Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଦୁନିଆର ସବୁଠୁ ମହଙ୍ଗା କୀଟ, ଆପଣଙ୍କ ଘରେ ଥିଲେ ଆପଣ ବି ହୋଇଯିବେ କୋଟିପତି

International

Stag Beetle / ଦୁନିଆର ସବୁଠୁ ମହଙ୍ଗା କୀଟ, ଆପଣଙ୍କ ଘରେ ଥିଲେ ଆପଣ ବି ହୋଇଯିବେ କୋଟିପତି

Rashmita Mishra
Browse all articles by Rashmita Mishra
·5 days ago·2 min read
ଦୁନିଆର ସବୁଠୁ ମହଙ୍ଗା କୀଟ, ଆପଣଙ୍କ ଘରେ ଥିଲେ ଆପଣ ବି ହୋଇଯିବେ କୋଟିପତି
Stag Beetle

Key Points

ଏହି ପୋକର ଦାମ୍ ୭୫ ଲକ୍ଷ । 
ଦୁନିଆର ସବୁଠୁ ମହଙ୍ଗା କୀଟ, ଆପଣଙ୍କ ଘରେ ଥିଲେ ଆପଣ ବି ହୋଇଯିବେ କୋଟିପତି । 

ଆପଣ କେବେ ଭାବିଛନ୍ତି କି ଏକ ଛୋଟ କୀଟ ଆପଣଙ୍କ ଭାଗ୍ୟ ବଦଳାଇ ଦେଇପାରେ? ହଁ, ଠିକ୍ ଶୁଣିଛନ୍ତି! ଷ୍ଟେଗ୍ ବିଟଲ୍ (Stag Beetle), ଯାହାକୁ ବିଶ୍ୱର ସବୁଠାରୁ ମହଙ୍ଗା କୀଟ ବୋଲି ଗଣାଯାଏ, ଏହାର ମୂଲ୍ୟ ଏତେ ଅଧିକ ଯେ ଏହାକୁ ବିକ୍ରି କରି ଆପଣ ଟୋୟୋଟା ଫର୍ଚୁନର ଭଳି ଲଗଜରୀ କାର୍ କିଣିପାରିବେ । ଏହି କୀଟର ମୂଲ୍ୟ ୭୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହୋଇପାରେ । ଏହାର କିଛି ଦୁର୍ଲଭ ପ୍ରଜାତି $୯୦,୦୦୦ (ପ୍ରାୟ ୭୫ ଲକ୍ଷ ଟଙ୍କା)ରେ ବିକ୍ରି ହୋଇଛି । ଏହାର ଦୁର୍ଲଭତା, ଗଠନ ଏବଂ ସାଂସ୍କୃତିକ ଗୁରୁତ୍ୱ ଏହାକୁ ସଂଗ୍ରାହକ ଓ କୀଟପ୍ରେମୀଙ୍କ ମଧ୍ୟରେ ଷ୍ଟେଟସ୍ ସିମ୍ବଲ୍ କରିଦେଇଛି ।

ଷ୍ଟେଗ୍ ବିଟଲ୍ କ’ଣ?
ଷ୍ଟେଗ୍ ବିଟଲ୍ ୧,୨୦୦ରୁ ଅଧିକ ପ୍ରଜାତି ରହିଛି, ଯାହା ମୁଖ୍ୟତଃ ୟୁରୋପ, ଏସିଆ ଓ ଆମେରିକାର ଉଷ୍ଣକଟିବନ୍ଧୀୟ ଜଙ୍ଗଲରେ ଦେଖାଯାଏ । ଭାରତରେ ଏହା ଆସାମ, ଅରୁଣାଚଳ ପ୍ରଦେଶ, ସିକ୍କିମ ଓ ପଶ୍ଚିମ ଘାଟର ଜଙ୍ଗଲରେ ମିଳେ। ଏହାର ନାମ ନର ଷ୍ଟେଗ୍ ବିଟଲ୍‌ର ବଡ଼ ଦାନ୍ତ (ମ୍ୟାଣ୍ଡିବଲ୍ସ) ହେତୁ ପଡ଼ିଛି, ଯାହା ହରିଣର ଶିଙ୍ଗ ଭଳି ଦେଖାଯାଏ। ନର ବିଟଲ୍ ୩୫-୭୫ ମି.ମି. ଏବଂ ମାଈ ୩୦-୫୦ ମି.ମି. ଲମ୍ବା ହୋଇଥାଏ। ଏମାନଙ୍କର ଓଜନ ୨-୬ ଗ୍ରାମ ଏବଂ ଆୟୁଷ ୩-୭ ବର୍ଷ ।

ଦୁର୍ଲଭତା
ଷ୍ଟେଗ୍ ବିଟଲ୍‌ର ଅନେକ ପ୍ରଜାତି ବିଶ୍ୱବ୍ୟାପୀ ଦୁର୍ଲଭ। ଜଙ୍ଗଲ କ୍ଷୟ ଓ ଆବାସ ନଷ୍ଟ ହେବା ହେତୁ ଏମାନଙ୍କ ସଂଖ୍ୟା କମୁଛି। ଲଣ୍ଡନର ନ୍ୟାଚୁରାଲ ହିଷ୍ଟ୍ରି ମ୍ୟୁଜିୟମ ଅନୁଯାୟୀ, ଉତ୍ତର ୟୁରୋପରେ ଏହା ସଙ୍କଟାପନ୍ନ ପ୍ରଜାତି ଏବଂ ଲଣ୍ଡନର ଟେମ୍ସ ଭ୍ୟାଲି ଅଞ୍ଚଳ ଏମାନଙ୍କ ପାଇଁ ଏକ ଆଶ୍ରୟସ୍ଥଳ।

ଜାପାନ ଭଳି ଦେଶରେ ଷ୍ଟେଗ୍ ବିଟଲ୍‌କୁ ପାଳିତ ପ୍ରାଣୀ ଓ ଷ୍ଟେଟସ୍ ସିମ୍ବଲ୍ ଭାବେ ଗଣାଯାଏ। ସେଠାରେ ୩ ଲକ୍ଷରୁ ଅଧିକ ଲୋକ ଏହାକୁ ସଂଗ୍ରହ କରନ୍ତି ଏବଂ ବିଟଲ୍ ଫାଇଟିଂ ପ୍ରତିଯୋଗିତା ଆୟୋଜନ କରାଯାଏ। ୧୯୯୯ରେ ଟୋକିଓରେ ୮୦ ମି.ମି. ଲମ୍ବା ଏକ ଦୁର୍ଲଭ ଡୋରକସ ହୋପେଈ ପ୍ରଜାତି $୯୦,୦୦୦ରେ ବିକ୍ରି ହୋଇଥିଲା। ଜାପାନ ଓ ଅନ୍ୟ ଏସୀୟ ସଂସ୍କୃତିରେ ଷ୍ଟେଗ୍ ବିଟଲ୍‌କୁ ସୌଭାଗ୍ୟ ଓ ସମୃଦ୍ଧିର ପ୍ରତୀକ ମାନାଯାଏ। କେହି କେହି ବିଶ୍ୱାସ କରନ୍ତି ଯେ ଏହାକୁ ରଖିଲେ ରାତାରାତି ଧନ ପ୍ରାପ୍ତି ହୋଇଥାଏ। ୟୁରୋପରେ ମଧ୍ୟକାଳୀନ କାହାଣୀରେ ଏହାକୁ ବିଜୁଳି ଓ ନିଆଁ ସହ ଜଡ଼ିତ କରାଯାଇଥିଲା, ଯାହା ଏହାର ରହସ୍ୟମୟ ଛବି ସୃଷ୍ଟି କରିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Stag Beetle | World’s Most Expensive Insect Can Make You Rich | Argus News