Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - World Population Day ; କାହିଁକି ପାଳନ ହୁଏ ଜନସଂଖ୍ୟା ଦିବସ, ଜାଣନ୍ତୁ...

International

World Population Day ; କାହିଁକି ପାଳନ ହୁଏ ଜନସଂଖ୍ୟା ଦିବସ, ଜାଣନ୍ତୁ...

Swoyang prajna Mishra
Browse all articles by Swoyang prajna Mishra
·10 months ago·1 min read
World Population Day ; କାହିଁକି ପାଳନ ହୁଏ ଜନସଂଖ୍ୟା ଦିବସ, ଜାଣନ୍ତୁ...

Key Points

ଚଳିତ ବର୍ଷର ଥିମ ରହିଛି , ଏକ ନିରପେକ୍ଷ ଏବଂ ଆଶାବାଦୀ ବିଶ୍ୱରେ ସେମାନେ ଚାହୁଁଥିବା ପରିବାର ଗଠନ କରିବା ପାଇଁ ଯୁବକମାନଙ୍କୁ ସଶକ୍ତ କରିବା । ଦେଶରେ ସମୃଦ୍ଧି ଦେଶର ଜନସଂଖ୍ୟା ଉପରେ ନିର୍ଭର କରେ । କେମିତି ଦେଶର ଜନସଂଖ୍ୟାର ସନ୍ତୁଳନ ସଠିକ ରହିବ, ସେ ଦିଗରେ ସଚେତନ ହେବା ଏହି ଦିବସର ମୂଳ ଲକ୍ଷ ।

ଆଜି ବିଶ୍ଵ ଜନସଂଖ୍ୟା ଦିବସ । ସାରା ଦୂନିଆରେ ବୃଦ୍ଧି ପାଉଥିବା ଜନସଂଖ୍ୟା ଉପରେ ସଚେତନ କରାଇବା ପାଇଁ ଏହି ଦିବସ ପାଳନ କରାଯାଉଛି । ଚଳିତ ବର୍ଷର ଥିମ ରହିଛି , ଏକ ନିରପେକ୍ଷ ଏବଂ ଆଶାବାଦୀ ବିଶ୍ୱରେ ସେମାନେ ଚାହୁଁଥିବା ପରିବାର ଗଠନ କରିବା ପାଇଁ ଯୁବକମାନଙ୍କୁ ସଶକ୍ତ କରିବା । ଦେଶରେ ସମୃଦ୍ଧି ଦେଶର ଜନସଂଖ୍ୟା ଉପରେ ନିର୍ଭର କରେ । କେମିତି ଦେଶର ଜନସଂଖ୍ୟାର ସନ୍ତୁଳନ ସଠିକ ରହିବ, ସେ ଦିଗରେ ସଚେତନ ହେବା ଏହି ଦିବସର ମୂଳ ଲକ୍ଷ । ସେଥିପାଇଁ ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ଜନସଂଖ୍ୟା ଦିବସ ପାଳନ କରାଯାଏ ।

ମିଳିତ ଜାତିସଂଘ ଦ୍ୱାରା ୧୯୮୯ ରେ ଏହି ଦିନ ସ୍ଥାପିତ ହୋଇଥିଲା । ଡକ୍ଟର କେ.ସି ଜାକରିଆ ଏହି ଦିନର ପ୍ରସ୍ତାବ ଦେଇଥିଲେ। ୧୧ ଜୁଲାଇ ୧୯୮୭ରେ ଜନସଂଖ୍ୟା ଯେତେବେଳେ ୫୦୦ କୋଟିରେ ପହଞ୍ଚିଲା, ଏହି ଦିବସକୁ ନେଇ ଉତ୍ସାହ ଦେଖାଦେଇଥିଲା। ସେବେଠାରୁ ଜୁଲାଇ ୧୧ ତାରିଖକୁ ଜନସଂଖ୍ୟା ଦିବସ ଭାବରେ ପାଳନ କରାଯାଏ । ପରିବାର ଯୋଜନା, ଲିଙ୍ଗଗତ ସମାନତା, ଦାରିଦ୍ର, ମାତୃ ସ୍ୱାସ୍ଥ୍ୟ ଏବଂ ମାନବିକ ଅଧିକାର ସମେତ ବିଭିନ୍ନ ଜନସଂଖ୍ୟା ସମ୍ବନ୍ଧୀୟ ସମସ୍ୟା ବିଷୟରେ ସଚେତନତା ସୃଷ୍ଟି କରିବାକୁ ବିଶ୍ୱ ଜନସଂଖ୍ୟା ଦିବସର ପ୍ରଧାନ ଲକ୍ଷ୍ୟ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
World Population Day; Why is World Population Day celebrated, know | Argus News