Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

୨୦ବର୍ଷ ବୟସରେ ବୁଢୀ ହୋଇଗଲେ ମହିଳା: ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ!

Ritu Das
Browse all articles by Ritu Das
·1 year ago·1 min read
୨୦ବର୍ଷ ବୟସରେ ବୁଢୀ ହୋଇଗଲେ ମହିଳା: ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ!

ବୟସ ହେବା ପୂର୍ବରୁ ବୁଢୀ ହୋଇଯାଇଛନ୍ତି ଏହି ମହିଳା, ୨୦ବର୍ଷରୁ ଦାନ୍ତ ଓ ଚୁଟି ଝଡିବାକୁ ଲାଗିଥିଲା। ଆମେରିକାର ଜଣେ ୨୦ ବର୍ଷୀୟ ମହିଳା, ଯାହାଙ୍କ କାହାଣୀ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଟିଫନୀ ନାମକ ମହିଳା, ସେ ଜଣେ ଆର୍ଟିଷ୍ଟ ଷ୍ଟୁଡିଓ ଏବଂ ତାଙ୍କର ଏକ ମହମବତୀ କମ୍ପାନି ରହିଛି। ସେ ଏକ ରୋଗରେ ପୀଡ଼ିତ ଅଛନ୍ତି। ଯେଉଁ ରୋଗ ହେଲେ ମଣିଷ ର୍ନିଦ୍ଦିଷ୍ଟ ବୟସ ପୂର୍ବରୁ ବୁଢ଼ା ହୋଇଯାନ୍ତି। ଏହି ରୋଗ ଲକ୍ଷେରେ ଜଣଙ୍କୁ ହୋଇଥାଏ। ଏହା ଏକ ଦୁର୍ଲଭ ଏବଂ ଭୟଙ୍କର ରୋଗ।


ଏହି ରୋଗ ହେଲେ ମଣିଷର ଶରୀର ପକ୍ଷୀ ଭଳି ହୋଇଯାଇଥାଏ ଏବଂ ଶରୀରର ବିକାଶ ମଧ୍ୟ ହୋଇନଥାଏ। କହିରଖୁଛୁ କି, ୪୭ ବର୍ଷୀୟ ଏହି ମହିଳାଙ୍କ ଚୁଟି ଦାନ୍ତ ଧୀରେ ଧୀରେ ପୁରା ଝଡ଼ିଯାଇଛି। ଏହା ବ୍ୟତୀତ ଏହା ମହିଳାଙ୍କୁ ତାଙ୍କ ଆର୍ଟିକ ଭଲଭ ମଧ୍ୟ ବଦଳାଇବାକୁ ପଡିବ, ଯାହାକୁ ମହାଧମନୀ ଭଲଭ ମଧ୍ୟ କୁହାଯାଏ। କାରଣ ଏହି ମହିଳା ଜଣଙ୍କ ଦୀର୍ଘ ଜୀବନ ବଞ୍ଚିବାକୁ ଚାହୁଁଛନ୍ତି। ଟିଫନୀ କହିଛନ୍ତି ଯେ ମୃତ୍ୟୁ ସବୁଦିନ ତାଙ୍କ ନିକଟକୁ ଆସିଥାଏ, ହେଲେ ସେସବୁ ଭୁଲି ବଞ୍ଚିବାକୁ ଲାଗିଥାନ୍ତି। ଏପରି ରୋଗ ହେବା ପରେ ଅନେକ ସମସ୍ୟାକୁ ସାମ୍ନା କରି ଆଗକୁ ବଢୁଛନ୍ତି ବୋଲି ଟିଫନୀ କହିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Woman turns 20 years old: You might be surprised! | Argus News