ଏହାକୁ କମାଇବାକୁ ସେମାନେ ସଂଘର୍ଷ କରିଥାନ୍ତି । ସେମାନେ ପାରମ୍ପାରିକ ଜାପାନିଜ୍ ଖାଦ୍ୟ ଯେମିତିକି ଘରତିଆରି ଭାତ, ତାଜା ପରିବା , ଋତୁକାଳୀନ ପନିପରିବା ଆଦି ଖାଦ୍ୟ ଅଧିକ ଖାଇଥାନ୍ତି । ମାଛରୁ ଓମେଗା-୩ ଫ୍ୟାଟି ଏସିଡ୍ ମିଳିଥାଏ ।

ସେମାନଙ୍କର ଖାଦ୍ୟର ପରିମାଣ ଆମର ଖାଦ୍ୟର ପରିମାଣ ତୁଳନାରେ ବହୁତ କମ । ବହୁତ ଛୋଟ ପାତ୍ରରେ କମ ପରିମାଣର ଖାଦ୍ୟ ସେମାନଙ୍କୁ ପରଷା ଯାଇଥାଏ । ଯେଉଁଥିରେ ପ୍ରୋଟିନ, କାର୍ବୋହାଇଡ୍ରେଟ୍ , ପନିପରିବାର ମିଶ୍ରିତ ଭିଟାମିନ ରହିଥାଏ । ଯାହା ଶରୀରରକୁ ଶକ୍ତି ଯୋଗାଇବା ସହ ପାଟିକୁ ସ୍ହାଦ ମଧ୍ୟ ଲାଗିଥାଏ । ଅଳ୍ପ ପରିମାଣର ଖାଦ୍ୟ ଖାଇବା ଦ୍ବାରା ସେମାନେ ଅଳ୍ପ କ୍ୟାଲୋରି କନଜ୍ୟୁମ କରିଥାନ୍ତି । ଯାହା ଓଜନ ସନ୍ତୁଳନ ରଖିବାରେ ସାହାଯ୍ୟ କରିଥାଏ ।

ଜାପାନ ଲୋକମାନେ ପ୍ରତିଦିନ ସମସ୍ତେ ଶାରୀରିକ ବ୍ୟାୟାମ କରିଥାନ୍ତି । ଯେମିତିକି ଚାଲିବା, ସାଇକେଲିଂ କରିବା, ବ୍ୟାୟାମ କରିବା । ସେମାନେ ବିଶେଷ କରି ବାହାରର କାର୍ଯ୍ୟ ଚାଲିବା, ବଗିଚା କାର୍ଯ୍ୟ କରିବା ଆଦି କାର୍ଯ୍ୟ କରିଥାନ୍ତି । ସେମାନଙ୍କର ଆକ୍ଟିଭ ଲାଇଫଷ୍ଟାଇଲ ଯୋଗୁଁ ସେମାନେ ସବୁବେଳେ ଫିଟ୍ ଏବଂ ସୁସ୍ଥ ରହିଥାନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
କାହିଁକି ପତଳା ଜାପାନୀ ଝିଅ , ଜାଣନ୍ତୁ କେମିତି ସେମାନଙ୍କ ଜୀବନଶୈଳୀ... | Argus News