Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ପୁର୍ବାନୁମାନ କଲା ବିଶ୍ୱ ପାଣିପାଗ ସଂଗଠନ

Jyoti Prakash Mallick
Browse all articles by Jyoti Prakash Mallick
·1 year ago·1 min read
ପୁର୍ବାନୁମାନ କଲା ବିଶ୍ୱ ପାଣିପାଗ ସଂଗଠନ

ଆରମ୍ଭ ହୋଇ ଯାଇଛି ଗ୍ରୀଷ୍ମ ପ୍ରବାହ। ତେବେ ଚଳିତ ବର୍ଷ ମାର୍ଚ୍ଚରୁ ମେ ମାସ ଶେଷ ପର୍ଯ୍ୟନ୍ତ ବିଶ୍ବର ତାପମାତ୍ରା ସ୍ବାଭାବିକ ଠାରୁ ଅଧିକ ରହିବ। ବିଶେଷ କରି ଆରବ ଉପଦ୍ୱୀପ, ଉତ୍ତର- ପୂର୍ବ ଏସିଆ ସହ ପଶ୍ଚିମ ଉପକୂଳ ଭାରତରେ ଅଧିକ ଗରମ ଅନୁଭୂତ ହେବ।


ଏନେଇ ପୂର୍ବାନୁମାନ କରିଛି ବିଶ୍ବ ପାଣିପାଗ ସଂଗଠନ ଡବ୍ଲୁଏମ ଓ । ମାର୍ଚ୍ଚ, ଏପ୍ରିଲ ଓ ମେ ମାସରେ ମରୁଡି ବର୍ଷା ସହ କାଳ ବୈଶାଖୀ କାଳ ହେବ। ଲୁ ବହିବ। ଜଳବାୟୁ ପରିବର୍ତ୍ତନରେ ଅସ୍ଥିରତା କାରଣରୁ ଫସଲରେ ରୋଗ ପୋକ ସମସ୍ୟା ବୃଦ୍ଧି ପାଇବ। ନଭେମ୍ବର ୨୦୨୪ରୁ ଜାନୁଆରୀ ୨୦୨୫ ମଧ୍ୟରେ କେନ୍ଦ୍ରୀୟ ଓ ପୂର୍ବ ପ୍ରଶାନ୍ତ ମହାସାଗରକୁ ବାଦ୍ ଦେଲେ ପୃଥିବୀର ଅଧିକାଂଶ ମହାସାଗରରେ ସମୁଦ୍ର ପୃଷ୍ଠର ସ୍ୱାଭାବିକଠାରୁ ଅଧିକ ଗରମ ରହିଥିଲା।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ତେବେ ମାର୍ଚ୍ଚରୁ ମେ ମାସ ମଧ୍ୟରେ ପ୍ରଶାନ୍ତ ମହାସାଗରର କେତେକ ଅଞ୍ଚଳରେ ସମୁଦ୍ର ପୃଷ୍ଠର ତାପମାତ୍ରା ସ୍ୱାଭାବିକ ରହିବ, ଅର୍ଥାତ୍ ଏହି ସମୟ ମଧ୍ୟରେ କୌଣସି ଶକ୍ତିଶାଳୀ ଏଲ୍ ନିନୋ କିମ୍ବା ଲା ନିନା ପ୍ରଭାବ ରହିବ ନାହିଁ। କିନ୍ତୁ ଆଟଲାଣ୍ଟିକ ମହାସାଗରର ଉତ୍ତର ଓ ଦକ୍ଷିଣ ଭାଗରେ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବାର ଆଶଙ୍କା ରହିଛି।


ପୃଥିବୀର ଯେଉଁ ଅଞ୍ଚଳରେ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବ ବୋଲି ଅନୁମାନ କରାଯାଉଛି ସେଗୁଡ଼ିକ ମଧ୍ୟରେ ରହିଛି ଆଫ୍ରିକାର ଅଧିକାଂଶ ଦେଶ ଓ ଏସିଆର ଅଧିକାଂଶ ଦେଶ। ଆରବ ଉପଦ୍ୱୀପ, ଉତ୍ତର-ପୂର୍ବ ଏସିଆ, ପଶ୍ଚିମ ଉପକୂଳ ଭାରତ ଏବଂ ଦକ୍ଷିଣ ପୂର୍ବ ଏସିଆରେ ତାପମାତ୍ରା ସ୍ୱାଭାବିକଠାରୁ ଯଥେଷ୍ଟ ଅଧିକ ହୋଇପାରେ।

Sponsored
WMO predicts global warming to rise this year | Argus News