Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ସତରେ କଣ ଆମେରିକାରୁ ବିଦା ହେବେ ଟ୍ରମ୍ପଙ୍କ ପରିବାର ?

Banajyotshna Ray
Browse all articles by Banajyotshna Ray
·1 year ago·2 min read
ସତରେ କଣ ଆମେରିକାରୁ ବିଦା ହେବେ ଟ୍ରମ୍ପଙ୍କ ପରିବାର ?

Key Points

ବିଶ୍ୱରେ ଚହଳ
ଆମେରିକାରୁ ବିଦା ହେବେ ଟ୍ରମ୍ପଙ୍କ ପରିବାର?
ଲୋକେ କହୁଛନ୍ତି ପ୍ରଥମେ ଟ୍ରମ୍ପ ନିଜ ପତ୍ନୀଙ୍କର ଯାଞ୍ଜ କରନ୍ତୁ

ଆମେରିକାରୁ ବିଦା ହେବେ ଡୋନାଲ୍ଡ ଟ୍ରମ୍ପଙ୍କ ପରିବାର। ଏଭଳି କିଛି ଖବର ବର୍ତ୍ତମାନ ସୋସିଆଲ ମିଡିଆରେ ଘୂରିବୁଲୁଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିଦେଶୀ ନାଗରିକଙ୍କୁ ଦେଶାନ୍ତର କରିବା ନୀତିକୁ ନେଇ ସାରା ଦେଶରେ ବିବାଦ ତୀବ୍ର ହୋଇଛି। ତେବେ ଏହାକୁ ନେଇ ନିଜେ ଅଡୁଆରେ ଫସିଛନ୍ତି ଟ୍ରମ୍ପ। ଏକ ଅନଲାଇନ ଆବେଦନ ମାଧ୍ୟମରେ ତାଙ୍କ ପତ୍ନୀ ମେଲାନିଆ ଟ୍ରମ୍ପ, ତାଙ୍କ ପିତାମାତା ଏବଂ ପୁତ୍ର ବାରନ ଟ୍ରମ୍ପଙ୍କୁ ଦେଶାନ୍ତର କରିବା ପାଇଁ ଦାବି ଉଠିଛି। ଏହି ଆବେଦନ ମୁଭଅନ (MoveOn) ନାମକ ଏକ ପ୍ରଗତିଶୀଳ ପ୍ଲାଟଫର୍ମରେ ଆରମ୍ଭ ହୋଇଛି ଏବଂ ଏହା ହଜାର ହଜାର ଲୋକଙ୍କ ସମର୍ଥନ ହାସଲ କରିଛି।

ଟ୍ରମ୍ପଙ୍କ ନୀତିରେ ବିଦେଶୀ ମୂଳରୁ ଆମେରିକୀୟ ନାଗରିକମାନଙ୍କୁ ଅପରାଧ ଅଭିଯୋଗରେ ନାଗରିକତ୍ୱ ରଦ୍ଦ କରି ଦେଶାନ୍ତର କରିବାର ଯୋଜନା ରହିଛି, ଯାହାକୁ ଏହି ଆବେଦନ ଟାର୍ଗେଟ କରି ଟ୍ରମ୍ପଙ୍କ ନିଜ ପରିବାରକୁ ମଧ୍ୟ ଏହି ନୀତିରେ ଅନ୍ତର୍ଭୁକ୍ତ କରିବାକୁ ଦାବି କରୁଛି। ଏହି ଘଟଣା ସାମାଜିକ ଗଣମାଧ୍ୟମରେ ମଧ୍ୟ ବେଶ ଚର୍ଚ୍ଚାର ବିଷୟ ହୋଇଛି। ଅନେକ ଏକ୍ସ ପୋଷ୍ଟରେ ଏହି ଆବେଦନକୁ ନେଇ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ଦେଖାଯାଇଛି। କେହି କେହି ଏହାକୁ ଟ୍ରମ୍ପଙ୍କ ନୀତିରେ ଦ୍ୱିମୁଖୀ ମନୋଭାବ ବୋଲି ସମାଲୋଚନା କରୁଥିବା ବେଳେ, ଅନ୍ୟମାନେ ଏହାକୁ ରାଜନୈତିକ ବିବାଦ ବୋଲି କହୁଛନ୍ତି।

ଆବେଦନରେ କୁହାଯାଇଛି, ଯଦି ଟ୍ରମ୍ପ ବିଦେଶୀ ମୂଳରୁ ଆମେରିକୀୟ ନାଗରିକତ୍ୱ ପାଇଥିବା ଲୋକଙ୍କୁ ଦେଶାନ୍ତର କରିବାକୁ ଚାହୁଁଛନ୍ତି, ତେବେ ମେଲାନିଆ ଏବଂ ତାଙ୍କ ପିତାମାତାଙ୍କୁ ପ୍ରଥମେ ଦେଶାନ୍ତର କରାଯାଉ। ଏହା ସହିତ, ମେଲାନିଆଙ୍କ ପୁତ୍ର ବାରନଙ୍କୁ ମଧ୍ୟ ଦେଶାନ୍ତର କରାଯାଉ, କାରଣ ତାଙ୍କ ମାଆାଙ୍କ ମା’ ଅନ୍ୟ ଦେଶରେ ଜନ୍ମଗ୍ରହଣ କରିଥିଲେ। ଏହି ଆବେଦନରେ ଟ୍ରମ୍ପଙ୍କ ନୀତିକୁ ପକ୍ଷପାତ ମୁକ୍ତ ରହିବା ପାଇଁ ଏବଂ ଜାତୀୟ ସୁରକ୍ଷା ପାଇଁ ଏହା ଆବଶ୍ୟକ ବୋଲି ଯୁକ୍ତି ଦିଆଯାଇଛି।
ମେଲାନିଆ ଟ୍ରମ୍ପ ୧୯୭୦ ମସିହାରେ ସ୍ଲୋଭେନିଆରେ ଜନ୍ମଗ୍ରହଣ କରିଥିଲେ ଏବଂ ୧୯୯୬ ମସିହାରେ ମଡେଲିଂ କ୍ୟାରିୟର ପାଇଁ ନିୟୁର୍କ ଆସିଥିଲେ।

ସେ ୨୦୦୬ ମସିହାରେ ଆମେରିକୀୟ ନାଗରିକତ୍ୱ ହାସଲ କରିଥିଲେ। କିନ୍ତୁ ଡେମୋକ୍ରାଟିକ ନେତା ମ୍ୟାକ୍ସିନ ୱାଟର୍ସ ଏବଂ ଜାସ୍ମିନ କ୍ରକେଟ ପରି ରାଜନେତାମାନେ ମେଲାନିଆଙ୍କ ନାଗରିକତ୍ୱ ଏବଂ ତାଙ୍କ ପିତାମାତାଙ୍କ ଆଇନଗତ ସ୍ଥିତି ଉପରେ ପ୍ରଶ୍ନ ଉଠାଇଛନ୍ତି। ୱାଟର୍ସ ଏକ ସମାବେଶରେ କହିଥିଲେ, ଯଦି ଟ୍ରମ୍ପ ବିଦେଶୀ ମୂଳରୁ ଆମେରିକୀୟ ନାଗରିକଙ୍କୁ ଦେଶାନ୍ତର କରିବାକୁ ଚାହୁଁଛନ୍ତି, ତେବେ ସେ ପ୍ରଥମେ ମେଲାନିଆଙ୍କ ରେକର୍ଡ ଯାଞ୍ଚ କରନ୍ତୁ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
will-the-trump-family-really-leave-america | Argus News