Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ମଡେଲ ନାହିଁ, ଚାଲିଛି ଶୁଟ୍

Sudeshna Mishra
Browse all articles by Sudeshna Mishra
·1 year ago·2 min read
ମଡେଲ ନାହିଁ, ଚାଲିଛି ଶୁଟ୍

ଅର୍ଗସ ବ୍ୟୁରୋ: ଏଠାରେ ବିନା ମଡେଲ rey ଚାଲିଛି ଫଟୋଶୁଟ୍ । ହେଲେ ଏହାର କାରଣ କଣ? ଏମିତି ବି ନୁହେଁ କି ମଡେଲ shooting setରେ ଡେରି ରେ ପହଂଚିଛନ୍ତି। ଏଠି ମଡେଲଙ୍କ କୌଣସି ଅସ୍ତିତ୍ବ ହିଁ ନାହି। ଆଇଟାନା ଲୋପେଜ, ଆର୍ଟିଫିସିଆଲ ଇଂଟେଲିଜେନ୍ସରେ ତିଆରି ହୋଇଥିବା ଜଣେ ମଡେଲ, ଯିଏ ମାସକୁ ୧୧ହଜାର ଡଲାରରୁ ଅଧିକର ଆୟ କରନ୍ତି।ଆଇଟାନା-ହେଉଛନ୍ତି ସ୍ପେନର ପ୍ରଥମ ଦ୍ୟୁମାନ ଲାଇକ ଏ.ଆଇ ମଡେଲ। ଆଇଟାନାକୁ ୧ବର୍ଷ ପୂର୍ବେ ତିଆରି କରାଯାଇଥିଲା। ଆଉ ସେବେ ଠାରୁ ଏବେ ଯାଏଁ ବାର୍ସିଲୋନାର ଏକ ଏଜେନ୍ସି ତାଙ୍କ ଦ୍ବାରା ଭଲ ଆୟ କରିପାରୁଛି। ତେବେ ଏଠି ଚେଷ୍ଟା ରହିଥାଏ ଏହି ଏଆଇ ମଡେଲକୁ ଇନଫ୍ଲୁଏନ୍ସର ଭଳି ଦେଖାଇବା ପାଇ। ଏଠାରେ ଫୋଟୋ ରହିଥାଏ ଯେଉଁଠି ଶୁଟ ଟିମର କୌଣସି ସଦସ୍ୟ ରହିଥାନ୍ତି, ଯାହା ପରେ ଏହି ଫଟୋକୁ ଏ.ଆଇ ଫଟୋ ସହ ରିପ୍ଲସ କରିଦିଆ ଯାଏ। ଖରା-ଆଳୁଅର ଲୁଚକାଳୀ ଭିତରେ କିଛି ଏଡିଟିଙ୍ଗ ମାଧ୍ୟମରେ ସୁନ୍ଦର କରିବା ପାଇଁ ମଧ୍ୟ ଚେଷ୍ଟା କରାଯାଏ। ପୂର୍ବରୁ କୌଣସି ଫଟୋକୁ ଭଲ କରିବା ପାଇଁ ପୂରା ଦିନ ଲାଗିଯାଉଥିଲା, କିନ୍ତୁ ଏବେ ତାହା କିଛି ଘଂଣ୍ଟାରେ ହିଁ ତିଆରି ହୋଇପାରୁଛି, କାରଣ ଆଡଭାନ୍ସଡ ଏ.ଆଇ ଆସିଛି। ଏହା ଏ.ଆଇ ଟୁଲ ବ୍ୟବହାର ପରେ ପୂରା-ପୂରୀ ପ୍ରସ୍ତୁତ ହୋଇଥିବା ଫଟୋ। ଷ୍ଟୁଡିଓର କହିବା କଥା, ଯେ ଆଇଟାନା ଦ୍ବାରା ସ୍ପନସରଡ ପୋଷ୍ଟ ଓ ପ୍ରଚାର କରି ସେମାନେ ପ୍ରତ୍ୟେକ ମାସ ହଜାର-ହଜାର ପାଉଣ୍ଡ ଆୟ କରି ପାରିବେ। ତେବେ କିଛି ଲୋଙ୍କକୁ ଲାଗେ ଯେ ଏହା ଦ୍ବାରା ଯୁବଗୋଷ୍ଠୀଙ୍କୁ ଭୁଲ ସନ୍ଦେଶ ଯାଉଛି। ଏଆଇ ମଡେଲଙ୍କ ବଢ଼ୁଥିବା ଟ୍ରେଣ୍ଡ କାରଣରୁ ବହୁ ରିଅଳ ମଡେଲଙ୍କୁ ଅସୁବିଧା ହେଉଛି। ରିଅଲ ମଡେଲଙ୍କ କହିବା କଥା ଯେ ସେମାନେ ସୌନ୍ଦୟ୍ୟର ନକଳି ମାପକାଠି ତିଆରି କରୁଛନ୍ତି। ଏହି ସବୁ ଏ.ଆଇ ମଡେଲ ଏତେ ରିଅଲ, ଯେ ଯୁବପିଢ଼ି ବି ଏମାନଙ୍କୁ ଦେଖି ବେଶୀ ପ୍ରଭାବିତ ହୋଇ ପଡ଼ନ୍ତି। ଆଇଟାନାକୁ ଫିଟନେସ ଉପରେ ଧ୍ୟାନ ଦେଉଥିବା ମହିଳା ରୁପରେ ପ୍ରଦର୍ଶିତ କରାଯାଏ। ତେବେ ବୁଦ୍ଦୀଜୀବୀଙ୍କ କହିବା କଥା ଯେ ଏଭଳି ପରଫେକ୍ଟ ବଡ଼ି ଶେପର ଇମେଜକୁ ପ୍ରୋତ୍ସାହନ ଦେଇ ଆପଣ ଲୋକମାନଙ୍କୁ ମଧ୍ୟ ତାଙ୍କ ଭଳି ବଡି ପାଇବା ପାଇଁ ପ୍ରର୍ବତାଉଛନ୍ତି। ୟଙ୍ଗର୍ଷ୍ଟସ କହୁଛନ୍ତି-ଆଇ ଓ୍ବିଶ ଆଇ ହ୍ୟାଡ଼ ଦାଟ ବଡ଼ି।
ପ୍ରଥମେ-ପ୍ରଥମେ ଆମେ ଏଭଳି ମଡେଲ ତିଆରି କରିଥିଲୁ ଯେଉଁମାନେ ପୂରା-ପୂରୀ ଅଲଗା ହି ଦେଖାଯାଉଛନ୍ତି। କିନ୍ତୁ ଆଡ ଏଜେନ୍ସି ଓ ଶୁଟ ଟିମଙ୍କ କହିବା କଥା,ଯେ କ୍ଲାଇଂଟଶକୁ ତାହା ପସନ୍ଦ ଆସିଲା ନାହିଁ। ତାଙ୍କୁ ପରଫେକ୍ଟ ମଡେଲ ଦରକାର। ଯଦି ଅନ୍ୟ ଇନଫ୍ଲୁଏନ୍ସରଙ୍କ ସହ ତୁଳନା କରାଯାଏ ତେବେ ସେମାନେ ଅନ୍ୟ ମଡେଲକି ଭଳି ହିଁ ଦେଖାଯାଆନ୍ତି। ଏଜେନ୍ସି ଏବେ ବିଭିନ୍ନ ପ୍ରକାରର ଅନ୍ୟ ମଡେଲ ବନାଇବା ଆରମ୍ଭ କରିଛନ୍ତି। ଏମାନଙ୍କ ମଧ୍ୟରୁ ମେଲ ମଡେଲ ବି ଅଛନ୍ତି। ତେବେ ମେଲ ମଡେଲଙ୍କ ପ୍ରତି ସେତେଟା ଆଗ୍ରହ ଦେଖାଯାଉନାହିଁ। ବାର୍ସିଲୋନାର ଏହି ଫଟୋଶୁଟ ଏଜନ୍ସିଙ୍କୁ ବହୁତ ବଡ଼ କାର କମ୍ପାନୀର ପ୍ରୋଜେକ୍ଟ ମିଳିଛି, ଏଭଳି ଏକ ଏ.ଆଇ ମଡେଲ ତିଆରି କରିବା ପାଇଁ କୁହାଯାଇଛି, ଯାହା କାରର ଏ.ଆଇ ଆବାଜର ଚେହେରା ହେବ। ଏହା ପୂରା-ପୂରୀ ମର୍ଡନ ପ୍ରୋଜେକ୍ଟ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
WITHOUTMODELPHOTOSHOOT | Argus News