ବିଶ୍ୱ କ୍ୟାନସର ଦିବସ: ଆଜିର ଥିମ୍ 'ଏକତ୍ରିତ ହୋଇ କିଛି ନୂଆ କରିବା'

ଅର୍ଗସ ବ୍ୟୁରୋ: ଆଜି ବିଶ୍ଵ କର୍କଟ ଦିବସ । ଜନ ସଚେତନତା ସୃଷ୍ଟି ପାଇଁ ଫେବୃଆରୀ 4 ତାରିଖକୁ ବିଶ୍ଵ କର୍କଟ ଦିବସ ଭାବେ ପାଳନ କରାଯାଉଛି । ଚଳିତ ଥର ଥିମ୍ ରହିଛି ଏକତ୍ରିତ ହୋଇ କିଛି ନୂଆ କରିବା । ବିଶ୍ବରେ ଦ୍ରୁତ ଗତିରେ ବଢୁଥିବା ଗମ୍ଭୀର ତଥା ଜୀବନ ପ୍ରତି ବିପଦ ଥିବା ସ୍ବାସ୍ଥ୍ୟ ସମସ୍ୟା ମଧ୍ୟରୁ କର୍କଟ ହେଉଛି ଗୋଟିଏ । ଆଜିର ଦିନରେ କର୍କଟ ଏକ ଗମ୍ଭୀର ରୋଗ ହୋଇଥିବା ବେଳେ, ଯାହା କାହାକୁ ବି ଏହାର ଶିକାର କରିପାରେ ।
ପ୍ରତି ବର୍ଷ ଅନେକ ଲୋକ ଏହି ଗମ୍ଭୀର ରୋଗର ଶିକାର ହେଉଛନ୍ତି । ଯେଉଁ କାରଣରୁ ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକ ଜୀବନ ହରାଉଛନ୍ତି । ଏହା ଏତେ ମାରାତ୍ମକ ହୋଇଥିଲେ ମଧ୍ୟ ଅନେକ ଲୋକ ଏନେଇ ସଚେତନ ନୁହଁନ୍ତି । ଏଭଳି ପରିସ୍ଥିତିରେ ଏହି ଗମ୍ଭୀର ରୋଗ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ଫେବୃଆରୀ 4ରେ ବିଶ୍ବ କର୍କଟ ଦିବସ ପାଳନ କରାଯାଏ ।
📱 Get Argus News App
✨କର୍କଟ ଏଭଳି ଏକ ରୋଗ ଯାହାକୁ ନେଇ ଆଜି ବି ସାରା ବିଶ୍ଵବାସୀଙ୍କ ମନରେ ଭୟ ଦେଖିବାକୁ ମିଳିଥାଏ । ଅନେକ ସମୟରେ ଏଭଳି ଦେଖିବାକୁ ମିଳେ କ୍ୟାନ୍ସର କି, ଅନେକ ଲୋକ ଅକାଳରେ ଝଡ଼ିପଡନ୍ତି । ସେହିଭଳି କିଛି ମାମଲାରେ ରୋଗ ଚିହ୍ନଟ ହେବାରେ ବିଳମ୍ଵ କାରଣରୁ ଏହି ରୋଗର ପ୍ରତିକାର ହୋଇପାରିନଥାଏ ।