Videos
|
International

ସମୁଦ୍ରର ୧୬୩ ଫୁଟ୍‌ ତଳେ ଫଟୋସୁଟ୍ କରି ବିଶ୍ବରେକର୍ଡ

Swoyang prajna Mishra
Browse all articles by Swoyang prajna Mishra
·1 year ago·1 min read
ସମୁଦ୍ରର ୧୬୩ ଫୁଟ୍‌ ତଳେ ଫଟୋସୁଟ୍ କରି ବିଶ୍ବରେକର୍ଡ

ଅର୍ଗସ ବ୍ୟୁରୋ : ସମୁଦ୍ର ପୃଷ୍ଠରୁ ୧୬୩ ଫୁଟ (୫୦ ମିଟର) ତଳେ ଚାଲିଛି ଫଟୋସୁଟ୍ । କାନାଡର ଜଣେ ଫଟୋଗ୍ରାଫର ସମୁଦ୍ରର ୫୦ ମିଟର ତଳେ ଫଟୋସୁଟ୍‌ କରି ବିଶ୍ବରେକର୍ଡ କରିଛନ୍ତି । ଯାହାଙ୍କ ନାଁ ହେଉଛି ଷ୍ଟିଭେନ ହେନିଙ୍ଗ । ଆମେରିକାର ଫ୍ଲୋରିଡା ନିକଟରେ ଥିବା ସମୁଦ୍ରପୃଷ୍ଠରୁ ୧୬୩ ଫୁଟ୍ ଅର୍ଥାତ ୫୦ ମିଟର ତଳକୁ ଯାଇ ଫଟୋସୁଟ୍‌ କରାଇଥିଲେ ଷ୍ଟିଭେନ । ସାଙ୍ଗରେ ନେଇଥିଲେ ଜଣେ ମହିଳା ମଡେଲର ଏଣ୍ଟୋସ୍କି । ୫୦ ମିଟର ତଳେ ଥିବା ହାଇଡ୍ରା ଆଟଲାଣ୍ଟିକା ଜାହାଜର ଭଗ୍ନାବଶେଷ ନିକଟରେ ହୋଇଥିଲା ଏହି ଫଟୋସୁଟ୍ ।

ପୂର୍ବରୁ ଏହି ରେକର୍ଡ କାନାଡାର କିମ ବ୍ରୁନୋ ଓ ଓୟରଜୁନଙ୍କ ନାମରେ ଥିଲା । ସେମାନେ ୨୦୨୩ ଡିସେମ୍ବରରେ ବାହମାସ ସମୁଦ୍ରପୃଷ୍ଠରୁ ୧୩୦ ଫୁଟ୍‌ ତଳେ ଫଟୋସୁଟ୍‌ କରିଥିଲେ । ସେହି ରେକର୍ଡକୁ ଭାଙ୍ଗି ହେନିଙ୍ଗ ନୂଆ ଗିନିଜ୍ ବୁକ ଅଫ୍ ୱାର୍ଲ୍ଡ ରେକର୍ଡ କରିଛନ୍ତି ।

ତେବେ ଏଣ୍ଟୋସ୍କିଙ୍କ ସହ ପୁରା ଟିମ ଏହି ଫଟୋସୁଟ୍ ପାଇଁ ଦୀର୍ଘଦିନ ଧରି ଅଭ୍ୟାସ ଜାରି ରଖିଥିଲେ । ସାର୍କ ଆଦି ଜଳଚର ଫଟୋସୁଟ୍ ହେଉଥିବା ସ୍ଥାନକୁ ମଧ୍ୟ ବାରମ୍ବାର ଚାଲି ଆସିଥିଲେ । ସେମାନଙ୍କ ଭିତରେ ସୁଟ୍‌ କରିବା ମଧ୍ୟ ଗୁରୁତ୍ବପୂର୍ଣ୍ଣ ଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
World record by photographing 163 feet below sea level | Argus News