୮ ମିନିଟ ପାଇଁ ମରିଥିଲେ ମହିଳା, ପୁନର୍ଜୀବିତ ପରେ କହିଲେ ପରଲୋକର ଅନୁଭବ...

Key Points
ମାତ୍ର ୮ ମିନିଟ ପାଇଁ ମରିଥିଲେ ମହିଳା
ମୃତ୍ୟୁ ପରେ ପରଲୋକରେ କରିଥିଲେ ଏମିତି ଅନୁଭବ
ନିଜେ କହିଲେ ମୃତ୍ୟୁ ପରର କାହାଣୀ
ମୃତ୍ୟୁ ପରର କାହାଣୀ । ମୃତ୍ୟୁ ପରେ ମଣିଷର ଆତ୍ମା କେଉଁଆଡେ ଯାଏ, କେଉଁଠି ରହେ ସେ ସବୁକୁ ନେଇ ବିଭିନ୍ନ ଗବେଷଣା କରିଛନ୍ତି । କିନ୍ତୁ ପ୍ରକୃତ ରହସ୍ୟ କେବଳ ମୃତ୍ୟୁ କରିଥିବା ଲୋକ ହିଁ ଜାଣିଛି । ଆଉ ଠିକ ସେମିତି ଜଣେ ମହିଳା ନିଜ ମୃତ୍ୟୁର କାହାଣୀ ନିଜେ ବର୍ଣ୍ଣନା କରିଛନ୍ତି । କାରଣ ସେ ମାତ୍ର ୮ ମିନିଟ ପାଇଁ ମରିଥିଲେ । ଆଉ ତା ପରେ ପୁନର୍ବାର ଜୀବିତ ହୋଇଥିଲେ । ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିବା ପରେ ତାଙ୍କ ସହ ପରଲୋକରେ କଣ ହୋଇଥିଲା ତାର ପୁରା ଅନୁଭୂତି ସେ ବଖାଣିଛନ୍ତି ।
ଆମେରିକାର କଲୋରାଡୋର ବ୍ରାଏନା ଲାଫର୍ଟି ନାମକ ଜଣେ ମହିଳା ମାୟୋକ୍ଲୋନସ୍ ଡାଇଷ୍ଟୋନିଆ ନାମକ ଏକ ବିରଳ ସ୍ନାୟୁ ରୋଗରେ ପୀଡିତ ଥିଲେ । ଏହି ରୋଗ ହଠାତ୍, ମାଂସପେଶୀ ଝଟକା ଏବଂ ସଙ୍କୋଚନ ସୃଷ୍ଟି କରେ। ତେବେ ହଠାତ ଦିନେ ତାଙ୍କୁ ଡାକ୍ତର କ୍ଲିନିକାଲି ମୃତ୍ୟୁ ବୋଲି ଘୋଷଣା କରିଥିଲେ । ଏହାପରେ ବ୍ରାଏନା କହିଥିଲେ , ମୃତ୍ୟୁ ପରେ ତାଙ୍କ ଚେତନା ତାଙ୍କ ସହ ଥିଲା ।
ସେ କହିଛନ୍ତି, ମତ୍ୟୁ ହେଉଛି ଏକ ଭ୍ରମ । କାରଣ ଆମର ଆତ୍ମା କେବେ ମରେ ନାହିଁ । ଆମର ପୁରା ବିଚାରଶକ୍ତିର ସେଠାରେ ବାସ୍ତବିକତାର ରୂପ ନିଏ । ସେ କହିଛନ୍ତି , ମୃତ୍ୟୁ ପରେ ସେ ତତ୍କ୍ଷଣତ ନିଜ ମାନବ ଶରୀରରୁ ଅଲଗା ହୋଇଗଲେ । ତା ପରେ ତାଙ୍କୁ ନା ସେ ଶରୀର ଦେଖା ଦେଇଥିଲା, ନା ସେ ନିଜକୁ ମନେ ପକାଇଥିଲେ । ସେ ସମ୍ପୁର୍ଣ୍ଣ ସ୍ଥିର ହୋଇଗଲେ । ତଥାପି ସମ୍ପୁର୍ଣ୍ଣ ଜୀବିତ , ଏବଂ ନିଜକୁ ଆହୁରି ବେଶି ଅନୁଭବ କରୁଥିଲେ । କୌଣସି ଯନ୍ତ୍ରଣା ଅନୁଭବ ହେଉନଥିଲା, କେବଳ ଶାନ୍ତି ଏବଂ ସ୍ପଷ୍ଟତାର ଅନୁଭବ ହେଉଥିଲା ।
📱 Get Argus News App
✨ଅଧିକ ଜାଣିବା ପାଇଁ ତଳେ ଦିଆଯାଇଥିବା ଲିଙ୍କ୍ରେ କ୍ଲିକ୍ କରନ୍ତୁ...