Volodymyr Zelensky / କାହିଁକି ପୁଟିନଙ୍କ ମୃତ୍ୟୁ ଭିକ୍ଷା କରୁଛନ୍ତି ଜେଲେନସ୍କି ?
·6 months ago·2 min read

Key Points
ଖ୍ରୀଷ୍ଟମାସରେ ପୁଟିନଙ୍କ ମୃତ୍ୟୁ ମାଗିଲେ ଜେଲେନସ୍କି
ଭାଇରାଲ ହେଉଛି ପୋଷ୍ଟ
ଭାଇରାଲ ହେଉଛି ପୋଷ୍ଟ
ପୁଟିନଙ୍କ ମୃତ୍ୟୁ ଚାହୁଁଛନ୍ତି ଜେଲେନସ୍କି। ଖ୍ରୀଷ୍ଟମାସରେ ପୁଟିନଙ୍କ ମୃତ୍ୟୁ ମାଗିଲେ ଜେଲେନସ୍କି। ଖ୍ରୀଷ୍ଟମାସ ସନ୍ଧ୍ୟାରେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ଏକ ବିବାଦୀୟ ବୟାନ ଦେଇଛନ୍ତି । ସେ ଭ୍ଲାଦିମିର ପୁଟିନଙ୍କ ମୃତ୍ୟୁ ଇଚ୍ଛା କରୁଥିବା ପ୍ରକାଶ କରିଛନ୍ତି । ଯୁଦ୍ଧରୁ ଓହରୁ ନାହାଁନ୍ତି ୟୁକ୍ରେନ ଏବଂ ଋଷ । ଦିନକୁ ଦିନ ଦୁଇ ଦେଶ ମଧ୍ୟରେ ଲାଗିଥିବା ଯୁଦ୍ଧ ତୃତୀୟ ବିଶ୍ୱଯୁଦ୍ଧ ଆଡେ ମୁହାଁଉଛି । ଯାହାକୁ ନେଇ ଆତଙ୍କରେ ବିଶ୍ୱବାସୀ । ଦୁଇ ଦେଶର ସର୍ବୋଚ୍ଚ ନେତାଙ୍କ ବୟାନ ବି ସାମ୍ନାକୁ ଆସୁଛି ।ସେହିପରି ଖ୍ରୀଷ୍ଟମାସ ଦିନ ମଧ୍ୟ ୟୁକ୍ରେନ ଆକାଶରେ ଋଷିଆର ୧୩୧ ଡ୍ରୋନ୍ ଦେଖିବାକୁ ମିଳିଥିଲା । ତେବେ ଅଧିକାଂଶ ଡ୍ରୋନକୁ ୟୁକ୍ରେନ ଡିଫେନ୍ସ ସିଷ୍ଟମ୍ ଖସାଇ ଦେଇଥିଲା । କିନ୍ତୁ ୨୨ଟି ଡ୍ରୋନ୍ ବିଭିନ୍ନ ସ୍ଥାନରେ ପ୍ରଭାବ ପକାଇଥିଲା ।
ପର୍ବ ସମୟରେ ଋଷର ଏପରି ଆକ୍ରମଣକୁ ଜେଲେନସ୍କି ନିନ୍ଦା କରିଛନ୍ତି । ଋଷିଆ ଶାନ୍ତି ଭଙ୍ଗ କରୁଛି । ଖ୍ରୀଷ୍ଟମାସ ଦିନ ପୁଟିନ ନିଜ ରୂପ ଦେଖାଇଛନ୍ତି । ୟୁକ୍ରେନବାସୀଙ୍କୁ ଆକ୍ରମଣ ବିରୋଧରେ ଛିଡା ହେବାକୁ ପଡିବ ବୋଲି ୟୁକ୍ରେନ୍ ରାଷ୍ଟ୍ରପତି କହିଛନ୍ତି ।ଜେନେସ୍କି କହିଛନ୍ତି ଯେ, ପ୍ରାଚୀନ କାଳରୁ ୟୁକ୍ରେନରେ ଏକ ବିଶ୍ୱାସ ରହି ଆସିଛି । ଖ୍ରୀଷ୍ଟମାସ ରାତିରେ ସ୍ୱର୍ଗର ଦୁଆର ଖୋଲାଥାଏ ବୋଲି ଲୋକେ ମାନିଥାନ୍ତି । ଏହି ସମୟରେ ନିଜ ଆଶା ଏବଂ ଇଚ୍ଛା କହିଲେ ତାହା ପୂରଣ ହୋଇଯାଏ । ବାସ୍ତବରେ ଏହା ସତରେ ପରିଣତ ହୁଏ । ସମସ୍ତ ୟୁକ୍ରେନବାସୀ ଗୋଟିଏ ହିଁ ଆଶା ଏବଂ ସ୍ୱପ୍ନ ବାବଦରେ ଭାବିଥାନ୍ତି । ତାହା ହେଉଛି ପୁଟିନଙ୍କ ମୃତ୍ୟୁ ।
ଏଥିସହ ପଢ଼ନ୍ତୁ: ଫଟୋ ଉଠାଇଲେନି ପାଣ୍ଡ୍ୟା, ଫାନ୍ସ କହିଲେ ନର୍କକୁ ଯାଅ...
ତେବେ ଜେଲେନସ୍କିଙ୍କ ଏହି ବୟାନ ଋଷର ପ୍ରଚଣ୍ଡ ଆକ୍ରମଣ ପରେ ସାମ୍ନାକୁ ଆସିଛି । ମଙ୍ଗଳବାର ଦେଶର ଅନେକ ଜାଗାରେ ପୁଟିନଙ୍କ ସେନା ମିସାଇଲ ଆଟାକ କରିଥିଲା । ଏଥିରେ ତିନି ଜଣ ପ୍ରାଣ ହରାଇଥିଲେ । ଦେଶରେ ବିଦ୍ୟୁତ ସରବରାହ ପୁରା ଠପ୍ ହୋଇଯାଇଥିଲା ।ଜେଲେନସ୍କି ଏହା ମଧ୍ୟ କହିଛନ୍ତି ଯେ, ଖ୍ରୀଷ୍ଟମାସ ଆମ ପାଇଁ ଖୁସିର ପର୍ବ । ଏହିଦିନ ଆମେ ଏକାଠି ହେଇଥାଉ । ସମସ୍ତଙ୍କୁ ଗୋଟିଏ ସ୍ଥାନରେ ଭେଟିଥାଉ । ଆଉ ପରସ୍ପରକୁ ପଚାରିଥାଉ, ତୁମେ କିପରି ଅଛି । କିନ୍ତୁ ଯୁଦ୍ଧର ଚତୁର୍ଥ ବର୍ଷରେ, ସେମାନେ ଏହା ଆମଠାରୁ ଛଡାଇ ନେବାକୁ ଚେଷ୍ଟା କରିଛନ୍ତି । ତେବେ ଯେବେଠାରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଯୁଦ୍ଧ ବନ୍ଦ କରିବା ପାଇଁ ଏକ ଯୋଜନା ସ୍ଥାପନ କରିଛନ୍ତି, ସେବେଠାରୁ ଆମେରିକୀୟ ଆଲୋଚନାକାରୀମାନେ ପୃଥକ ଭାବେ ଆମେରିକା ଏବଂ ଋଷ ସହ ଯୁଦ୍ଧ ବନ୍ଦ ନେଇ ଆଲୋଚନା କରିଛନ୍ତି ।
ଅଧିକ ପଢ଼ନ୍ତୁ ବିଦେଶ ଖବର:

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories