Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ଟ୍ରମ୍ପଙ୍କ ଶପଥ ଗ୍ରହଣର କିଛି ଘଣ୍ଟା ପରେ DOGE ଛାଡିଲେ ବିବେକ୍ ରାମସ୍ୱାମୀ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଟ୍ରମ୍ପଙ୍କ ଶପଥ ଗ୍ରହଣର କିଛି ଘଣ୍ଟା ପରେ DOGE ଛାଡିଲେ ବିବେକ୍ ରାମସ୍ୱାମୀ

ଅର୍ଗସ ବ୍ୟୁରୋ:  ଟ୍ରମ୍ପ ଙ୍କ ଶପଥ ଗ୍ରହଣର ମାତ୍ର କିଛି ଘଣ୍ଟା ପରେ DOGE ଛାଡିଲେ ବିବେକ୍ ରାମସ୍ବାମୀ.. ଟ୍ରମ୍ଫ ଙ୍କ ଶାସନ ଆରମ୍ଭ ରେ ଏହି ଖବର ସମସ୍ତଙ୍କୁ ଏକ ପ୍ରକାର ଆଶ୍ଚର୍ଯ୍ୟ କରି ଦେଇଛି...ତେବେ ଡଜ୍ ବା Department of Government Efficiency ରେ ଏଲନ୍ ମସ୍କ ଙ୍କ ସହିତ କାମ କରିବାକୁ ଇଣ୍ଡିଆନ୍ ଅରିଜିନ୍ ବିବେକ୍ ରାମସ୍ବାମୀ ଙ୍କ ଚୟନ କରିଥିଲେ ଡୋନାଲ୍ଡ ଟ୍ରମ୍ପ….କିନ୍ତୁ ଟ୍ରମ୍ପ ଙ୍କ ଶାସନ କାଳ ଆରମ୍ଭ ହେବା ର ପ୍ରଥମ ଦିନରେ DOGE ରୁ ରାମସ୍ବାମୀ ଙ୍କ ଇସ୍ତଫା ଟ୍ରମ୍ଫ ଙ୍କ ନୂତନ କ୍ୟାବିନେଟ୍ ପାଇଁ ଏକ ପ୍ରକାର ଚ୍ୟାଲେଂଜ ହୋଇପାରେ ବୋଲି ଆଲୋଚନା ହେଉଛି..


ଏହା ସହିତ ଏଲନ୍ ମସ୍କ ଙ୍କ ସହିତ ତାଙ୍କର ସମ୍ପର୍କ ଠିକ୍ ନଥିବାର ଚର୍ଚା ଭିତରେ ସେ ଓହିଓର ରାଜ୍ୟପାଳ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବାର ଯୋଜନାକୁ ନେଇ ସଙ୍କେତ ଦେଇ ଏକ୍ସ ରେ ପୋଷ୍ଟ କରିଛନ୍ତି..ରିପବ୍ଲିକାନ୍ ରାଷ୍ଟ୍ରପତି ଦୌଡ଼ରେ ଅସଫଳ ହୋଇଥିବା 39 ବର୍ଷୀୟ ରାମସ୍ୱାମୀ ରାଷ୍ଟ୍ରପତି ଟ୍ରମ୍ଫ ଙ୍କୁ ସମର୍ଥନ କରିଥିଲେ ଏବଂ ଟ୍ରମ୍ପ ଙ୍କ କ୍ୟାବିନେଟ୍ ରେ ଯୋଗ ଦେଇଥିଲେ.।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Why Vivek Ramaswamy Abruptly Quit DOGE After Donald Trump Took Charge | Argus News